ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ ଓହ୍ଲାଇଥିବା ଜିଲାର ୮ ପ୍ରାର୍ଥୀଙ୍କ ହାରଜିତ ନେଇ ଚିନ୍ତା ବଢ଼ିଯାଇଛି। ସେମାନେ ଟେନସନରେ ଅଛନ୍ତି ଏବଂ ସମର୍ଥକଙ୍କ ଗହଣରେ ବାରମ୍ବାର ଅଙ୍କ କଷୁଛନ୍ତି। ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ଥିଲେ।  ବ୍ରହ୍ମପୁର ପୌର ପରିଷଦର ଦୁଇଥର ନଗରପାଳ ହୋଇଥିଲେ । ୨୦୦୦ ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ ନ ମିଳିବାରୁ ସେ ବ୍ରହ୍ମପୁର ସେଗ୍‌ମେଣ୍ଟରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେବା ସହ କଂଗ୍ରେସ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କୁ ଚିତପଟାଙ୍ଗ କରାଇବାରେ ସଫଳ ହୋଇଥିଲେ। ୨୦୦୪ ନିର୍ବାଚନରେ ବ୍ରହ୍ମପୁର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚିତ ହେଲେ। ପ୍ରଥମ ଉପା ସରକାରରେ କେନ୍ଦ୍ରମନ୍ତ୍ରୀ ପଦ ପାଇଥିଲେ । ପରବର୍ତ୍ତୀ ୨୦୦୯ ଓ ୨୦୧୪ ନିର୍ବାଚନରେ ଲୋକ ସଭା ଆସନରୁ ଲଢ଼ି ଦୁଇଥର ପରାଜିତ ହୋଇଥିଲେ।  ୨୦୧୮ ଏପ୍ରିଲରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଲେ । ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଦୁଇଥର ପରାସ୍ତ ହେବା ପରେ ଓ ଦଳ ବଦଳ କରି ଲଢ଼ିଥିବାରୁ ଫଳାଫଳ କ’ଣ ହେବ ସେନେଇ ତାଙ୍କ ସମର୍ଥକମାନେ ଅଙ୍କକଷା ଚଳାଇଛନ୍ତି ।

ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ୨୦୦୦ରୁ ୨୦୧୪ ମଧ୍ୟରେ ହୋଇଥିବା ୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରି ଲଗାତର ପରାସ୍ତ ହୋଇଥିବା ବିକ୍ରମ ପଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇ ଗତବର୍ଷ ବିଜେଡିରେ ସାମିଲ ହୋଇଥିଲେ। ଚଳିତ ବର୍ଷର ନିର୍ବାଚନରେ ବିକ୍ରମଙ୍କୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ ସେ ୪ ଥର ହାରି ପୁଣି ୫ମ ଥର ପାଇଁ ମଇଦାନକୁ ଆସିଥିବାରୁ ଫଳାଫଳ ନେଇ ଚିନ୍ତିତ ଥିବା ଲକ୍ଷ୍ୟ କରାଯାଇଛି। ତେବେ ଦଳ ଡ଼ିଆଁଙ୍କ ପ୍ରତି ରେଶମ ନଗରର ସଚେତନ ଭୋଟରମାନେ କିଭଳି ସମର୍ଥନ ଦେଇଥିବେ ସେନେଇ ରାଜନୈତିକ ମହଲ ଚର୍ଚ୍ଚା କରୁଛନ୍ତି।   ସେହିପରି ଚିକିଟି ଆସନର ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ପୋଲସରା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଗୋକୁଳା ନନ୍ଦ ମଲିକ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ଆସନର ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ ।

ଉଭୟ ଗୋକୁଳ ଓ ମନୋରଞ୍ଜନ ଭାଜପା ପ୍ରାର୍ଥୀ ଭାବେ ଲଢ଼େଇ କରିଛନ୍ତି ।

୨୦୦୯ ନିର୍ବାଚନରେ ସୋରଡ଼ା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ବିଶୋୟୀ ମଧ୍ୟ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇ ଚଳିତ ବର୍ଷର ନିର୍ବାଚନରେ ପଦ୍ମ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଅପରପକ୍ଷରେ ଆସିକା ସେଗମେଣ୍ଟରୁ ୩ ଥର ବିଜେଡି ବିଧାୟକ ହୋଇଥିବା ଦେବରାଜ ମହାନ୍ତି, ଜିଲା ଯୁବ ବିଜେଡିର ପୂର୍ବତନ ସଭାପତି ରଞ୍ଜନ ପଲେଇ ଓ ଛତ୍ରପୁର ଯୁବ ବିଜେଡି ନେତା ପ୍ରଶାନ୍ତ କର ଦଳରୁ ଡ଼ଇଁା ମାରି ଏବେ ଯଥାକ୍ରମେ ଆସିକା, କବିସୂର୍ଯ୍ୟନଗର ଓ ଛତ୍ରପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ତେଣୁ ଦଳ ବଦଳ ପ୍ରାର୍ଥୀଙ୍କୁ ଭୋଟର କେତେଦୂର ସମର୍ଥନ କରିଛନ୍ତି ତାହା ମେ ୨୩ ଫଳାଫଳକୁ ସଚେତନ ମହଲ ଅପେକ୍ଷା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ

ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌...

ଗଞ୍ଜାମ ବଡ଼ମାଧପୁରରେ କରୋନା ସ୍ଥିତି ଅସମ୍ଭାଳ

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁରଠାରେ ୫୧ ଜଣଙ୍କ ଆଣ୍ଟିଜେନ୍‌ ଟେଷ୍ଟିଙ୍ଗ କରାଯାଇଛି। ଏଠାରେ ଏପରି ଟେଷ୍ଟିଂ ପ୍ରଥମ ବୋଲି ଜଣାପଡିଛି। କରୋନା...

ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ବିବାଦ

ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।...

୫-ଟି ସଚିବଙ୍କ ହିଞ୍ଜଳି ଗସ୍ତ: ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ, ଶିକ୍ଷା ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ୱ

ଶେରଗଡ଼, ୩୧।୧(ଡି.ଏନ୍‌.ଏ.): ରାଜ୍ୟର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ଏବଂ ପ୍ରକଳ୍ପ ବୁଲି...

ରାସ୍ତାପାର୍ଶ୍ୱରୁ ଗଛକଟା ନେଇ ଉତ୍ତେଜନା

ହିଞ୍ଜିଳିକାଟୁ,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ନିକଟ ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ବେନିୟମ ଭାବେ ଗଛ କାଟିବା ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା...

୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବେଗୁନିଆପଡ଼ା,୧୧ା୫(ଡି.ଏନ୍‌.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ...

ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର ୩ ଯୁବତୀ ଉଦ୍ଧାର, କିଙ୍ଗ୍‌ପିନ୍‌ ସମେତ ୧୨ ଗିରଫ

ବ୍ରହ୍ମପୁର ଅଫିସ,୧ା୧୧-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା।...

ପୋଡ଼ି ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୮ଲକ୍ଷ ଟଙ୍କା

ଫିରିଙ୍ଗିଆ, ୨୧ା୬- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗ୍ରାମରେ ବିଦ୍ୟୁତ ଶର୍ଟ ସର୍କିଟରୁ ଘରେ ନିଆଁ ଲାଗି ପୋଡ଼ି ହୋଇ ବୁଧବାର ୨ ଭଉଣୀଙ୍କ...

Advertisement
Archives

Model This Week