ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି। ପ୍ରାଥମିକ ତଦନ୍ତ ପରେ ଏହି ଘଟଣାରେ ସୁପାରି କିଲର ହାତ ଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ଜଣେ ସୁପାରି କିଲର କ୍ଲିନିକରେ ଗୁଳିମାଡ ଘଟାଇଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଏଥିପାଇଁ ୪ଟି ଟିମ୍‌ ଗଠନ କରାଯାଇଛି ବୋଲି ଏସପି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡଶଙ୍ଖସ୍ଥିତ ଏକ ଘରୋଇ କ୍ଲିନିକ ଭିତରେ ୩ ରାଉଣ୍ଡ ଗୁଳି ଫୁଟିଥିଲା। ସେଥିରୁ ୨ଟି ଗୁଳି ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କ ପେଟରେ ବାଜିଥିଲା। ଏହି ସମୟରେ ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୋଷ ମଧ୍ୟ ଗୁଳିମାଡର ଶିକାର ହୋଇଥିଲେ। ତାଙ୍କର ମଧ୍ୟ ପେଟରେ ଗୁଳି ବାଜିଥିଲା। ସେଠାରେ ଆତଙ୍କ ଖେଳିଯିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ମାନସ ଓ ସନ୍ତୋଷଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୋମବାର ସକାଳେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏବେ ଡା. ମାନସ ଦାସଙ୍କ ଚିକିତ୍ସା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଥାନାରେ ହାଜର ହେଲେ ହ୍ୟୁମାନ ସାଗର

କଟକ ଅଫିସ,୧୯।୧: ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ...

ବରିଷ୍ଠ ନାଗରିକ ନିବାସରେ କଟୁଛି ବୃଦ୍ଧାବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ନିବାସରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ...

‘ସୁସ୍ଥ ଓଡ଼ିଶା’କୁ ନେଇ ସୁଖୀ ନୁହନ୍ତି ପରଦେଶୀ: ମୁନାଙ୍କ ଅପରେଶନ ପାଇଁ ଖୋଜୁଛନ୍ତି ଦରଦୀ ମନ

ବନ୍ତଳା,୩୦ା୮-ମୂଲିଆ ମଣିଷକୁ ତେଲ ଲୁଣର ସଂସାର। ନିଜସ୍ବ ଘର ଢିହ ବୋଲି କିଛି ନାହିଁ। ସରକାରୀ ଜାଗାରେ କରିଥିବା ଚାଳିଆ ଖଣ୍ଡେ ହିଁ ପରିବାରର ସମ୍ବଳ।...

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା,...

ଅଣ୍ଡା ଯୋଗାଣରେ ଅନିୟମିତତା ନେଇ ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ହଠାତ୍‌ ବଦଳି କରାଯାଇ। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ...

ଚାକିରି ଜୀବନ ଆରମ୍ଭ ନ ହେଉଣୁ ଜେଲ୍‌ ଗଲେ ଲାଞ୍ଚୁଆ ପୋଲିସ

ବ୍ରହ୍ମପୁର ଅଫିସ,୨୬।୬: ଚାକିରି ଜୀବନ ଆରମ୍ଭ ନ ହେଉଣୁ ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ...

କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ...

କୁରାଳ ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୨୨ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ କୁରାଳ ପଞ୍ଚାୟତ ରହିଛି। ଲଗାତାର ଦୁଇ ଦିନରେ ଏହି ପଞ୍ଚାୟତ ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ରରୁ...

Advertisement
Archives

Model This Week