ଖଣି ଶ୍ରମିକଙ୍କ ବିକ୍ଷୋଭ

ରାଇରଙ୍ଗପୁର,୨୮ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ସ୍ଥିତ ଲାଲ ଟ୍ରେର୍ଡ୍‌ସ ଲୁହାଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବକେୟା ଅର୍ଥ ଏବଂ ଦରମା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଖଣି ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାମନଘାଟି ମାଇନ୍ସ ଓ୍ବାର୍କର୍ସ ସଂଗଠନର ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ବିଧାୟକ ଶମ୍ବୁନାଥ ନାଏକଙ୍କ ନେତୃତ୍ୱରେ ସଂଗଠନର ବିଭିନ୍ନ କର୍ମକର୍ତ୍ତାଙ୍କ ସମେତ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶ୍ରମିକ ବିକ୍ଷୋଭରେ ସାମିଲ୍‌ ହୋଇଥିଲେ।
ଆଗାମୀ ୨୦୨୦ ମାର୍ଚ୍ଚ ୩୧ ତାରିଖରେ ବାଦାମପାହାଡ଼ସ୍ଥିତ ଲାଲ ଟ୍ରେର୍ଡ୍‌ସ ଖଣି ଖାଦାନ ଲିଜ୍‌ର ମିଆଦ ସରି ଆସୁଛି। ଉକ୍ତ ଲୁହା ଖଣି ଖାଦାନରେ କାର୍ଯ୍ୟରତ ଶ୍ରମିକମାନଙ୍କର ଦରମା, ବକେୟା ଅର୍ଥ, ଗ୍ରାଚ୍ୟୁଟି ଏବଂ ବୋନସ ସହ ଶ୍ରମିକଙ୍କ ପ୍ରୋଭିଡେଣ୍ଡ ଫଣ୍ଡ ଏବଂ ପେନ୍‌ସନ୍‌ ଆଦି ବିଭିନ୍ନ ଦାବି ସମ୍ପର୍କରେ ବିକ୍ଷୋଭକାରୀ ଶ୍ରମିକମାନେ ଜଣାଇଛନ୍ତି। ଏନେଇ ଖଣି କାର୍ଯ୍ୟାଳୟ ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri