ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଧର୍ମଶାଳା,୧୭ା୬(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଛି। ଏହି ଅବସରରେ ପ୍ରଥମେ ସ୍ନାନବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଦେବ ଓ ମା’ ଶୁଭଦ୍ରାଙ୍କ ସୁଦର୍ଶନଙ୍କୁ ମନ୍ଦିରରୁ ସ୍ନାନବେଦୀ ପର୍ଯନ୍ତ ନିଆଯାଇଥିଲା। ସ୍ନାନବେଦୀରେ ଠାକୁରଙ୍କ ସ୍ନାନ କରାଯାଇଥିଲା। ପରେ ହାତୀବେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୋରଣ, ମୁଖାରବିନ୍ଦ, ଅଧର, ଥୋଡପାହୁଡ, କର୍ଣ୍ଣ, ବଜରକୁମ୍ଭ, ଆଡକାନି, ପଦ୍ମକଢ, ନାକଚଣା, ଚିତା ତିଳକ ଓ କର ପଲ୍ଲବରେ ସୁସଜ୍ଜିତ କରାଯାଇଥିଲା। ପ୍ରଭୁ ବଳଦେବଙ୍କୁ ମଧ୍ୟ ଅନୁରୂପ ଭାବେ ସାଜରେ ସଜ୍ଜିତ କରାଯିବା ସହ ସୁଦର୍ଶନଙ୍କ ମସ୍ତକରେ ନୀଳଚକ୍ର ଖଞ୍ଜାଯାଇଥିଲା। ଛେରାପହଁରା ପରେ ଏହି ବେଶ କରାଯାଇଥିଲା। ସ୍ନାନ ବେଦୀ ଉପରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନ କରିଥିଲେ। ପରିଚାଳନା ମୁଖ୍ୟ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଅବସରପ୍ରାପ୍ତ ସିଡିଏମ୍‌ଓ ବିଜୟ କୁମାର ଶତପଥୀ, ପ୍ରାକ୍ତନ ସିଡିଏମ୍‌ଓ ରମେଶଚନ୍ଦ୍ର ସାହୁ, ପ୍ରତିଷ୍ଠାତା ସଭ୍ୟ ପୀତାମ୍ବର ଜେନା, ଅବଧୂତ ରାଉତ, ପ୍ରସନ୍ନ କୁମାର ବରାଳ, ଇନ୍ଦ୍ରମଣି ମହାନ୍ତି, କାର୍ତ୍ତିକ ଚନ୍ଦ୍ର ସାହାଣୀ, ସବ୍ୟସାଚୀ ବେହେରା ପ୍ରମୁଖ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟ ପରିଚାଳନା କରିଥିଲେ। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। (ଫଟୋ-୨-ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଓ ଠାକୁରଙ୍କ ଗଜାନନ ବେଶ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

ଆଜି ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୬: ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri