ଖେଳୁଥିବାବେଳେ ସଂଜ୍ଞାହୀନ ହେଲେ ୪ ଛାତ୍ରୀ : ଡାକ୍ତରଖାନା ନ ନେଇ ପାଣିଛାଟି ଘରକୁ ପଠାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଉଦଳା,୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ଏନଏସିରେ ଥିବା ମେଣ୍ଢାଖାଇ ୟୁଜିଏମଇ ସ୍କୁଲରେ ଶନିବାର ଖେଳୁଥିବା ବେଳେ ୭ରୁ ୯ ବର୍ଷ ବୟସର ୪ ଜଣ ଛାତ୍ରୀ ହଠାତ୍‌ ସଂଜ୍ଞାହୀନ ହୋଇ ପଡିଥିଲେ। ସେମାନଙ୍କୁ ଚିକିସତ୍ା ନିମନ୍ତେ ଡାକ୍ତରଖାନା ନେବା ପରିବର୍ତ୍ତେ ମୁହଁରେ ପାଣିଛିଟା ମାରି ଚେତା ଫେରାଇ ଘରକୁ ପଠାଇ ଦିଆଯାଇଥିଲା। ବାଟରେ ଦୁଇ ଜଣ ଏବଂ ଘରେ ପହଞ୍ଚିବା ପରେ ଅନ୍ୟ ଦୁଇ ଜଣ ପୁଣି ସଂଜ୍ଞାହୀନ ହୋଇପଡିଥିଲେ। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ନେଇ ଯାଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ଏହି ୪ ଛାତ୍ରୀ ଏକ ସମୟରେ ଚେତା ହରାଇବା ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ା ଅନ୍ୟପକ୍ଷେ ସ୍କୁଲ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରୀଙ୍କ ଚିକତ୍ସା ନ କରାଇ ଦାୟିତ୍ୱହୀନ ପଦକ୍ଷେପ ନେବା ସାଧାରଣରେ ଚର୍ଚ୍ଚାକୁ ଆସିଛି ା
ଛାତ୍ରୀଙ୍କ ଅଭିଭାବକମାନେ କହିଛନ୍ତି ଯେ, ଶନିବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ତୃତୀୟ ଶ୍ରେଣୀରେ ପଢୁଥିବା ଏହି ୪ ଛାତ୍ରୀ ବିଦ୍ୟାଳୟ ହତାରେ ଖେଳୁଥିଲେ ା ସେମାନେ ହଠାତ୍‌ ସଂଜ୍ଞାହୀନ ହୋଇ ପଡିବା ଦେଖି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସେମାନଙ୍କ ମୁହଁରେ ପାଣିଛିଟା ମାରିଥିଲେ ା କିଛି ସମୟ ପରେ ଛାତ୍ରୀଙ୍କ ଚେତା ଫେରିଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଡାକ୍ତରଖାନା ନ ନେଇ ଘରକୁ ପଠାଇ ଦେଇଥିଲେ। ପରିବାର ଲୋକେ ଛାତ୍ରୀଙ୍କୁ ଚିକିସତ୍ା କରାଇବାକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ବିଦ୍ୟାଳୟର କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଆସି ନ ଥିଲେ। ଏପରିକି ଛାତ୍ରୀମାନେ ବିଦ୍ୟାଳୟରେ ସଂଜ୍ଞାହୀନ ହେବା କଥା ପରିବାର ଲୋକଙ୍କୁ ଜଣାଇ ଦିଆଯାଇ ନ ଥିଲା। ଛାତ୍ରୀମାନଙ୍କ ଏପରି ଅବସ୍ଥା ପାଇଁ ପରିବାରବର୍ଗ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଶୋଭାକର ବେହେରାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

କୁଆମରା,୧୪।୧୨(ଡି.ଏନ୍‌.ଏ.) – ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ କୁଆମରା ଗ୍ରାମରେ ୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି...

୧୦ ଫୁଟ ତଳକୁ ଖସିଲା ପାଟ୍ରୋଲିଂ ଗାଡ଼ି, ୨ ଗୁରୁତର

ବାରିପଦା ଅଫିସ,୨ା୭: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି କେନାଲ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ହାତୀ ସୁରକ୍ଷା ଡ୍ୟୁଟି ସାରି...

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍‌ ମାଡ: ପୋଲିସର ତଦନ୍ତ ଆରମ୍ଭ

କପ୍ତିପଦା,୮।୬(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା...

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି...

ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ମୟୂରଭଞ୍ଜ ଜିଲାକୁ ୨୪ ପଦକ

ବାରିପଦା ଅଫିସ,୧୫ା୧୨- ଗତ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ମିଳିଛି ସଫଳତା । ୧୭...

ମା’ଝିଅଙ୍କୁ ମାଡ଼ ମାରି ଫରେଷ୍ଟଗାର୍ଡ ନିଲମ୍ବିତ

ଠାକୁରମୁଣ୍ଡା,୨୨ା୨(ଡ଼ି.ଏନ୍‌.ଏ.)- କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜର ବାରାହାପଣପୋଷି ଗ୍ରାମର ଜନୈକା ମହିଳା ଓ ତାଙ୍କର ଗର୍ଭବତୀ ଝିଅଙ୍କୁ ଜଙ୍ଗଲରୁ କାଠ ଚୋରି ଅଭିଯୋଗରେ ଜଣେ ମହିଳା...

ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଭାଜପାର ବିକ୍ଷୋଭ

ବାରିପଦା ଅଫିସ,୨୦ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରତିବାଦରେ ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଯୁବମୋର୍ଚ୍ଚା...

ମାଛ ଧରିବାକୁ ଯାଇ ବୁଢ଼ାବଳଙ୍ଗରେ ଯୁବକ ନିଖୋଜ

ବଡ଼ସାହି,୨୩ା୫(ସ୍ବ.ପ୍ର.)-ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଚନ୍ଦନପୁର ପଞ୍ଚାୟତ ଅଧୀନ...

Advertisement
Archives

Model This Week