ଖବରକାଗଜ ହକରଙ୍କୁ ସହାୟତା ଦେଲେ ପୂର୍ବତନ ଏମ୍‌ପି

ବାଲେଶ୍ୱର ଅଫିସ,୨୮।୪- କରୋନା ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ପ୍ରତିଦିନ ଯେଉଁମାନେ କାମ କରି ପେଟ ପୋଷୁଥିଲେ, ରୋଜଗାର କରି ନିଜର ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏବେ ପରିସ୍ଥିତି ଦିନକୁ ଦିନ ଖରାପ ହୋଇ ପଡ଼ିଛି। ସେଭଳି ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବାଲେଶ୍ୱରର ପୂର୍ବତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା। ଏହି ବିପତ୍ତି ସମୟରେ ସେ  ପ୍ରତିଦିନ ଖବରକାଗଜ ବାଣ୍ଟୁଥିବା ହକରଙ୍କୁ ଓ ରେଲୱେ ଷ୍ଟେସନ ଉପରେ ନିର୍ଭର କରି ଚଳୁଥିବା ଟ୍ୟାକ୍ସି ଚାଳକଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ପୂର୍ବତନ ଏମ୍‌ପିଙ୍କ ମାନସିଂବଜାର ଗୃହରେ ପ୍ରଥମେ ବଣ୍ଟନ କରାଯିବା ପରେ ଷ୍ଟେସନ ରାସ୍ତାରେ ଥିବା ଖବରକାଗଜ ବିତରକ ସଂଘର କାର୍ଯ୍ୟାଳୟରେ ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ୧୨୫ରୁ ଅଧିକ ପେପର ହକର ଓ ୩୬ ଜଣ ଟ୍ୟାକ୍ସି ଡ୍ରାଇଭରଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ସଭାପତି ଅରୁଣ କୁମାର ସ୍ବାଇଁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ବନ୍ଦ: ଗାଈ, ମଇଁଷି ଚରାଉଛନ୍ତି ପିଲା

କୋରୁକୋଣ୍ଡା,୨୦।୭(ଡି.ଏନ.ଏ): କରୋନା କଟକଣା ଯୋଗୁ ବିଦ୍ୟାଳୟ କେବେ ଖୋଲିବ ତାହା ରାଜ୍ୟ ସରକାର ଏଯାଏ ସ୍ପଷ୍ଟ ଭାବେ ଘୋଷଣା କରି ନାହାନ୍ତି। ଏହି ସମୟରେ ମାଲକାନଗିରି...

ବଦଳିଲେ ୪ ଆଇଆଇସି

ରାୟଗଡ଼ା,୨୧।୨(ସ୍ବ.ପ୍ର.): ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି। ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ...

ବାର୍‌ହା ମାଂସ ଜବତ, ଜଣେ ଗିରଫ

ବୁଗୁଡ଼ା,୨୫ା୧୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଥରବଣି ଛକଠାରେ ରବିବାର ପୂର୍ବାହ୍ନରେ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ୍ସେଲ ଗାଡ଼ି ଓ ସେଥିରେ ଥିବା ବାର୍‌ହା ମାଂସ...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର...

ଝୁଲାପୋଲରେ ପୁଣି ପର୍ଯ୍ୟଟକଙ୍କ ଭିଡ଼

ରାୟଗଡ଼ା,୨୭ା୧୨(ସ୍ବ.ପ୍ର.):ରାୟଗଡ଼ା ସ୍ଥିତ ଝୁଲାପୋଲ ନାଗାବଳୀ ନଦୀ ଅପରପାର୍ଶ୍ୱରେ ରହିଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁକୁ ସଂଯୋଗର ମାଧ୍ୟମ ହୋଇଥିଲା। ହେଲେ ଓଡ଼ିଶାର ଏହି ଦ୍ୱିତୀୟ ଝୁଲାପୋଲ...

ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା: ଏସ୍‌ପି ଅଫିସ ଘେରିଲେ ଭାଜପା କର୍ମୀ

ବଲାଙ୍ଗୀର ଅଫିସ,୧୪ା୧୨: ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା। କିଛି ବିଜେଡି କର୍ମୀ...

କୋଭିଡ୍‌ ଯୋଦ୍ଧା ପଜିଟିଭ୍‌ ଚିହ୍ନଟ: ୪୮ ଘଣ୍ଟା ଗାଁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଜୁନାଗଡ଼,୨୫ା୭(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ଜଣେ କୋଭିଡ୍‌ ଯୋଦ୍ଧା ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।...

Advertisement
Archives

Model This Week