Posted inଖେଳ

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାମାନେ ଏକ ଦିନର ଦରମା ପ୍ରଦାନ କରିବା ନେଇ ଚେୟାରମ୍ୟାନ ଇଶାନ ମାନି କହିଛନ୍ତି। ସାଧାରଣ ସମ୍ପାଦକ କିମ୍ବା ତା’ଠାରୁ ଉଚ୍ଚ ପଦବୀଧାରୀ ଦୁଇ ଦିନର ଦରମା ଦେବେ। ଏହି ସମସ୍ତ ଅର୍ଥ ରାଶିକୁ ଏକାଠି କରି ସରକାରଙ୍କ କରୋନା ଭାଇରସ ପାଣ୍ଠିରେ ଡିପୋଜିଟ କରିବ ବୋଲି ମାନି କହିଛନ୍ତି। ପାକିସ୍ତାନରେ ୧ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କଠିନ ସମୟରେ ଆମେ ସରକାରଙ୍କ ସହ ଛିଡ଼ା ହେଉ। ଏହା କିଛି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି। ପିସିବି ପୂର୍ବରୁ କରାଚୀସ୍ଥିତ ଜାତୀୟ ଷ୍ଟାଡିୟମରେ ଥିବା ହାଇ ପରର୍ଫମାନ୍ସ ସେଣ୍ଟରକୁ ସ୍ବତନ୍ତ୍ର କରୋନା ମେଡିକାଲ ଭାବେ ବ୍ୟବହାର କରିବାକୁ ପାରାମେଡିକାଲ ଷ୍ଟାଫଙ୍କୁ ପ୍ରଦାନ କରିସାରିଛି। ପାକିସ୍ତାନ କେନ୍ଦ୍ରୀୟ ଚୁକ୍ତରେ ସାମିଲ ଥିବା ଖେଳାଳିମାନେ ମ୍ୟାଚ୍‌ ଫି ଓ ଅନ୍ୟ ଆୟ ଛଡ଼ା ମାସକୁ ୫ରୁ ୧୨ ଲକ୍ଷ ଟଙ୍କା ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସହ ଏହି ଖେଳାଳିଙ୍କ ତୁଳନା କଲେ କିମ୍ବଦନ୍ତୀ

ନୂଆଦିଲ୍ଲୀ, ୧୫।୩ – ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ ମ୍ୟାଚ୍‌ରେ ହିଁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଇଶାନ କିଷାନ। ଏଥି ନେଇ ତାଙ୍କୁ ପ୍ରଶଂସା କରିଛନ୍ତି...

ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ।...

୪୪୬ ରନ୍‌ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ,୧୩।୩: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ୪୪୬ ରନ୍‌ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା...

‘ନିଜକୁ ହିଁ ଦୋଷ ଦେଇପାରିବେ ପନ୍ତ’

ନୂଆଦିଲ୍ଲୀ,୨୬।୧- ରିଷଭ ପନ୍ତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପାଇଁ କେବଳ ନିଜକୁ ଦୋଷ ଦେଇପାରିବେ। ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମାତ୍ର ସେ ପ୍ରଦର୍ଶନ...

ଆଫ୍ରିଦିଙ୍କୁ ମୁହଁତୋଡ ଜବାବ ଦେଲେ ଅମିତ ମିଶ୍ର

ନୂଆଦିଲ୍ଲୀ,୧୪।୯: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶହିଦ ଆଫ୍ରିଦି ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ନେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ବିରାଟ...

ଅକ୍ଷୟ କୁମାରଙ୍କ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ଏହି କ୍ରିକେଟରଙ୍କ ନାମ: ଏନ୍‌କାଉଣ୍ଟରରେ ସହିଦ ହୋଇଥିଲେ ବାପା

ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ପୁରୁଣା। ନବାବ ପଟୌଦୀ-ଶର୍ମିଲା ଟାଗୋରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ...

ପ୍ଲେ ଅଫ୍‌ ପାଇଁ ରାଜସ୍ଥାନର ଲଢେଇ

ମୁମ୍ବାଇ,୨୦।୫: ମୁମ୍ବାଇ ସ୍ଥିତ ବ୍ରାବୋର୍ନ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଥିବା ୬୮ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍‌...

ବ୍ୟାଟିଂ ବିପର୍ଯ୍ୟୟ ପରେ ୨୫୦ ରନ୍‌ର ପାର୍ଟନରଶିପ୍‌

ଢାକା,୨୩।୫: ସ୍ଥାନୀୟ ଶେରେ ବାଂଲା ଜାତୀୟ ଷ୍ଟାଡିୟମରେ ସୋମବାରଠାରୁ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଟସ୍‌ ଜିତି...

Advertisement
Archives

Model This Week