Posted inଗଜପତି

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି କ୍ରିଷ୍ଣା(୫୪)। କାଟ୍ଟିଙ୍କ ରେକଟାଲ କ୍ୟାନ୍‌ସର ଥିଲା। କ୍ୱାରାଣ୍ଟାଇନରେ ପହଞ୍ଚତ୍ବା ପୂର୍ବରୁ ସେ ୪ ମାସ ଧରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସିତ ହୋଇଥିଲେ। ସେଠାରୁ ୧୯ ତାରିଖରେ ଡିସ୍‌ଚାର୍ଜ ହେବା ପରେ ଆମ୍ବୁଲାନ୍ସ ଯୋଗେ ସେ କାଶୀନଗର ଆସୁଥିବା ବେଳେ ହଡୁଭାଙ୍ଗି ନାକାଗେଟ୍‌ଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ସେତେବେଳେ ତାଙ୍କୁ ନେଇ ବିଏଲ୍‌ପୁରସ୍ଥିତ ମଲ୍‌ଟି ପରପୋଜ୍‌ ସାଇକ୍ଲୋନ କେନ୍ଦ୍ରରେ ରଖିବାକୁ ନିଆଯାଇଥିଲା। ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଅଲଡ଼ାସ୍ଥିତ କ୍ୱାରାଣ୍ଟାଇନକୁ ନେଇ ରଖାଯାଇଥିଲା। ଗୁରୁବାର ସେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି। କାଟ୍ଟିଙ୍କ ୨ ପୁଅ ଓ ସ୍ତ୍ରୀ ଅଛନ୍ତି। କ୍ୱାରାଣ୍ଟାଇନରେ ମୃତ୍ୟୁ ହୋଇଥିବାରୁ ପୋଲିସ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ସତ୍କାର କରାଯାଇଛି। ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ତହସିଲଦାର ଶାନ୍ତିସ୍ବରୂପ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠିରେ ବିଦ୍ୟାଭାରତୀଙ୍କୁ ସୌମ୍ୟଙ୍କ ଆକୁଳ ନିବେଦନ: ତୁମ ପାଦ ତଳେ ମୋତେ ଟିକେ ଜାଗା ଦିଅ

କଟକ,୨୩ା୭: ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ତୁମର ଚାକର ହୋଇ ରହିବି ପଛେ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ। ପାରଳାଖେମୁଣ୍ଡି...

ହେଲା ଦଶହରା ଛୁଟି ବେଳ, ଗ୍ରାମବାସୀ ଗାଁ ରାସ୍ତା କଲେ ସମତୁଲ

ଆର୍‌. ଉଦୟଗିରି,୪।୧୦(ଡି.ଏନ୍‌.ଏ.): ଦଶହରାରେ ଗ୍ରାମବାସୀ ମିଶି ଗାଁ ରାସ୍ତା ମରାମତି କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଖ୍ରୀଷ୍ଟପୁର...

ବାହାଘରକୁ ଆସି କରୁଥିଲେ ମୋବାଇଲ ଚୋରି, ପଡ଼ିଲେ ଧରା

ଆର୍‌.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ବେଲପଡ଼ା ଗ୍ରାମରେ ଗତ ୨୯ ତାରିଖ ରାତିରେ ଏକ ବିବାହ ଉତ୍ସବକୁ ଆସିଥିବା ଲୋକଙ୍କ ୫ଟି ମୋବାଇଲ ଫୋନ ଚୋରି ହୋଇଯାଇଥିଲା।...

ସିଙ୍କି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଇ ପୁଣି ଥରେ ଫେରିଛି କରୋନା। ଦେଶ ତଥା ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗଜପତିରେ...

ବ୍ୟବସାୟୀଙ୍କ ଘରେ ଚଢ଼ାଉ, ବିପୁଳ ରକ୍ତ ଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୫।୧୨(ଡି.ଏନ୍‌.ଏ): ପାରଳାଖେମୁଣ୍ଡି ସ୍ଥିତ ବାଳିକା ବିଦ୍ୟାଳୟ ନିକଟ ଜନୈକ ବ୍ୟବସାୟୀ ଜି ରାମା ରାଓଙ୍କ ଘରେ ରେଡ୍‌ ହୋଇଛି। ପୋଲିସ , ଅବକାରୀ ଓ ଜଙ୍ଗଲ...

ଗଜପତିରେ ପୁଣି ୧୦ କରୋନା ପଜିଟିଭ

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲାରେ ପୁଣି ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ା ଏହି ସଂଖ୍ୟା ଶନିବାର ୬୧ରେ ପହଞ୍ଚିଛି ା...

ଯାତାୟାତରେ ଭରା ନାଳ ସାଜିଛି କଣ୍ଟା

ଆର.ଉଦୟଗିରି,୨୯ା୧୦(ଡି.ଏନ.ଏ.): ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ...

ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା...

Advertisement
Archives

Model This Week