ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା ଉଚିତ। ତେବେ ବ୍ୟାୟାମ କରିବା ସମୟରେ ଅନେକଙ୍କୁ ଥକ୍କା ଲାଗିଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ବ୍ୟାୟାମ ପୂର୍ବରୁ ଖାଇବା ଦ୍ୱାରା ଥକ୍କାପଣ ଅନୁଭୂତ ହୋଇ ନ ଥାଏ। ଏଥିସହ ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିଥାଏ। କାରଣ ଖାଲିପେଟରେ ବ୍ୟାୟାମ କରିବା ଆଦୌ ଉଚିତ ନୁହେଁ। ମାତ୍ର ଖାଦ୍ୟ ପରିମାଣ ଉପରେ ଧ୍ୟାନ ମଧ୍ୟ ରଖନ୍ତୁ। ଆସନ୍ତୁ ଜାଣିବା ସେଭଳି କିଛି ପ୍ରୋଟିନଯୁକ୍ତ ଖାଦ୍ୟ ବିଷୟରେ:
ଦଲିଆ: ବ୍ୟାୟାମ ବା ଏକ୍ସରସାଇଜ୍‌ କରିବାର ୩୦ ମିନିଟ୍‌ ପୂର୍ବରୁ ପାଖାପାଖି ୧ ଗିନା ଦଲିଆ ଖାଇବା ଉଚିତ। ଏହା ଫାଇବର ଏବଂ ପ୍ରୋଟିନର ଏକ ମହତ୍ତ୍ୱପୂର୍ଣ୍ଣ ସ୍ରୋତ।


କଦଳୀ: ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ୨ଟି କଦଳୀ ଖାଇବା ଆବଶ୍ୟକ। କଦଳୀରେ ଅଧିକ ମାତ୍ରାରେ ପୋଟାସିୟମ ରହିଥିବାରୁ ବ୍ୟାୟାମ ସମୟରେ ମାଂସପେଶୀ ଟାଣିହୋଇ ନ ଥାଏ।


ବ୍ରାଉନ୍‌ ବ୍ରେଡ୍‌: ବ୍ରାଉନ୍‌ ବ୍ରେଡ୍‌ରେ ତିଆରି ସାଣ୍ଡଉଇଜ୍‌ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ତେଣୁ ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ଏହାକୁ ଖାଇବା ଆବଶ୍ୟକ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ମିଳିଥାଏ। ତେଣୁ ବ୍ୟାୟାମ ସମୟରେ କୌଣସି ପ୍ରକାର ସମସ୍ୟା ଅନୁଭବ ହୋଇ ନ ଥାଏ। ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିହେବ।


ବିଟ୍‌ ଜୁସ୍‌: ବିଟ୍‌ ଜୁସ୍‌ରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ ବି ଏବଂ ଏନର୍ଜୀ ଭରପୂର ମାତ୍ରାରେ ରହିଛି। ବ୍ୟାୟାମ କରିବାର ୩୦ ମିନିଟ୍‌ ପୂର୍ବରୁ ଏକ ଗ୍ଲାସ୍‌ ଜୁସ୍‌ ସେବନ କରିବା ଦ୍ୱାରା ଶରୀରରେ ଶକ୍ତି ଏବଂ ସହନଶକ୍ତି ବଢ଼ିଥାଏ। ଏହାକୁ ପିଇବା ଦ୍ୱାରା ନ ଥକି ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିପାରିବେ।


କ୍ଷୀର, କଦଳୀ, ଅଖରୋଟ ଜୁସ୍‌: କ୍ଷୀର, କଦଳୀ, ଅଖରୋଟ ଏବଂ ଚିନିକୁ ମିଶାଇ ଏକ ଜୁସ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ବ୍ୟାୟାମ କରିବାର ୩୦ ମିନିଟ ପୂର୍ବରୁ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri