Posted inଜାତୀୟ

ଗଙ୍ଗା ନଦୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ବିଜନର,୨୧।୮: ଉତ୍ତରପ୍ରଦେଶର ବିଜନର ଜିଲାର ଭାରତୀୟ କିଷାନ ୟୁନିୟନ(ଭାକିୟୁ) ପକ୍ଷରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବଲଗଢ଼ ଗଁାର ଗଙ୍ଗା ନଦୀରେ ସେତୁ ନିର୍ମାଣ ଦାବିରେ ଶହ ଶହ ଚାଷୀ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ୨୮ ଗଁାର ଶହେରୁ ଊର୍ଦ୍ଧ ଚାଷୀ ସାମିଲ ହୋଇଛନ୍ତି। ପ୍ରତିଦିନ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଶତାଧିକ ଚାଷୀ ଠିଆହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ବର୍ଷାଦିନେ ପାହାଡିଆ ଅଞ୍ଚଳରୁ ପାଣି ସବୁ ଆସି ଗଙ୍ଗା ନଦୀରେ ମିଶି ବନ୍ୟା ସୃଷ୍ଟି କରିଥାଏ। ଫଳରେ ଗଁାଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏନେଇ ବହୁ ବର୍ଷରୁ ଉକ୍ତ ଗ୍ରାମଗୁଡ଼ିକର ଲୋକମାନେ ଗଙ୍ଗାନଦୀରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ସରକାର ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଗଙ୍ଗା ନଦୀ ଫୁଲିଥିବା ବେଳେ ଏଭଳି ସ୍ଥିତିରେ ଚାଷୀଙ୍କ ଜଳ ସତ୍ୟାଗ୍ରହ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଲାଇଫ ଜ୍ୟାକେଟ ବ୍ୟବସ୍ଥା ସହ ପୋଲିସକର୍ମୀଙ୍କୁ ନଦୀ ନିକଟରେ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଝଗଡା ହେବାରୁ ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେଲେ ମହିଳା

ପୁଣେ,୩୧।୫: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଛୋଟ ଝଗଡା ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ମହାରାଷ୍ଟ୍ରର ରାୟଗଡରୁ ଏପରି ଏକ...

ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ...

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ...

୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି

ଶ୍ରୀନଗର, ୧୧।୭: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୫୦ରୁ ୩୦୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ...

ଭାରତରେ ୮ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ,...

ତଦନ୍ତ ଲାଗି ଚାଇନା ଯିବ ଡବ୍ଲ୍ୟୁଏଚ୍‌ଓ ଟିମ୍‌

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଟିମ୍‌ ଆସନ୍ତା ସପ୍ତାହରେ ତଦନ୍ତ ଲାଗି ଗସ୍ତ...

କାନପୁର ଏନ୍‌କାଉଣ୍ଟର: ଶହୀଦଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ସହାୟତା ରାଶି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶ କାନପୁରରେ ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧୀଙ୍କ ସହ ହୋଇଥିବା ଗୁଳିବିନିମୟରେ ୮ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ...

ଥମୁନିି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୮୬ ହଜାରରୁ ଅଧିକ ଚିହ୍ନଟ, ୧୧୪୧ ମୃତ୍ୟୁ

ନୂଆଦିଲ୍ଲୀ,୨୫।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୮୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

Advertisement
Archives

Model This Week