କୋଟାରୁ ଛାତ୍ର ଫେରିବା ଘଟଣା: ରାଜସ୍ଥାନକୁ ୩୬ଲକ୍ଷ ଟଙ୍କା ପ୍ରଦାନ କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ, ୨୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜସ୍ଥାନ ସରାକରଙ୍କୁ ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ଥାନ ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ୩୬,୩୬,୬୬୪ ଟଙ୍କାର ଏକ ବିଲ୍‌ ପଠାଇଥିଲେ। ଯାହାର ଦେୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ସମୟରେ ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରୀଛାତ୍ର ନିକଟରେ ନିଜ ରାଜ୍ୟକୁ ଫେରିିଥିଲେ। ରାଜସ୍ଥାନ ରାଜ୍ୟ ସଡ଼କ ପରିବହନ ନିଗମ ବସ୍‌ ଯୋଗେ ଉକ୍ତ ଛାତ୍ରୀଛାତ୍ର ଘରକୁ ଫେରିଥିଲେ। ସେମାନଙ୍କ ଫେରିବା ଲାଗି ରାଜସ୍ଥାନ ସରକାର ୭୦ଟି ବସ୍‌ର ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ୩୬,୩୬,୬୬୪ ଖର୍ଚ୍ଚ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ରାଜସ୍ଥାନ ସକରାର ଏହାର ଏକ ବିଲ୍‌ କରି ଉତ୍ତରପ୍ରଦେଶ ସରକାରଙ୍କୁ ପଠାଇଥିଲେ। କିନ୍ତୁ ରାଜସ୍ଥାନ ସରକାର ଯେତେବେଳେ ଛାତ୍ରଙ୍କୁ ଆଣିବା ପାଇଁ କୋଟାକୁ ବସ୍‌ ପଠାଇଥିଲେ, ସେହି ସମୟରେ ଡିଜେଲ ପାଇଁ ଉତ୍ତରପ୍ରଦେଶ ସରକାର ୧୯ଲକ୍ଷ ଟଙ୍କା ଦେଇଦେଇଥିଲେ। ଏହା ସତ୍ତ୍ୱେ ବି ରାଜସ୍ଥାନ ସରକାର ପୁଣି ଏକ ବିଲ୍‌ ପଠାଇଥିଲେ। ଯାହାର ଦେୟ ଯୋଗୀ ଆଦିତ୍ୟନାଥ ପ୍ରଦାନ କରିଛନ୍ତି। ଏହାକୁ ନେଇ ଏବେ ରାଜନୈତିକ ଉଷ୍ମତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବାମାଙ୍କ ଫେଭରାଇଟ୍‌ ମ୍ୟୁଜିକ୍‌ ତାଲିକାରେ ପ୍ରତୀକଙ୍କ ଆଲ୍‌ବମ୍‌

ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା...

ଅରୁଣାଚଳରେ ପୁଣି ଖଣ୍ଡୁ ସରକାର

ଇଟାନଗର, ୩୦ା୫(ପି.ଟି.): ଅରୁଣାଚଳ ପ୍ରଦେଶର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ଭାଜପା ନେତା ପେମା ଖଣ୍ଡୁ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଦୋର୍ଜି ଖଣ୍ଡୁ କନ୍‌ଭେନଶନ...

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି...

ଦୁର୍ଗାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ସାରା ଦେଶରେ ଏବେ ପାର୍ବଣର ମାହୋଲ। ରବିବାର ଦୁର୍ଗାଷ୍ଟମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା...

ଭାରତୀୟ ନମସ୍କାର ସଂସ୍କୃତି ଏବେ ଅନ୍ତର୍ଜାତୀୟ ସ୍ତରରେ: ବିଶ୍ୱନେତାଙ୍କୁ ବି ଆସିଲା ପସନ୍ଦ

ନୂଆଦିଲ୍ଲୀ,୧୫।୩ : ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ କୁହାଯାଉଥିବା ନମସ୍କାର ଏବେ ବିଶ୍ୱସ୍ତରରେ ପହଞ୍ଚିଛି। ନମସ୍କାର ପୃଥିବୀସାରା ବର୍ତ୍ତମାନ ଅଭିବାଦନର ଏକ ମାଧ୍ୟମ ପାଲଟିଛି। ଏହା...

ଜମ୍ମୁ-କଶ୍ମୀରରେ ଆଜି ଖୋଲିବ ସ୍କୁଲ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।...

ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ...

ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ

ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ...

Play 250+ Trending Games
Archives

Model This Week

Why Dharitri