ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି ପୋଲିସ ଚଢ଼ାଉ କରିବା ଜାଣି ନିଶା ମାଫିଆ ଦୋକାନରେ ସ୍ତ୍ରୀକୁ ରଖି ଦେଇଥିଲେ। ଫଳରେ ପୋଲିସ ଦୋକାନ ତଲାସ କରିବାକୁ ଯିବାବେଳେ ମହିଳା ଜଣଙ୍କ ଅଟକାଇବା ସହ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କୁ ମାଡ଼ମାରିବାକୁ ଉଠି ଆସିଥିଲେ। ଏହାଦେଖି ସ୍ଥାନୀୟ କେତେଜଣ ମହିଳା ତାଙ୍କୁ ସମର୍ଥନ ଦେଇ ଥାନା ଅଧିକାରୀଙ୍କୁ ଏକ ପ୍ରକାର ଘେରାଉ କରି ଦେଇଥିଲେ। ଶେଷରେ ଥାନା ଅଧିକାରୀ କୌଣସିପ୍ରକାର କିଛି ବାଟ ପାଇ ଇନ୍‌ଫୋସିଟି ଥାନା ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ଖବରପାଇ ଇନ୍‌ଫୋସିଟି ଥାନାଧିକାରୀ ଏବଂ ୩ଟି ପିସିଆର ଭ୍ୟାନ୍‌ ଯାଇ ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏହାସହ ନିଶା ବିକ୍ରି କରୁଥିବା ୨ ମାଫିଆଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି। ଏହାସହ ସେମାନଙ୍କ ଦୋକାନରୁ ଗଞ୍ଜେଇ, ସିଗାରେଟ ଏବଂ ବ୍ରାଉନ ସୁଗାର ଜବତ କରିଛି।
ସୂଚନା ଅନୁଯାୟୀ, ଏଟିଏମ୍‌ ଛକରେ ଜଣେ ନିଶା ମାଫିଆ ଗ୍ରୋସେରି ଦୋକାନା କରିଥିବା ବେଳେ ଅନ୍ୟଜଣେ ପାନ ଦୋକାନ କରି ବ୍ରାଉନସୁଗାର ଏବଂ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ପୋଲିସ ଚଢ଼ାଉ କରିବାକୁ ଗଲେ ନିଶା ମାଫିଆ ସ୍ତ୍ରୀକୁ ଲଗେଇ ପୋଲିସକୁ ବିଦା କରିଦିଏ। ହେଲେ ଗୁରୁବାର ଦୁଇ ବ୍ୟବସାୟୀ ବ୍ରାଉନ ସୁଗାର ଆଣିଥିବା ଥାନାଧିକାରୀ ଖବରପାଇ ପୋଲିସ କର୍ମଚାରୀ ସହ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲେ। ହେଲେ ପୂର୍ବରୁ ପୋଲିସ ଆସିବା ଜାଣି ନିଶା ମାଫିଆ ନିଜର ସ୍ତ୍ରୀକୁ ଦୋକାନରେ ବସାଇ ଦେଇଥିଲେ। ସବୁଥର ପରି ପୋଲିସ ଯାଞ୍ଚ କରିବା ପାଇଁ ଦୋକାନ ଭିତରକୁ ଯିବା ସମୟରେ ମହିଳା ଜଣଙ୍କ ଉଗ୍ର ହୋଇ ପୋଲିସମାନଙ୍କୁ ଗାଲିଗୁଲଜ କରିଥିଲେ। ଫଳରେ ଥାନା ଅଧିକାରୀ ଇନ୍‌ଫୋସିସି ଥାନା ଅଧିକାରୀଙ୍କ ସହଯୋଗ ନେଇ ଉଦ୍ଧାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେଉନି ଆପାର୍ଟମେଣ୍ଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟ କିଣା ବିକା ଅଟକିଛି। କମନ ଏରିଆ ମାଲିକାନାକୁ ନେଇ ବଢ଼ିଚାଲିଛି ଝମେଲା। ଆସୋସିଏଶନ ପାଇଁ ରାଜ୍ୟରେ କୌଣସି...

ଇଡିରେ ହାଜର ହେଲେ ବିଧାୟକଙ୍କ ଭାଇ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଇଡିରେ ହାଜର ହୋଇଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଏକ କାର୍‌ ଶୋ’ରୁମ୍‌ର ମାଲିକ ଅଟନ୍ତି।...

ଆଜି ନାମାଙ୍କନ ପତ୍ର ଦାଖଲ ଶେଷ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର...

ବାହାନଗା ଟ୍ରେନ ଟ୍ରାଜେଡି: ଇଞ୍ଜିନିୟର ଅରୁଣଙ୍କ ଜାମିନ ଖାରଜ

ଭୁବନେଶ୍ୱର,୨୨।୮: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତିଙ୍କ ଜାମିନ ଖାରଜ ହୋଇଛି ।...

କୋଟିପତି ଜିଆର୍‌ଏସ୍‌ ଗିରଫ, ସ୍ତ୍ରୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱର ଇଞ୍ଜଣା ଗ୍ରାମପଞ୍ଚାୟତ(ପୂର୍ବର କଳାରାହାଙ୍ଗ ପଞ୍ଚାୟତ)ର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ...

ଲାଇଫ୍‌ଷ୍ଟାଇଲ୍‌ ଆରମ୍ଭ କଲା ‘ରଜ ଷ୍ଟାଇଲ୍‌ ଫେଷ୍ଟ୍‌’

ଭୁବନେଶ୍ୱର, ୪।୬(ବ୍ୟୁରୋ): ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର୍‌ ପକ୍ଷରୁ ସହରର ଫ୍ୟାଶନେବୁଲ୍‌ ଯୁବପିଢୀଙ୍କ ପାଇଁ ଏକ ଭିନ୍ନସ୍ବାଦର ଫ୍ୟାଶନ ଶୋ’ ‘ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ୍‌ ଫେଷ୍ଟ୍‌’...

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

୧୦ ଆଇଏଏସ୍‌, ଆଇପିଏସ୍‌ଙ୍କୁ ୫ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ଉପକୂଳ ଜିଲା ପାଇଁ ୫ ବରିଷ୍ଠ ଆଇଏଏସ୍‌ ଏବଂ ୫ ଆଇପିଏସ୍‌ ଅଧିକାରୀଙ୍କୁ ନିୟୋଜିତ...

Advertisement
Archives

Model This Week