ଖଣ୍ଡପଡ଼ାରେ ଅଜଣା ରୋଗରେ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଟି ଗାଈବାଛୁରୀର ମୃତ୍ୟୁ ଘଟିଛି। ପ୍ରାଣୀଧନ ଚିକିତ୍ସା କର୍ମୀଙ୍କ ଅବହେଳା ଯୋଗୁ ଆବଶ୍ୟକ ଚିକିତ୍ସା ଅଭାବରୁ ଅଜଣା ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।  ପ୍ରକାଶ ଯେ,ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଖଳିସାହି, ଗଡିଆସାହି, କିଆଝର, କୁମ୍ଭାରପଡା, ବଳଭଦ୍ର ପ୍ରସାଦ ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଗତ କିଛି ଦିନ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗୋରୁମାନଙ୍କ ଦେହ, ଗୋଡ ଓ ମୁହଁ ପ୍ରଥମେ ଫୁଲିଯାଉଛି। ଗୋରୁମାନେ ଶରୀରର ଆକ୍ରାନ୍ତ ସ୍ଥାନକୁ ଜିଭରେ ଚାଟିବା ପରେ କ୍ଷତାକ୍ତ ହୋଇ ଧୀରେ ଧୀରେ ସେଠାରେ ଘା ହୋଇଯାଉଛି। ଏହି ରୋଗ ସମ୍ପର୍କରେ ଚାଷୀମାନେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ସହାୟକ କେନ୍ଦ୍ରକୁ ଯାଇ କର୍ମଚାରୀମାନଙ୍କ ସହ ଯୋଗାଯୋଗ କରିବା ପରେ ମଧ୍ୟ ଏ ରୋଗ ସମ୍ପର୍କରେ କୌଣସି ଠିକ୍‌ ତଥ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି। କେତେକ ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ସହାୟକ କେନ୍ଦ୍ରର କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗୋରୁଗାଈଙ୍କ ପାଖକୁ ଯାଇ ଯେଉଁ ଔଷଧ ବା ଟିକା ପାଇଁ ପରାମର୍ଶ ଦେଉଛନ୍ତି ସେଥିରେ ମଧ୍ୟ ଗୋରୁ ସୁସ୍ଥ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରି ଗ୍ରାମର ଲଡୁ ପରିଡାଙ୍କ ୨୨ଟି ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅଧିକାରୀ ମହାକୁଡଙ୍କ ୬ଟି, ଅଲେଖ ବାହୁକଙ୍କ ୨ଟି, ସୁବାସ ବେହେରାଙ୍କ ୧୫, ଟିକିନା ବେହେରାଙ୍କ ୨୫, ଦେବରାଜ ବେହେରାଙ୍କ ୨୫, ହାଡିଆ ବେହେରାଙ୍କ ୩୫, ଭ୍ରମର ବାରିକଙ୍କ ୨, ଦାମୋଦର ବେହେରାଙ୍କ ୨, ନନ୍ଦ ମହାକୁଡଙ୍କ ୨, ବସନ୍ତ ବେହେରାଙ୍କ ୫ ଗୋରୁ ସହ ଗ୍ରାମର ପ୍ରାୟ ଶତାଧିକ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ବଳଭଦ୍ର ପ୍ରସାଦ ପଞ୍ଚାୟତ ଗଉଡପାଟଣା ଗ୍ରାମର ପଦ୍ମନାଭ ବେହେରାଙ୍କ ଠାରୁ ପ୍ରକାଶ ଯେ ତାଙ୍କ ଗାଁ ଆଖପାଖ ଜାକେଲା, ବଳଭଦ୍ରପ୍ରସାଦ ଆଦି ଗ୍ରାମରେ ବହୁ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ପଡୁଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ତଥା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁ ଏହି ରୋଗର ନିରାକରଣ ହୋଇ ପାରୁ ନାହିଁ ବୋଲି ସେ କହିଥିଲେ। ତେବେ ଗୋଚ୍ଛାବାରି ଗ୍ରାମର ଲଡୁ ପରିଡା ଓ ବସନ୍ତ ବେହେରାଙ୍କଠାରୁ ପ୍ରକାଶ ଯେ, ଗାଈ ଗୋରୁଙ୍କ ମୁହଁ, ପିଠି ଓ ପେଟରେ ଘା ହେବା ସହ ଚକଡା ଚକଡା ହୋଇ ଫୁଲି ଘା ହୋଇ ଗାତ ହୋଇଯାଉଛି। ଏହି ଚିକିତ୍ସା ପାଇଁ ପ୍ରାଣୀଧନ କର୍ମଚାରୀଙ୍କୁ ଡାକିବାରେ ଗୋଟିଏ ଗୋଟିଏ ଇଞ୍ଜେକଶନ ପାଇଁ ଶହେ ଟଙ୍କା ଲେଖାଏ ନେଉଛନ୍ତି। ୫ଟି ଟିକା ଦେଲା ପରେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବୋଲି କହିଥିଲେ। ଗୋଟିଏ ଗୋଟିଏ ଗାଈ, ବଳଦ ପିଛା ହଜାରେ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ଥକି ପଡିଲେଣି। ଗୋରୁମାନେ ମରି ଯାଉଥିବାରୁ ଗରିବ ଚାଷୀମାନେ ଏବେ ଆତଙ୍କିତ ହୋଇ ପଡିଛନ୍ତି। ଅପରପକ୍ଷେ ଗତ ୫ଦିନ ହେବ ଗଡିଆସାହି ଗ୍ରାମର ଚରଣ ଦଳାଇ ଓ କୋଟପୋଖରୀ ଗ୍ରାମର ଜଣେ ଚାଷୀଙ୍କ ୨ଟି ଗାଈ ବାଛୁରୀ ଏହି ରୋଗରେ ପ୍ରାଣ ହରାଇଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

୧୪ ବର୍ଷ ଝିଅର କଥା ଶୁଣି ଚୁପ୍‌ଚାପ୍‌ ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ: ଚାରିଆଡ଼େ ଚର୍ଚ୍ଚା

ଚେନ୍ନାଇ,୧୮।୫: ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ସେ ପୁଣି ଥରେ ଏପରି ଏକ ପଦକ୍ଷେପ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ,…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri