ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା

ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମ ଚରଣ କୁଦାଦା। ଶୁକ୍ରବାର ଶ୍ୟାମ ଏକ ବ୍ୟାଗ ନେଇ ନିଜ ଘର ନିକଟରେ ଥିବା ଏକ କୁଲିଆରୀ ଗଛ ଉପରେ ଚଢ଼ି କୁଲିଆରୀ ଶାଗ ତୋଳୁଥିବାବେଳେ ଭାରସାମ୍ୟ ହରାଇ ଗଛରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ...

ନାଲ୍‌କୋ ଘରୋଇକରଣକୁ ଏଏମ୍‌ଏସ୍‌ର ବିରୋଧ

ବଅଁରପାଳ,୩୦ା୭(ଡି.ଏନ୍‌.ଏ.): ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗରୁ ଘରୋଇକରଣ ବନ୍ଦ କରାଯିବା ଏବଂ ଶ୍ରମ ଆଇନ ସଂଶୋଧନ ବିରୋଧରେ ଗୁରୁବାର ନାଲ୍‌କୋ ଆଲୁମିନିୟମ ମଜଦୂର ସଂଘ ପକ୍ଷରୁ ବିକ୍ଷୋଭ...

କର୍କଟରୁ ସୁସ୍ଥ ହୋଇ ପ୍ରେରଣା ଦେଉଛନ୍ତି ସ୍ବାଗତିକା

ଆଜି ଓ୍ବାର୍ଲଡ ରୋଜ୍‌ ଡେ’। ଏହି ଦିନଟିକୁ କର୍କଟ ରୋଗ ସହ ଲଢ଼େଇ କରୁଥିବା ଲୋକଙ୍କ ମଧ୍ୟରେ ଆଶା ଓ ଖୁସି ଭରିଦେବାକୁ ଉତ୍ସର୍ଗ କରାଯାଇଛି।...

ଆଜି ଉତ୍କଳ ଦିବସ: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧।୪: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକାକଳା ଜରିଆରେ ସୁଦର୍ଶନ ସମସ୍ତଙ୍କୁ...

‘ଗଣପର୍ବରେ ପରିଣତ ହୋଇଛି ବାଙ୍କୀ ମହୋତ୍ସବ’

ବାଙ୍କୀ, ୧୨।୧୦ (ସ୍ବ.ପ୍ର): ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି। ଏହି ଅଞ୍ଚଳର ମହାପୁରୁଷମାନଙ୍କ ସ୍ମୃତିରେ ପୂଜ୍ୟପୂଜାର ଆୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏହି ମହୋତ୍ସବ...

ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ...

ଉପେକ୍ଷିତ ହୀରକ ତ୍ରିଭୁଜ: ଭିତ୍ତିଭୂମି ବିକାଶ ବହୁ ପଛରେ

ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ...

ଠାକୁରମୁଣ୍ଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ତୀର୍ଥ ଭ୍ରମଣରେ ଯାଇ ଫେରିଥିଲେ ବୃଦ୍ଧ

ଠାକୁରମୁଣ୍ଡା, ୨୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜିଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

Advertisement
Archives

Model This Week