ଅମରପାଲି, ୬।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇଠାରେ ଚାଲିଥିବା ଅଷ୍ଟମ କୋଟସମଲାଇ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଉଲୁଣ୍ଡାକୁ ୨-୦ରେ ହରାଇ ପାତ୍ରପାଲି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ଫର୍ମାଟରେ ପାତ୍ରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୭୧ ରନ କରିଥିଲେ। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୮ ଓଭରରେ ସମସ୍ତ ଉଇକେଟ ହରାଇ ୩୫ ରନ କରିଥିଲେ। ଦ୍ୱିତୀୟ ଫର୍ମାଟରେ ପାତ୍ରପାଲି ଦଳ ନିର୍ଦ୍ଧାରିତ ୪ ଓଭରରେ ଗୋଟିଏ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୪ ଓଭରରେ ୬ ଉଇକେଟ ହରାଇ ୩୧ ରନ କରିଥିଲା। ଫଳରେ ୨-୦ରେ ବିଜୟୀ ହୋଇ ପାତ୍ରପାଲି ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟର ସଭାପତି ସୋମନାଥ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଉତ୍ତର ପାତ୍ର ମୁଖ୍ୟଅତିଥି ଏବଂ ବହଲପଦର ସମିତି ସଭ୍ୟ ପିତାମ୍ବର ସାହୁ, କ୍ରୀଡାବିତ ପର୍ଶୁରାମ ବାରିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଉଲୁଣ୍ଡାର ବିକାଶଙ୍କୁ ଶ୍ରେଷ୍ଠ ବୋଲର, ପାତ୍ରପାଲିର ସନତଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ତାପସଙ୍କୁ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ପାତ୍ରପାଲି ଦଳକୁ ନଗଦ ୬ ହଜାର ୬୬୬ ଟଙ୍କା ସହ ଟ୍ରଫି ଓ ଉପବିଜେତା ଉଲୁଣ୍ଡା ଦଳକୁ ୪୪୪୪ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।
କ୍ୟାମେରାରେ କଏଦ ହେଲା ବିରାଟ କୋହଲିଙ୍କ ରାଗ; ଆଙ୍ଗୁଠି ଦେଖାଇ ପ୍ରଶଂସକଙ୍କୁ ଇଙ୍ଗିତ କରି କହିଲେ…
ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ ବିରାଟ କୋହଲିଙ୍କ ଏକ ଅତ୍ୟନ୍ତ ଗମ୍ଭୀର…
ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ
ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…
ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ
ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…
ଏଇ ଭାରତରେ
ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…
ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ
ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…
ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ
ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅହଂକାରିତା ଓ…
ସୀମିତ ଅଧିକାର
ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍ ଅଧିକାରୀ ହର୍ଷ ମନ୍ଦରଙ୍କ…
ପାର୍କିଂକୁ ନେଇ ବିଜ୍ନେସ୍ ଏକ୍ଜିକ୍ୟୁଟିଭ୍ଙ୍କୁ ଗୁଳିକରି ହତ୍ୟା
ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍ନେସ ଏକ୍ଜିକ୍ୟୁଟିଭ ପରମଜିତ୍ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

