Posted inଖେଳ

କ୍ବାରାଣ୍ଟାଇନ୍‌ରେ ରହିବାକୁ ଭାରତୀୟ ଦଳ ପ୍ରସ୍ତୁତ

ସିଡ୍‌ନୀ, ୯।୫:କରୋନା ଭାଇରସ ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱରେ ଖେଳ ବନ୍ଦ ହୋଇ ଯାଇଛି। ଏଥିପାଇଁ ଆସୋସିଶନଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି। କିପରି ଖେଳ ପୁଣି ଆରମ୍ଭ ହୋଇ ପାରିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏହି ପରିପ୍ରେକ୍ଷୀରେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ କିପରି ସମ୍ଭବ ହୋଇପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନର କୋଭିଡ-୧୯ ନିୟମ ଅନୁସାରେ ଗୋଟିଏ ଦେଶରେ ଖେଳାଳି ଅନ୍ୟ ଦେଶକୁ ଗଲେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବେ। ଆଗାମୀ ସିରିଜ ବଞ୍ଚାଇବା ପାଇଁ ଭାରତୀୟ ଦଳ କ୍ବାରାଣ୍ଟାଇନ୍‌ରେ ରହିବା ପ୍ରସ୍ତାବକୁ ଗ୍ରହଣ କରିବ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଶୁକ୍ରବାର ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା କାଯର୍‌ୟକ୍ରମ ରହିଛି। ଅକ୍ଟୋବରରେ ଟି୨୦ ତ୍ରିରାଷ୍ଟ୍ରୀୟରୁ ଭାରତୀୟ ଦଳର ଗସ୍ତ ଆରମ୍ଭ ହେବ। ତେବେ ଏହି ଗସ୍ତରେ ଗଲେ ଖେଳାଳିମାନଙ୍କୁ ୨ ସପ୍ତାହପାଇଁ କ୍ବାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଅର୍ଥାତ୍‌ ସିରିଜ ଆରମ୍ଭର ବହୁ ପୂର୍ବରୁ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ପହଞ୍ଚତ୍ବାକୁ ପଡ଼ିବ।
ସିରିଜ ବଞ୍ଚାଇବା ପାଇଁ ଭାରତୀୟ ଟେଷ୍ଟ ଦଳ ଏହି ତ୍ୟାଗ କରିବାକୁ ରାଜି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ପ୍ରକାଶ କରିଛନ୍ତି। ଏହି ସିରିଜରୁ ଉପାର୍ଜିତ ଅର୍ଥ କ୍ରିକେଟ ଅଷ୍ଟ୍ରେଲିଆର କ୍ଷତିକୁ ଅନେକ ପରିମାଣରେ ଭରଣା କରିପାରିବ। ”ଆଉ କିଛି ବିକଳ୍ପ ନାହିଁ। କ୍ରିକେଟକୁ ପୁଣି ଆରମ୍ଭ କରିବାକୁ ହେଲେ ସମସ୍ତଙ୍କୁ କ୍ବାରାଣ୍ଟାଇନ୍‌ ସ୍ବିକାର କରିବାକୁ ପଡ଼ିବ“ ବୋଲି ଧୁମାଲ କହିଛନ୍ତି। ଚଳିତ ମାସରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ବିଶ୍ୱର ନମ୍ବରୱାନ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିିଛି। ତେଣୁ ଆଗାମୀ ସିରିଜ ସମ୍ଭବ ହେଲେ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। କରୋନା ଭାଇରସ୍‌ ସଂକ୍ରମଣ ଜନିତ ସଟ୍‌ ଡାଉନ୍‌ ଯୋଗୁ ବିପୁଳ କ୍ଷତି ସହିଥିବା ଅଷ୍ଟ୍ରେଲିଆ ବୋର୍ଡ ଏହି ସିରିଜରୁ ମୋଟା ଅଙ୍କର ରାଜସ୍ବ ଆୟ କରିପାରିବ। କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ଏହି ସିରିଜରୁ ରାଜସ୍ବ ଆୟ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ତେଣୁ ସିରିଜରେ ଆଉ ଏକ ଟେଷ୍ଟ ଅର୍ଥାତ୍‌ ୫ମ ଟେଷ୍ଟ ଯୋଗ କରିବାକୁ ପ୍ରସ୍ତାବ ଦେଇଛି। ଏହା ହେଲେ ଆଗାମୀ ନଭେମ୍ବରରେ ହେବାକୁଥିବା ଭାରତ-ଆଫଗାନିସ୍ତାନ ଟେଷ୍ଟ ଆଉ ସମ୍ଭବ ହୋଇପାରିବ ନାହିଁ।
ଧୁମାଲଙ୍କ କହିବା ଅନୁସାରେ ଆଗାମୀ ସିରିଜରେ ଆଉ ଏକ ଟେଷ୍ଟ ଯୋଗ କରାଯାଇ ପାରିବ କି ନାହିଁ ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ଭାରତୀୟ ପ୍ରସାରଣକାରୀ ସଂସ୍ଥାମାନେ ଅଧିକ ଦିନିକିଆ ମ୍ୟାଚ ଚାହୁଁଛନ୍ତି। କାରଣ ଏଥିରୁ ସେମାନେ ଅଧିକ ଆୟ କରି ପାରିବେ। ତେଣୁ ଟେଷ୍ଟ ମ୍ୟାଚ ଅପେକ୍ଷା ଟି୨୦ କିମ୍ବା ଦିନିକିଆ ମ୍ୟାଚ ସଂଖ୍ୟା ବଢ଼ିପାରେ। ୧୬ ରାଷ୍ଟ୍ରକୁ ନେଇ ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ହେବାକୁଥିବା ବିଶ୍ୱକପ ପାଇଁ ଏଲିଟ୍‌ ଖେଳାଳିମାନେ ପ୍ରସ୍ତୁତ କି ନାହାନ୍ତି ତାହା ଏକ ପ୍ରଶ୍ନ। ”ସେମାନେ ଦୀର୍ଘଦିନଧରି କ୍ରିକେଟରୁ ଦୂରେଇ ରହିଛନ୍ତି। ବିନା ଟ୍ରେନିଂରେ ସେମାନେ ବିଶ୍ୱକପ ପରି ଏକ ପ୍ରତିଯୋଗିତା ଖେଳିବାକୁ କେତେ ରାଜି ହେବେ ତାହା ଏକ ପ୍ରଶ୍ନ“ ବୋଲି ଧୁମଲ କହିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଟିମ୍‌ ପେନ୍‌ଙ୍କ ମତରେ ସିରିଜ ଖେଳିବାକୁ ଭାରତ ଆସିଲେ ଅଷ୍ଟ୍ରେଲିଆ ପାଖାପାଖି ୩୦୦ ମିଲିଅନ ଡଲାର ଆୟ କରିପାରିବ। ଏହା ଅନେକ ପରିମାଣରେ ଅଷ୍ଟ୍ରେଲିଆ ବୋର୍ଡର ଆର୍ଥିକ କ୍ଷତିକୁ ଭରଣା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri