କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭାଜପା ଏମ୍‌ପିମାନଙ୍କ ଅନୁରୋଧ: ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଅ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : କଳା, ସଂସ୍କୃତି ଓ ପର୍ଯ୍ୟଟନର ଭୂମି ଓଡ଼ିଶା। ଐତିହ୍ୟ ଓ କାରୁକାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ଜଗନ୍ନାଥ ଧାମ୍‌ ପୁରୀର ଶ୍ରୀମନ୍ଦିର ହେଉଛି ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟ। ଏହି ଦୁଇ ଆଧ୍ୟାତ୍ମିକ କ୍ଷେତ୍ର ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳଭାବେ ପରିଗଣିତ ହେଉଛି। ତେଣୁ କେନ୍ଦ୍ର ସରକାର ଉଭୟ ପୁରୀ ଓ କୋଣାର୍କକୁ ଭାରତର ଆଦର୍ଶ ପର୍ଯ୍ୟଟକସ୍ଥଳୀର ମାନ୍ୟତା ଦେବାକୁ ଓଡିଶାର ଭାଜପା ଏମ୍‌ପିମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏମ୍‌ପିମାନେ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ହିନ୍ଦୁମାନଙ୍କ ପବିତ୍ର ଚାରିଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ। ଏଠାରେ ପ୍ରତ୍ୟେକ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଗସ୍ତ କରିଥିଲେ। ମଧ୍ୟକାଳୀନ ଶିଳ୍ପକଳା ଓ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିରକୁ ୧୩ଶ ଖ୍ରୀଷ୍ଟାବ୍ଦରେ କଳିଙ୍ଗ ରାଜା ନରସିଂହ ଦେବ ନିର୍ମାଣ କରିଥିଲେ। ନିକଟରେ କେନ୍ଦ୍ର ସରକାର ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛନ୍ତି। ମାତ୍ର ଶ୍ରୀମନ୍ଦିର ଏବଂ ସୂର୍ଯ୍ୟମନ୍ଦିରକୁ ଏଥିରେ ସ୍ଥାନ ମିଳିନାହିଁ। ଓଡ଼ିଶାରୁ ଲୋକ ସଭା ଓ ରାଜ୍ୟ ସଭାକୁ ନିର୍ବାଚିତ ସମସ୍ତ ଭାଜପା ଏମ୍‌ପି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି। କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିରକୁ ଭାରତର ଆଦର୍ଶ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତ

ଜୟପୁର/ବୋରିଗୁମ୍ମା,୩।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ବୋଡ଼ିଗାଁରୁ ଗୁରୁମାଇଁଗୁଡ଼ା ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଧବାର ଏକ...

କମୁଛି ଶୀତ ଫେବୃୟାରୀରୁ ବଢ଼ିପାରେ ତାତି

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି କମିବ। ମଙ୍ଗଳବାରଠାରୁ ଆସନ୍ତା ୯ ତାରିଖଯାଏ ପାରଦ ଉପରକୁ ଉଠିବ। ୧୦ ତାରିଖରୁ ୧ରୁ...

ବିଜେପୁର: ପ୍ରାର୍ଥୀ ଚୟନ ଉପରେ ନଜର, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଅସ୍ତିତ୍ୱ ପାଇଁ କଂଗ୍ରେସର ସଂଘର୍ଷ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ଆସନକୁ ଶେଷ ୨ ନିର୍ବାଚନରେ ଜିତିଥିବା...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୮।୭(ବ୍ୟୁରୋ): ସୋମବାର ରାଜ୍ୟର ୬ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ...

ଆଜି ନବଯୌବନ ଦର୍ଶନ

ପୁରୀ ଅଫିସ, ୨।୭ ଶେଷ ହୋଇଛି ମହାପ୍ରଭୁଙ୍କ ୧୪ ଦିନର ଅଣସର। ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମଧ୍ୟାହ୍ନରେ...

ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ଛେଣ୍ଡିପଦା, ୨୬ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଜରପଡା ଥାନା ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ରେଲଓ୍ବେ ଓଭର ବ୍ରିଜ ନିକଟରେ ଶନିବାର ଏକ ଟ୍ରକ୍‌ ସାମ୍‌ନା ପଟରୁ...

ହୋଲି ଖେଳସାରି କାଠଯୋଡ଼ିରେ ଗାଧୋଇବା ବେଳେ ବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ନରାଜ,୧୦।୩ (ଡି.ଏନ୍‌.ଏ.): ହୋଲିରେ ରଙ୍ଗ ଖେଳି ଗାଧୋଇବା ବେଳେ କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ଅରିଲ ଗ୍ରାମ ନିକଟ କାଠଯୋଡ଼ି ନଦୀରେ...

ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ

ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

Advertisement


Archives

Model This Week

Why Dharitri