କେନ୍ଦୁଝର ପୌରାଞ୍ଚଳରେ କରୋନା କଟକଣାକୁ ଫୁ’: ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ରହୁନି ସାମାଜିକ ଦୂରତ୍ୱ

କେନ୍ଦୁଝର, ୧୧।୪(ସ୍ବ.ପ୍ର.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏ ନେଇ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ସହାୟତା ରାଶି ବଣ୍ଟନ ଚାଲିଛି। ତେବେ ଏହି ସମୟରେ କଟକଣା ଅଭାବରୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଏହି ରାଶି ପ୍ରଦାନ ସମୟରେ ଶନିବାର କେନ୍ଦୁଝର ଜିଲା ମୋଚିବନ୍ଧ ସ୍କୁଲରେ ପ୍ରବଳ ଭିଡ଼ ଜମିଥିଲା। ଗୋଟିଏ ସ୍ଥାନରେ ଏକାଧିକ ୱାର୍ଡର ହିତାଧିକାରୀଙ୍କ ସହାୟତା ରାଶି ଏକ ସମୟରେ ବଣ୍ଟନ କରାଯାଉଥିବା ଓ ଦୂରତ୍ୱ ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଭିଡ଼ ଜମୁଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ ବନ୍ଦ କରିବା ସହ ଘରେ ଘରେ ସହାୟତା ରାଶି ପ୍ରଦାନ ପାଇଁ କହିବାରୁ ହିତାଧିକାରୀ ଫେରିଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି ।...

ଯୁବତୀଙ୍କୁ ବଳାତ୍କାର, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୬ା୧୧-ଜନୈକା ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କୈଳାସନଗରର ଦଣ୍ଡପାଣି ବେହେରା।...

ସାମାଜିକ ଦୂରତା ରକ୍ଷା ଲାଗି  ଏହି ବ୍ୟକ୍ତି ଗଛ ଉପରେ ତିଆରି କଲେ ଘର

ହାପୁର,୧୦।୪: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି କରାଯାଇନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ...

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୩।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରବିବାର ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବଡ଼ଦିନ ପାଇଁ ଛୁଟି ଥିବାରୁ ରାଜ୍ୟ ଓ ରାଜ୍ୟ...

ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ...

ଇଦ୍‌-ଉଲ୍‌-ଜୁହା ଅବସରରେ ସମୂହ ନମାଜ ପାଠ

ଭଦ୍ରକ ଅଫିସ,୧୨।୮: ଭଦ୍ରକ ସହରର କୁଆଁସସ୍ଥିତ ଇଦ୍‌ଗାହଠାରେ ଇଦ୍‌-ଉଲ- ଜୁହା ଅବସରରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି l ସହରର ବିଭିନ୍ନ ସ୍ଥାନରୁ ୧୦...

ଯୁବତୀଙ୍କ ଅଶ୍ଳିଳ ଫଟୋ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ଧର୍ମଶାଳା, ୨୪।୬ (ଡି.ଏନ୍‌.ଏ.)-ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ଧର୍ମଶାଳା ଥାନା ପୋଲିସ ବନ୍ଧଢିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମର ସମୀର ଜେନା...

ସ୍ଥିତି ଅଣାୟତ୍ତ

ନ୍ୟୁୟର୍କ/ଲଣ୍ଡନ,୨ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୪୪, ୨୨୭ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ...

Coronavirus Update


Archives

Model This Week

Why Dharitri