କ୍ୱାରାଣ୍ଟାଇନରେ ରହିଲେନି, ମାମଲା ରୁଜୁ

ଅନୁଗୋଳ ଅଫିସ୍, ୨୭ା୩- ଅନୁଗୋଳ ଜିଲାକୁ ବାହାରୁ ଫେରିଥିବା ୨ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା ଭେରିଫିକେଶନ ବେଳେ ଜଣାପଡିଛି। ସମ୍ପୃକ୍ତ ୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।ଏଥିସହ  ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା କ୍ୱାରାଣ୍ଟାଇନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସମଲ ଓ ନିଶା ଶିଳ୍ପାଞ୍ଚଳ ଥାନାରେ ଏ ସଂକ୍ରାନ୍ତରେ ୨ଟି ମାମଲା ରୁଜୁ କରାଯାଇଥିବା ଅନୁଗୋଳ ଏସପି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । କ୍ୱାରାଣ୍ଟାଇନ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ନ କରିବାକୁ ପୋଲିସ କହିଛି। ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଏସପି କହିଛନ୍ତି । ଅନ୍ୟପକ୍ଷରେ ଜିଲାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସେମାନଙ୍କ ନିକଟରୁ ୨ଟି ବାଇକ୍, ୬୯ ଲିଟର ମଦ ଜବତ କରାଯାଇଛି । ସେମାନଙ୍କ ମଧ୍ୟରେ ବିନା କାମରେ ଘରୁ ବାହାରିବା ଅଭିଯୋଗରେ ୫ ଜଣ ଓ କୋଲିୟରୀ ଥାନା ଅଞ୍ଚଳରେ ମଦ ବିକ୍ରି କରୁଥିବା ୨ ଜଣ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଇଛି ରଘୁନନ୍ଦନ ପାଠାଗାର

ପୁରୀ ଅଫିସ,୨୩।୧୦:ପରିକ୍ରମା ପ୍ରକଳ୍ପ ଜମି ଅଧିଗ୍ରହଣରେ ଜଗନ୍ନାଥ ସଂସ୍କୃତିର ସର୍ବପୁରାତନ ପାଠାଗାର ରଘୁନନ୍ଦନ ଲାଇବ୍ରେରୀ ନିଜ ଅସ୍ତିତ୍ୱ ହରାଇଛି। ଯେଉଁ ପାଠାଗାର ଦିନେ ବୁଦ୍ଧିଜୀବୀ ଓ...

‘ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସମ୍ମାନ’ରେ ସମ୍ମାନିତ ହେଲେ ଶ୍ରୀସନ୍ନ୍ୟାସୀ ଜୀ

କଟକ ଅଫିସ,୧୯ା୪: କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଇଷାଣି ବ୍ରହ୍ମପୁର ପଞ୍ଚାୟତ ମଲ୍ଲୀପୁରର ମହାନଦୀପଠାରେ ‘ମହାନଦୀ ତଟୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି...

ଶିକ୍ଷକଙ୍କ ବଦଳିକୁ ବିରୋଧ

ମୋରଡ଼ା,୭ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ଥିବା ନିଚୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି।...

କୀଟନାଶକ ପିଇ ଜୀବନ ହାରିଲେ ସରପଞ୍ଚଙ୍କ ସ୍ବାମୀ

ଆସିକା,୧୩ା୮(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡା ଥାନା ଅଧୀନ ମଞ୍ଚାପଡା ଗ୍ରାମର ରମେଶ ବେହେରା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ...

ଡାକ୍ତରଶୂନ୍ୟ ଡାକ୍ତରଖାନା

ବଇଣ୍ଡା,୧୯ା୩(ଡି.ଏନ.ଏ.) ରାଜପଥ ପାର୍ଶ୍ୱରେ ଡାକ୍ତରଖାନା। ପ୍ରତିଦିନ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଉଛି ଏଠାକୁ। ଆଖପାଖ ୭ଟି ପଞ୍ଚାୟତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି।...

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦...

ଆର୍ଥିକ ଅନିୟମିତତା ଅଭିଯୋଗ : ସମବାୟ ବ୍ୟାଙ୍କର ୨ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କାମାକ୍ଷାନଗର, ୧୮।୫(ଡି.ଏନ୍‌.ଏ.)-ଆର୍ଥିକ ହେର୍‌ଫେର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ସମେତ ୨ଜଣଙ୍କୁ...

କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା...

Advertisement
Archives

Model This Week