ଗଛ ଡାଳ କାଟିବାକୁ ନେଇ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୨୩ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ ସରଡିହା ଭଣ୍ଡାର କଲୋନୀସାହିରେ ଗଛ ଡାଳ କାଟିବାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ସାହୁ ବିନ୍ଧାଣୀ(୬୫) । ଏହି ହତ୍ୟା ଘଟଣାରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତଙ୍କୁ ପୋଲିସ ବିଳମ୍ବିତ ରାତିରେ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ସାଗୁ ସିଂ(୪୫) । ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଏକ ମାମଲା (ନଂ.୪୯/୧୯)ରୁଜୁ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି ।
ପୋଲିସ ସୂଚନା ଅନୁଯାୟୀ, ମୃତ ସାହୁ ବିନ୍ଧାଣୀଙ୍କ ଘର ନିକଟରେ ଏକ ଉନ୍ନୟନ କାମ ଚାଲୁ ରହିଛି । କାମ ଚାଲିିଥିବା ବେଳେ ତାଙ୍କ ଘର ବାଡିରେ ଥିବା ଏକ ଗଛର ଡାଳକୁ ଅଭିଯୁକ୍ତ ସାଗୁ ସିଂ କାଟି ଦେଇଥିଲେ। ମୃତ ସାହୁ ବିନ୍ଧାଣୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ଧ୍ୟା ସମୟରେ ଘରେ କେହି ନ ଥିବା ବେଳେ ସାହୁ ଘର ବାହାରେ ଏକ ଖଟିଆରେ ଶୋଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଏକ ଠେଙ୍ଗାରେ ବାଡେଇ ବାଡେଇ ତାଙ୍କୁ ମାରି ଦେଇଥିଲେ। ପରିବାର ଲୋକେ ଘରକୁ ଫେରି ଏହା ଦେଖିବା ପରେ ଶରତ ଥାନାକୁ ଖବର ଦେଇଥିଲେ ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଚନ୍ଦନ ଗଛ ଚୋରି

କେନ୍ଦୁଝର,୨ା୨(ସ୍ବ.ପ୍ର.): ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ଗତ ୨୮ ତାରିଖରେ ୧୧ ଟି ମୂଲ୍ୟବାନ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ତେବେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ଭିଜିଲାନ୍ସ ଜାଲରେ କେଲେଙ୍ଗାପାଲି ପିଇଓ

ବରଗଡ଼ ଅଫିସ,୨୫।୧- ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଙ୍ଗାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ସକାଳେ ଭିଜିଲାନ୍ସ...

ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ

ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍‌.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ...

ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ...

ମୋବାଇଲ ଚାର୍ଜର ତାରରେ ବେକ ଚାପି ୪ ବର୍ଷର ଝିଅକୁ ହତ୍ୟାକଲା ମା

ପୁନେ, ୩୦।୭: ମହାରାଷ୍ଟ୍ରର ପିମ୍ପରି-ଚିନଚ୍ବାଦ ସହରରୁ ଏକ ସହରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ୪ ବର୍ଷର ଝିଅକୁ...

ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କୁଆମରା, ୨୬।୪(ଡି.ଏନ.ଏ.)-ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ତାଣ୍ଡବ ରଚିଛି ଗୋପବନ୍ଧୁ ନଗର ବ୍ଲକରେ। ପବନ ସାଙ୍ଗକୁ କୁଆପଥର ମାଡ ଓ ମୂଷଳ ଧାରାରେ ବର୍ଷା...

Advertisement
Archives

Model This Week