Posted inଖେଳ

ଖେଳାଳିଙ୍କ ସହ ଗମ୍ଭୀର ଆଲୋଚନା କରିଥିଲେ ବେଲିସ୍‌

ଲଣ୍ଡନ, ୨୮।୭ (ଏଏଫ୍‌ପି)-ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ପରାଜୟରୁ ବର୍ତ୍ତିଯିବା ପରେ ଇଂଲଣ୍ଡ କୋଚ୍‌ ଟ୍ରେଭର ବେଲିସ ଟେଷ୍ଟ ଖେଳାଳିଙ୍କ ସହ ‘ଗମ୍ଭୀର ଆଲୋଚନା’ କରିଥିବା ସ୍ବୀକାର କରିଛନ୍ତି। ୪ ଦିବସୀୟ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ମାତ୍ର ୮୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କିନ୍ତୁ ଆୟର୍ଲାଣ୍ଡକୁ ୨ୟ ଇନିଂସରେ ମାତ୍ର ୩୮ ରନରେ ଅଲ୍‌ଆଉଟ୍‌ କରିବା ସହ ମ୍ୟାଚ୍‌କୁ ୧୪୩ ରନରେ ଇଂଲଣ୍ଡ ଜିତି ନେଇଥିଲା। ବାମହାତୀ ସ୍ପିନର ତଥା ନାଇଟ୍‌ ଓ୍ବାଚ୍‌ମ୍ୟାନ ଜ୍ୟାକ୍‌ ଲିଚ୍‌ ଏହି ମ୍ୟାଚ୍‌ରେ ମୋଟ୍‌ ୯୨ ରନ ସଂଗ୍ରହ କରିଥିଲେ ମଧ୍ୟ ଐତିହାସିକ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଲାଗି ଘୋଷିତ ୧୪ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ।
ରେଡିଓକୁ ଏକ ସାକ୍ଷାତ୍‌କାର ଅବସରରେ ବେଲିସ୍‌ କହିଛନ୍ତି, ‘ଆମେ ଏହି ମ୍ୟାଚ୍‌ ବିଷୟରେ ଗମ୍ଭୀର ଭାବେ ଆଲୋଚନା କରିଥିଲୁ। ଯେତେବେଳେ ଆମେ ମ୍ୟାଚ୍‌ ଜିତିସାରିଛୁ ତେଣୁ ଏହି ବାର୍ତ୍ତା ଦେବାକୁ ସକ୍ଷମ ହୋଇଛୁ। ମୁଁ ଏଠାରେ ଜ୍ୟାକ୍‌ ଲିଚ୍‌ଙ୍କ ଉଦାହରଣ ଦେବାକୁ ଚାହୁଁଛି। ଲିଚ୍‌ କେଉଁଭଳି ଭାବେ ଖେଳିବାକୁ ଚାହୁଁଥିଲେ ସେଥିପ୍ରତି ସେ ପୁରା ଫୋକସ୍‌ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନମାନେ ତାଙ୍କଠାରୁ ଏହା ଶିଖିବା ଦରକାର’। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନଠାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ସୋମବାରଠାରୁ ଇଂଲଣ୍ଡ ଦଳର ଟ୍ରେନିଂସ ସେସନ ଆରମ୍ଭ ହେବ। ଯେଉଁଠାରେ ଜୋଫ୍ରା ଆର୍ଚରଙ୍କ ଫିଟ୍‌ନେଶ ଉପରେ ଆଲୋଚନା ହେବ ବୋଲି ବେଲିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍‌

କୋଲକତା,୨୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି କୋଲକତାରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିସାରିଛି। ଏବେ...

ଦ୍ୱିତୀୟ ଥର ବାପା ହେଲେ ରାଇନା

ଲକ୍ଷ୍ନୌ,୨୩।୩- ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ହେବାର ସୁଖ ପାଇଛନ୍ତି। ତାଙ୍କ ପତ୍ନୀ ପ୍ରିୟଙ୍କା ସୋମବାର ପୁଅକୁ ଜନ୍ମ ଦେଇଛନ୍ତି। ତେବେ...

ପଟିଆଲା, ବେଙ୍ଗାଲୁରୁ ସାଇରେ ୩୦ ପଜିଟିଭ୍‌: ତାଲିକାରେ ଅଲିମ୍ପିକ୍ସ ଖେଳାଳି ନାହାନ୍ତି

ନୂଆଦିଲ୍ଲୀ,୧।୪(ପି.ଟି.): ପଟିଆଲା ଓ ବେଙ୍ଗାଲୁରୁସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ୩୦ ଜଣ କ୍ରୀଡ଼ାବିତ୍‌ ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡ଼ିଛି।...

ଅଲିମ୍ପିକ ସଂହତି ପାଣ୍ଠି କମିଟିରେ ଅଧୀପ

କଟକ ଅଫିସ,୩୦ା୫: ଇଣ୍ଡିଆନ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର ଅଲିମ୍ପିକ ସଂହତି ପାଣ୍ଠି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶାର ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଅଧୀପ ଦାସ।...

ସର୍ବଭାରତୀୟ ଚେସ୍‌ ମହାସଂଘ ନିର୍ବାଚନ: ଅଜୟ ସଭାପତି, ଭରତ ସମ୍ପାଦକ

ଚେନ୍ନାଇ, ୧୨।୨ (ପି.ଟି.)- ସର୍ବଭାରତୀୟ ଚେସ୍‌ ମହାସଂଘର (ଏଆଇସିଏଫ୍‌) ନୂତନ ସଭାପତି ଭାବେ ଅଜୟ ପଟେଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭରତ ସିଂ ଚୌହାନ...

ଚେନ୍ନାଇ ଛାଡ଼ିଲେ ଧୋନୀ

ଚେନ୍ନାଇ, ୧୫।୩- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା। କିନ୍ତୁ ମାରାତ୍ମକ କରୋନା ଭାଇରସ୍‌ ଲାଗି...

୩ଥର ମ୍ୟାଟ୍ରିକ୍‌ ଫେଲ୍‌ ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସରକାରୀ ଚାକିରି ଛାଡି ଧରିଥିଲେ ବ୍ୟାଟ୍‌‌

ଭାରତୀୟ କ୍ରିକେଟ୍‌ ଖେଳାଳି କ୍ରୁନାଲ ପାଣ୍ଡ୍ୟା ଆସି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୨୪, ୧୯୯୧ରେ ସେ ଗୁଜରାଟର ବରୋଦାରେ ଜନ୍ମଗ୍ରହଣ କରିଥିଲେ। ବରୋଦା...

୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍‌: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ

ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ...

Advertisement
Archives

Model This Week