କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ କାମରେ ନିୟୋଜିତ କରାଯାଉଛି। ପ୍ରଶାସନ ଆଢ଼ୁଆଳରେ ଏଭଳି କାମ ଚାଲିଛି। କିଛି ଦିନ ତଳେ ବାରଖମା ପଞ୍ଚାୟତ ବିରାଗୁଡ଼ା ଏବଂ ଲଣ୍ଡାଗଁା ପଞ୍ଚାୟତ ଘୋଡ଼ାବାଲି କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି। ବ୍ଲକ ଅନ୍ତର୍ଗତ ଲଣ୍ଡାଗଁା ପଞ୍ଚାୟତ ଚାଙ୍ଗୁରବାଲି କେନ୍ଦୁପତ୍ର ଫଡ଼ିରେ ଅଞ୍ଚଳର ପାଠ ପଢ଼ୁଆ ଛୋଟ ପିଲାଙ୍କୁ କାମରେ ନିୟୋଜିତ କରାଯାଇଛି। ପିଲାଙ୍କୁ ପାରିଶ୍ରମିକ ବାବଦ ଦୈନିକ ୫୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ଦେଇ ଅର୍ଥ ଆତ୍ମସାତ କରିବାକୁ ପ୍ରୟାସ ଚଳାଇଛନ୍ତିି ଜଣେ ସରକାରୀ ବାବୁ । ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସମଗ୍ର ଅଞ୍ଚଳରେ ଏହା ଆଲୋଚ୍ୟର ବିଷୟ ହୋଇଛି। ଏ ସମ୍ପର୍କରେ କେନ୍ଦୁପତ୍ର ବିଭାଗର ବାଲିଗୁଡ଼ା ରେଞ୍ଜରଙ୍କ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ଫଡ଼ି କାର୍ଯ୍ୟର ଦାୟିତ୍ୱରେ ଥିବା ମୁନ୍‌ସି ବିଶ୍ୱାମିତ୍ର ପାତ୍ର କହିଛନ୍ତି, ପିଲାମାନେ ଏଠାରେ ଖୁସିରେ ଆସି କାମ କରିଯାଉଛନ୍ତି। ଚାଇଲ୍ଡ ଲାଇନ୍‌ର କନ୍ଧମାଳ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାର ତଦନ୍ତ କରି ପ୍ରଶାସନକୁ ଅବଗତ କରାଇବେ ବୋଲି କହିଥିଲେ। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି...

ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୧ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ...

ଗଞ୍ଜାମରେ କରୋନା ଟେଷ୍ଟ ୨ ଲକ୍ଷ ଟପିଲା: ଜିଲାପାଳ 

ଛତ୍ରପୁର,୨୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ କରୋନା ଟେଷ୍ଟ ୨ ଲକ୍ଷ ଟପିଛି। ଜିଲାରେ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଉଛି ା ଏଥିପାଇଁ ଦିନକୁ ଦିନ...

ଶହୀଦ ସ୍ମୃତିପୀଠରେ କାରଗିଲ ବିଜୟ ଦିବସ

ବୁଗୁଡ଼ା,୨୬।୭(ଡି.ଏନ୍‌.ଏ.): ବୁଗୁଡା କାରଗିଲ ଶହୀଦ ସ୍ମୃତିପୀଠରେ ସେନା କର୍ମଚାରୀ ସଂଘ ପକ୍ଷରୁ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ...

ଜିଲାପାଳଙ୍କ ଗଞ୍ଜାମ ବ୍ଲକ ଗସ୍ତ : ମେଡିଶିନଷ୍ଟୋର, ହୋଟଲ ସିଲ୍‌

ଗଞ୍ଜାମ,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳକୁ ଶଟ୍‌ଡାଉନ୍‌ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନଜର ଏବେ ଗଞ୍ଜାମ ସହର ଉପରେ। ବୁଧବାର ଜିଲାପାଳ କୁଲାଙ୍ଗେ...

ପୋଲସରାର ୧୨ ପଞ୍ଚାୟତକୁ ଗଞ୍ଜାମ ଜିଲାପାଳଙ୍କ ମାରାଥନ ଗସ୍ତ, ପରଖିଲେ ସ୍ଥିତି

ପୋଲସରା,୬।୬(ଡି.ଏନ୍‌.ଏ.): କୋଭିଡ-୧୯କୁ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପୋଲସରା ବ୍ଳକର ପ୍ରାୟ ୧୨ ପଞ୍ଚାୟତ ଗସ୍ତ କରିଛନ୍ତି। ମଥୁରା, କଳମ୍ବ, ହାତିଓଟ,...

ଘରକୁ ଘର ବୁଲି ସଂଗ୍ରହ ହେଉଛି ଆବର୍ଜନା: ବ୍ୟାଟ୍ରିଚାଳିତ ଗାଡ଼ି ଧରି ବୁଲୁଛନ୍ତି ମହିଳା

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଗଞ୍ଜାମ ଜିଲା। ଗ୍ରାମାଞ୍ଚଳ ପରିମଳ ପରିଚାଳନାର ନେତୃତ୍ୱ ନେବା ଆରମ୍ଭ କରିଛନ୍ତି ମହିଳା। ଖଲ୍ଲିକୋଟ ବ୍ଲକରୁ...

୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ

ସୋରଡ଼ା,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ...

Advertisement
Archives

Model This Week