Posted inଖେଳ

କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍‌

କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ଟିମ୍‌ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏହି ଦଳ ସହିତ ସେ ୬ବର୍ଷ ଧରି ସଂଶ୍ଳିଷ୍ଟ ଥିଲେ। ୨୦୧୫ରେ ପଦାର୍ପଣ କରିବା ପରଠାରୁ ଝିଙ୍ଗାନ ଭାରତ ତରଫରୁ ୩୬ଟି ମ୍ୟାଚ ଖେଳି ସାରିଲେଣି। ଆସନ୍ତା ଆଇଏସ୍‌ଏଲ୍‌ ସିଜନ ପୂର୍ବରୁ କ୍ଲବ ସହିତ ଆପୋସ ବୁଝାମଣାରେ ସେ ଅଲଗା ହୋଇଛନ୍ତି। ୨୦୧୪ରୁ ଝିଙ୍ଗାନ୍‌ ବ୍ଲାଷ୍ଟର୍ସ ଦଳର ଡିଫେନ୍ସ ପୋଜିଶନରେ ଖେଳି ଆସୁଛନ୍ତି। ତାଙ୍କର ପ୍ରଭାବୀ ପ୍ରଦର୍ଶନକୁ ପାଥେୟ କରି ବ୍ଲାଷ୍ଟର୍ସ ଦୁଇଥର ଆଇଏସ୍‌ଏଲ୍‌ (୨୦୧୪ ଓ ୨୦୧୬) ଫାଇନାଲରେ ପ୍ରବେଶ କରି ପାରିଛି। ଚଣ୍ଡିଗଡ଼ରେ ଜନ୍ମିତ ୨୬ ବର୍ଷୀୟ ଝିଙ୍ଗାନ୍‌ ବ୍ଲାଷ୍ଟର୍ସ ଦଳର ସମର୍ଥକଙ୍କ ଜଣେ ଲୋକପ୍ରିୟ ଖେଳାଳି। କ୍ଲବ ତରଫରୁ ସେ ୭୬ ମ୍ୟାଚ୍‌ ଖେଳିଛନ୍ତିି। ଇଞ୍ଜୁରି ଯୋଗୁ କିନ୍ତୁ ସେ ୨୦୧୯-୨୦ ସିଜନରେ ସେ ଖେଳି ପାରି ନ ଥିଲେ। ଆଇଏସଏଲର ୧୦ଟି ଦଳ ମଧ୍ୟରେ ବ୍ଲାଷ୍ଟର୍ସ ୭ମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଆସନ୍ତା ସିଜନ ପାଇଁ କେରଳ ବ୍ଲାଷ୍ଟର୍ସ ମୋହନ ବାଗାନକୁ ଆଇ-ଲିଗ୍‌ ବିଜୟୀ କରିଥିବା କୋଚ୍‌ କିବୁ ଭିକୁନାଙ୍କୁ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri