ଖୋଲିନି ସମସ୍ତ ମଣ୍ଡି, ଆନ୍ଧ୍ର ଯାଉଛି ଗଞ୍ଜାମ ଧାନ

ଛତ୍ରପୁର,୬ା୧(ଡି.ଏନ.ଏ)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ମାଧ୍ୟମରେ ଧାନକିଣା ଆରମ୍ଭ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ଅମଳ ଧାନ ରଖିବାକୁ ଜାଗା ନ ଥିବାରୁ ଚାଷୀମାନେ କୌଣସି ଉପାୟ ନ ପାଇ ମଧ୍ୟସ୍ଥି ବେପାରୀମାନଙ୍କୁ ୭୭ କି.ଗ୍ରା. ଧାନକୁ ୧୦୫୦ ଟଙ୍କାରେ ବିକ୍ରି କରି କ୍ଷତି ସହୁଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଜିଲାରେ ସାଧାରଣତଃ ବିଳମ୍ବରେ ଧାନ ଅମଳ ହୁଏ। ତେଣୁ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଧାନକିଣା ଆରମ୍ଭ କରାଯାଇଥାଏ ା ଚଳିତବର୍ଷ ପ୍ରାୟ ୧ ମାସ ପୂର୍ବରୁ ଜିଲାରେ ମଣ୍ଡି ଶୁଭାରମ୍ଭ ହୋଇଥିଲେ ମଧ୍ୟ ସବୁଠି ଖୋଲିନି। ଏପରି କି କେତେକ ସୋସାଇଟି ସହ ମିଲର୍‌ ଟ୍ୟାଗ୍‌ କାମ ମଧ୍ୟ ସରିନି ା ଅନ୍ୟପକ୍ଷରେ ଚଳିତବର୍ଷ ଟୋକନ୍‌ ବ୍ୟବସ୍ଥା ହୋଇଥିବାରୁ ଧାନକିଣା ମନ୍ଥର ଗତିରେ ଚାଲିଛି ା ଜିଲାର ବିଭିନ୍ନ ସ୍ଥାନରୁ ଏଠାର ମଧ୍ୟସ୍ଥି ବେପାରୀମାନଙ୍କ ଜରିଆରେ ଚାଷୀ ବିକୁଥିବା ଧାନ ଆନ୍ଧ୍ର ଚାଲାଣ ହେଉଛି ା ବାର୍‌ହା, ରୋଗପୋକ ଓ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି ା ତେଣୁ ଚାଷୀ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି ନ କରି ପାରି ହନ୍ତସନ୍ତ ହେଉଛନ୍ତି। ଧାନ ବିକ୍ରି କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ସୂଚନା ଦେଇଛନ୍ତି। ଧାନକିଣା ସମ୍ପର୍କରେ ବୁଝିବା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦେବା, ସ୍ଥାନୀୟ ସୋସାଇଟି ଜରିଆରେ ଟୋକନ୍‌ ଦେଇ ଧାନ କିଣିବା ବ୍ୟବସ୍ଥା କରିବା, କୁଇଣ୍ଟାଲ ଧାନ ପିଛା ୫ କି.ଗ୍ରା. ଠକୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା, ପ୍ରତି ପଞ୍ଚାୟତରେ ୩ ଜଣ ମିଲର୍‌ଙ୍କୁ ଟ୍ୟାଗ୍‌ କରିବା, ଅଖା ଟଙ୍କା ଦେବାକୁ ମିଲରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି କରାଯାଇଛି ା ଉସ୍ତାପଡା, ମର୍ଦ୍ଦମେଖ, ବୁରୁଝୁରି ପଞ୍ଚାୟତରେ ଧାନ ମଣ୍ଡି ଖୋଲି ନ ଥିବା ବେଗୁନିଆପଡା ବ୍ଲକ ମହାସଭା ସଭାପତି ଦୋହନ ସ୍ବାଇଁ ଅଭିଯୋଗ କରିଛନ୍ତି। ସେହିପରି ଅଖା ସହ ଅଧିକ ୫ କି.ଗ୍ରା. ଧାନ ସୋସାଇଟିଗୁଡିକ ନେଉଥିବା ଚାଷୀ ନେତା ରବି ଶତପଥୀ ଓ ଖଲି ଗୌଡ ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତା ଜଗନ୍ନାଥପ୍ରସାଦ ବ୍ଲକରେ ହେଉଥିବା ନେଇ ଚାଷୀ ନେତା ଧବଳେଶ୍ୱର ପ୍ରଧାନ ଅଭିଯୋଗ କରିଛନ୍ତି। ହିଞ୍ଜିଳିରେ ମଧ୍ୟ ଚାଷୀ ଠକେଇର ଶିକାର ହେଉଥିବା ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ଡି. ନାରାୟଣ ଓ ପଦ୍ମ ସାହୁ ଅଭିଯୋଗ କରିଥିବା ବେଳେ ପୁରୁଷୋତ୍ତମପୁର ବ୍ଲକରେ ନାମକୁ ମାତ୍ର ମଣ୍ଡି ଖୋଲି ବନ୍ଦ କରି ଦିଆଯାଇଥିବା ସଂଯୋଜକ ସୀତାରାମ ପାଣିଗ୍ରାହୀ କହିଛନ୍ତି। ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତରେ ଚାଷୀ ଧାନ ଅମଳ କରି ରଖିଥିବା ବେଳେ ମଣ୍ଡି ଖୋଲା ଯାଇ ନ ଥିବା କେଦାର ସ୍ବାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ରୟତ ମହାସଭାର ପ୍ରତିନିଧିଦଳକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ଦିବସ ପାଳିତ: ‘ସଂରକ୍ଷଣ ହେବ ପାରମ୍ପରିକ କଳା’

ଢେଙ୍କାନାଳ ଅଫିସ, ୧୪।୬-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ଆୟୋଜନ କରାଯାଇଥିବା ଲୋକକଳା ଦିବସ ନୂତନ ଅଧ୍ୟାୟ...

ଯୁବକଙ୍କୁ ନିର୍ମମ ହତ୍ୟା

ଭବାନୀପାଟଣା,୧୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା...

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ

ପୁରୀ ଅଫିସ, ୧୯।୬- ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ...

ଅଜଣା ରୋଗରେ ପୀଡ଼ିତ ସଞ୍ଜୀବ: ଭଗବାନ ଭରସାରେ ଗରିବ୍‌ ମା’ବାପ୍‌

ଜାମଟିକ୍ରା, ୧୮।୧୨ (ଡି.ଏନ୍‌.ଏ.)-ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି ଗଁାର ନିରଞ୍ଜନ ପାଣ୍ଡେ ଆର ଚନ୍ଦ୍ରକାନ୍ତିକଁର ବଡ଼ ପୁଓ ସଞ୍ଜୀବ ପାଣ୍ଡେ(୨୧)। ସେ...

କନ୍ଧମାଳ ବିଜେଡି ଲୋକସଭା, ବିଧାନସଭା ପ୍ରାର୍ଥୀ ଆଗୁଆ

ଫୁଲବାଣୀ/ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୧୯୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଐରଖାରବେଳ ସ୍ବାଇଁ...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ହିତାଧିକାରୀଙ୍କ ଚାଉଳ କାଟିବା ଘଟଣା: ବାଲିବିଲି ପଞ୍ଚାୟତ ରିଟେଲର ନିଲମ୍ବିତ

ବରୀ/ରତ୍ନଗିରି,୧୮ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତର ସରକାରୀ ରିଟେଲର ଅନିରୁଦ୍ଧ ସାମଲ ନିଲମ୍ବତ ହୋଇଥିବା ନିଲମ୍ବିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ୍‌...

ଶ୍ରମିକଙ୍କ ଛଟେଇକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନ୍ଦରଗଡ଼,୨୩।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରସ୍ଥିତ ଡାଲ୍‌ମିଆ ସିମେଣ୍ଟରେ କେତେକ ଶ୍ରମିକଙ୍କ ଛଟେଇକୁ ନେଇ ଅଶାନ୍ତ ଦେଖାଦେଇଛି। ଏ ନେଇ ବୁଧବାର ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି...

Advertisement
Archives

Model This Week