![](https://www.dharitri.com/wp-content/uploads/2019/12/be245b54-81cc-4e58-a17e-d9804b8f8dad.jpg)
ପାଟଣା,୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ସାହାରପଡା ବ୍ଲକ ଖୁଣ୍ଟାପିଙ୍ଗୁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜଣେ ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଏଥି ସହିତ ଖଳାରେ ଥିବା ଧାନ ମଧ୍ୟ ପୋଡି ନଷ୍ଟ ହୋଇଛି। ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ଜିଙ୍ଗି ଜଣେ ଅସହାୟ ମହିଳା ହୋଇଥିବାରୁ ଖୁବ୍ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।