କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗ : ଏଡିଏମ୍‌ଙ୍କୁ ଭେଟିଲେ ଛତ୍ରପୁରର ବୁଦ୍ଧିଜୀବୀ

ଛତ୍ରପୁର,୨୧ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଅବଗତ କରିବାକୁ ଶନିବାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବୁଦ୍ଧିଜୀବୀଙ୍କର ଏକ ପ୍ରତିନିଧିଦଳ ଦେଇଛନ୍ତିି। ଅନସ୍ଲୋ ହାଇସ୍କୁଲର ଏକ କୋଠାକୁ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟକୁ  ଦେବା ନେଇ ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ଜମି  ଓ ଅସ୍ଥାୟୀ ଭାବେ ଖୋଲିବାକୁ ଥିବା କୋଠା ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀମାନେ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ଓକିଲ ପ୍ରଦୀପ ପାଢୀ, କୃଷ୍ଣ ଚନ୍ଦ୍ର ସାହୁ, ପି. ଧର୍ମା ରେଡ୍ଡୀ, ବ୍ରଜମୋହନ ଆଚାର୍ଯ୍ୟ, ସନ୍ତୋଷ କୁମାର ସାହୁ, ଏମ୍‌. ମୋହନ ରେଡ୍ଡୀ, ବି. ସୁଧୀର, ଏସ୍‌. ବିଜୟ, ସୁରେଶ ସେନାପତି, ଶିବ ସାହୁ, ପଦ୍ମ ଚରଣ ସାହୁ ଓ ବାଦଲ ବେହେରା ପ୍ରମୁଖ ଅତିରିକ୍ତ ଜିଲାପାଳଙ୍କୁ ଭେଟିଥିଲେ। ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ  କେନ୍ଦ୍ର କ୍ୟାବିନେଟ୍‌ ମାର୍ଚ୍ଚ ୮ ତାରିଖରେ ଅନୁମୋଦନ ଦେଇଥିଲା। ଏହାପରେ ଉକ୍ତ ବିଦ୍ୟାଳୟ ପାଇଁ ଅସ୍ଥାୟୀ କୋଠା, ଆବଶ୍ୟକ ଜମି ଆଦି ହସ୍ତାନ୍ତର କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ଜିଲାପାଳଙ୍କୁ ଏକ ଚିଠି ଆସିଥିଲା। ନିର୍ବାଚନ ସରିବା ପରେ ଏହା ଉପରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଥିସହ ଜମି ଓ ଅସ୍ଥାୟୀ କୋଠା ହସ୍ତାନ୍ତର କରିବା ପାଇଁ  ଜିଲାପାଳଙ୍କୁ ଅବଗତ କରିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ସହକାରୀ କମିଶନର ଜି. ବାନାର୍ଜୀଙ୍କ ପକ୍ଷରୁ ଆଉ ଏକ ଚିଠି ଭାଜପା ନଗର ସଭାପତିି ପ୍ରଦୀପ ପାଢୀଙ୍କ ନିକଟକୁ ଆସିଥିଲା। ଏ ସମ୍ପର୍କରେ ସେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ନିର୍ବାଚନ ପରେ ଏହି କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ଜିଲାପାଳ ସେତେବେଳେ କହିଥିବା ପାଢୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

ଆକ୍ରମଣ କରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୧୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ସୀମାଞ୍ଚଳ ସେଠୀ ଏବଂ ତାଙ୍କ ପୁଅ ଭବାନୀ ଶଙ୍କର ସେଠୀଙ୍କୁ ଶନିବାର କେ.ନୂଆଗାଁ...

ଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ

ଛତ୍ରପୁର,୧୭ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମ ନିକଟ ଏକ ବିବାଦୀୟ ଜମିରୁ ଶନିବାର କିଆଫୁଲ ତୋଳିବାକୁ ନେଇ ୨ଗାଁ...

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ...

୧୭ ବର୍ଷ ହେଲା ନଦୀ ପାଲଟିଛି ଅଳିଆ ଗଦା, ରୂପ ବଦଳାଇବ ୪୦୦ କୋଟି ଟଙ୍କାର ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସନ ସମୟରେ ୧୮୮୩ରେ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଲୋହରାଖଣ୍ଡି ସେତୁକୁ ୨୦୦୮ ପୂର୍ବରୁ ଭାଙ୍ଗି ସେଠାରେ ଏକ ନୂଆ ସେତୁ...

ପ୍ରତି ମାସରେ ସରପଞ୍ଚଙ୍କୁ ଭେଟୁଛନ୍ତି ବିଡିଓ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ):  ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର...

ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ…

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରାଜଜ ଡ.ଭାଗ୍ୟଲକ୍ଷ୍ମୀ ରଥ ଶୁକ୍ରବାର ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବଜେଲ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ କୋର୍ଟ...

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri