ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି ପୋଲିସ ଚଢ଼ାଉ କରିବା ଜାଣି ନିଶା ମାଫିଆ ଦୋକାନରେ ସ୍ତ୍ରୀକୁ ରଖି ଦେଇଥିଲେ। ଫଳରେ ପୋଲିସ ଦୋକାନ ତଲାସ କରିବାକୁ ଯିବାବେଳେ ମହିଳା ଜଣଙ୍କ ଅଟକାଇବା ସହ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କୁ ମାଡ଼ମାରିବାକୁ ଉଠି ଆସିଥିଲେ। ଏହାଦେଖି ସ୍ଥାନୀୟ କେତେଜଣ ମହିଳା ତାଙ୍କୁ ସମର୍ଥନ ଦେଇ ଥାନା ଅଧିକାରୀଙ୍କୁ ଏକ ପ୍ରକାର ଘେରାଉ କରି ଦେଇଥିଲେ। ଶେଷରେ ଥାନା ଅଧିକାରୀ କୌଣସିପ୍ରକାର କିଛି ବାଟ ପାଇ ଇନ୍‌ଫୋସିଟି ଥାନା ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ଖବରପାଇ ଇନ୍‌ଫୋସିଟି ଥାନାଧିକାରୀ ଏବଂ ୩ଟି ପିସିଆର ଭ୍ୟାନ୍‌ ଯାଇ ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏହାସହ ନିଶା ବିକ୍ରି କରୁଥିବା ୨ ମାଫିଆଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି। ଏହାସହ ସେମାନଙ୍କ ଦୋକାନରୁ ଗଞ୍ଜେଇ, ସିଗାରେଟ ଏବଂ ବ୍ରାଉନ ସୁଗାର ଜବତ କରିଛି।
ସୂଚନା ଅନୁଯାୟୀ, ଏଟିଏମ୍‌ ଛକରେ ଜଣେ ନିଶା ମାଫିଆ ଗ୍ରୋସେରି ଦୋକାନା କରିଥିବା ବେଳେ ଅନ୍ୟଜଣେ ପାନ ଦୋକାନ କରି ବ୍ରାଉନସୁଗାର ଏବଂ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ପୋଲିସ ଚଢ଼ାଉ କରିବାକୁ ଗଲେ ନିଶା ମାଫିଆ ସ୍ତ୍ରୀକୁ ଲଗେଇ ପୋଲିସକୁ ବିଦା କରିଦିଏ। ହେଲେ ଗୁରୁବାର ଦୁଇ ବ୍ୟବସାୟୀ ବ୍ରାଉନ ସୁଗାର ଆଣିଥିବା ଥାନାଧିକାରୀ ଖବରପାଇ ପୋଲିସ କର୍ମଚାରୀ ସହ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲେ। ହେଲେ ପୂର୍ବରୁ ପୋଲିସ ଆସିବା ଜାଣି ନିଶା ମାଫିଆ ନିଜର ସ୍ତ୍ରୀକୁ ଦୋକାନରେ ବସାଇ ଦେଇଥିଲେ। ସବୁଥର ପରି ପୋଲିସ ଯାଞ୍ଚ କରିବା ପାଇଁ ଦୋକାନ ଭିତରକୁ ଯିବା ସମୟରେ ମହିଳା ଜଣଙ୍କ ଉଗ୍ର ହୋଇ ପୋଲିସମାନଙ୍କୁ ଗାଲିଗୁଲଜ କରିଥିଲେ। ଫଳରେ ଥାନା ଅଧିକାରୀ ଇନ୍‌ଫୋସିସି ଥାନା ଅଧିକାରୀଙ୍କ ସହଯୋଗ ନେଇ ଉଦ୍ଧାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?