![](https://www.dharitri.com/wp-content/uploads/2020/03/036d2cec-e3b1-4c3e-abe1-d92bbbe5bd57.jpg)
ଗଞ୍ଜାମ, ୨୪।୩(ଡି.ଏନ୍.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରାଯାଇଛି । ୫ ଦିନରୁ ଊର୍ଦ୍ଧ୍ୱ ହେବ ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ଅନ୍ୟପଟେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବଜାରରେ ବାଇକ କଟକଣା କଡାକଡି କରାଯାଇଛି। ସମସ୍ତ ସାହିରେ ଥିବା ଦୋକାନକୁ ମଧ୍ୟ ପୋଲିସ ବନ୍ଦ କରୁଥିବା ଦେଖିବାକୁ ମିଳିଛି।