Posted inଖେଳ

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌ ମାର୍ଶ ଏହି ଚୁକ୍ତିରୁ ବାଦ୍‌ ପଡିଛନ୍ତି। ତେବେ ଉଦୀୟମାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଓ ଜୋ ବନର୍‌ସଙ୍କ ସମେତ ୬ଜଣ ନବାଗତଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଇଛି। ୨୦୨୦-୨୧ ସେସନ ପାଇଁ ମିଚେଲ ମାର୍ଶ, ଲାବୁସେନ, କେନ୍‌ ରିଚାର୍ଡସନ ଓ ମାଥ୍ୟୁ ଓ୍ବେଡ୍‌ ଏହି ଚୁକ୍ତିରେ ସାମିଲ ହୋଇଛନ୍ତି।
ଲାବୁସେନ ଦୃଷ୍ଟାନ୍ତମୂଳକ ଭାବେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସେହିପରି ବନର୍‌ସ ଜଣେ ଉଚ୍ଚକୋଟୀର ଟେଷ୍ଟ ଖେଳାଳି। ସେହିପରି ଟି୨୦ରେ ଆଷ୍ଟନ ଅଗର ମଧ୍ୟ ବେଶ୍‌ ଅସାଧାରଣ ପ୍ରଦର୍ଶନ କରୁଛନ୍ତି। ସେହିପରି କେନ୍‌ ରିଚାର୍ଡସନ ମଧ୍ୟ ଟି୨୦ ଓ ଦିନିକିଆରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି ବୋଲି ଅଷ୍ଟ୍ରେଲୀୟ ମୁଖ୍ୟ ଚୟନକର୍ତ୍ତା ଟ୍ରେଭୋର ହେନ୍ସ କହିଛନ୍ତି। ୩୩ ବର୍ଷୀୟ ଖ୍ବାଜା ଗତ ୫ ବର୍ଷରେ ପ୍ରଥମଥର ପାଇଁ ଚୁକ୍ତିରୁ ବାଦ୍‌ ପଡିଛନ୍ତି। ଖ୍ବାଜାଙ୍କ ସମେତ ପିଟର ହ୍ୟାଣ୍ଡ୍ସକମ୍ବ, ମାର୍କସ ଷ୍ଟୋଇନିସ୍‌, ନାଥନ କୁଲ୍ଟର- ନାଇଲ, ମାର୍କସ ହାରିସ ଓ ଶନ୍‌ ମାର୍ଶଙ୍କୁ ଏହି ନୂଆ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇନାହିଁ। ଫର୍ମ ନ ଥିବାର କାରଣଣୁ ଏମାନଙ୍କୁ ଚୁକ୍ତିରେ ନିଆଯାଇ ନାହିଁ ବୋଲି କୁହାଯାଇଛି। ସେହିପରି ଆଗାମୀ ଗୋଟିଏ ବର୍ଷ ପାଇଁ ୧୫ ଜଣ ମହିଳା ଖେଳାଳିଙ୍କୁ ମଧ୍ୟ ଚୁକ୍ତିବଦ୍ଧ କରାଯାଇଛି।
ସିଏର ପୁରୁଷ ଚୁକ୍ତି ତାଲିକା:
ଆଷ୍ଟାନ ଅଗର, ଜୋ ବନର୍‌ସ, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଆରୋନ ଫିଞ୍ଚ୍‌, ଜୋଶ ହାଜେଲଉଡ, ଟ୍ରାଭିସ ହେଡ, ମାର୍ନସ ଲାବୁସେନ, ନାଥନ ଲିୟନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ଟିମ୍‌ ପେନ୍‌, ଜେମ୍ସ ପାଟିନସନ, ଜେ ରିଚାର୍ଡସନ, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବେଡ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri