କ୍ଷେତ୍ର ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

ଆସିକା,୩ା୭(ଡି.ଏନ୍‌.ଏ.)- ଆସିକା ବାଲିପଦର ମୁଖ୍ୟ ରାସ୍ତାର ବାବନପୁର ସଂଲଗ୍ନ ଗଡଗଡିଆ ପାହାଡ ପାଦ ଦେଶରେ ଆସିକା ଏନ୍‌ଏସି ପକ୍ଷରୁ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଲାଗି ସ୍ଥାନ ଚିହ୍ନଟ ହୋଇଛି। ବୁଧବାର ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତେନଜନ୍‌ ୱାପଙ୍ଗ ସମ୍ପୃକ୍ତସ୍ଥଳୀରେ ପହଞ୍ଚତ୍ କ୍ଷେତ୍ର ପରିଦର୍ଶନ କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଆସିକା ଏନ୍‌ଏସି ପକ୍ଷରୁ ବର୍ତ୍ତମାନ ୩.୫ ଏକର ଜମି ଅକ୍ତିଆରରେ ରଖାଯାଇ ସହରର ଆବର୍ଜନାକୁ ଜମା କରାଯାଉଥିବା ବେଳେ ନୂତନ ପ୍ରକଳ୍ପ ଲାଗି ୫ ଏକର ଜମିର ଆବଶ୍ୟକତା ଥିବା ଏନ୍‌ଏସି ପକ୍ଷରୁ କମିଶନରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କମିଶନର ୱପଙ୍ଗ ଏହି ଜମି ସମ୍ପର୍କରେ ଘଟଣା ସ୍ଥଳରେ ଉପସ୍ଥିତ ଆସିକା ତହସିଲଦାରଙ୍କୁ ପଚାରି ବୁଝିବା ସହ ତୁରନ୍ତ ଏହି ଜମି ଏନ୍‌ଏସିକୁ ହସ୍ତାନ୍ତର ଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ସେ ପ୍ରକଳ୍ପ ସମ୍ପର୍କରେ ଏନ୍‌ଏସିର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହ ଆବର୍ଜନା ନିଷ୍କାସନ ଲାଗି କଣ ସବୁ ପଦକ୍ଷେପ ନିଆଯାଇଛି ପଚାରି ବୁଝିଥିଲେ। ସୂଚନା ଯୋଗ୍ୟ ଯେ, ଏନ୍‌ଏସି ପକ୍ଷରୁ ଏଠାରେ ନିର୍ମାଣ ହେବାକୁ ଥିବା ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ଆସିକା ଏନ୍‌ଏସି ସମେତ ଆଖପାଖର ବର୍ଯ୍ୟବସ୍ତୁ ପରିଚାଳନା ସହ ସେଠାରେ ଏକ ପ୍ରକଳ୍ପ ମାଧ୍ୟମରେ ବର୍ଯ୍ୟବସ୍ତୁରୁ ସାର ଉପତ୍ାଦନ ଲାଗି ମଧ୍ୟ ଯୋଜନା ରହିଛି। ରାଜସ୍ବ କମିଶନରଙ୍କ ସହ ଆସିକା ତହସିଲଦାର ସୁବାଷ ଚନ୍ଦ୍ର ସେଠିଆ, ଏନ୍‌ଏସି କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ସିଂ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri