କେନ୍ଦୁଝରରେ ଭାରତ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ବିଭିନ୍ନ ଦଳ ଓ ସଂଗଠନର ନେତା ଓ କର୍ମୀମାନେ ଗାନ୍ଧୀ ଛକରେ ଟାୟାର ଜାଳି ବନ୍ଦ ପାଳନ କରିଛନ୍ତି। ଏନଏଚ ୪୯ ଓ ଏନଏଚ ୨୦ରେ ହଜାର ହଜାର ସଂଖ୍ୟାରେ ଗାଡି ଠିଆ ହୋଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି। ସହରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି। ଫଳରେ ସାଧାରଣ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଛି।
ବୁଧବାର ସକାଳୁ କେନ୍ଦୁଝର ରେଳ ଷ୍ଟେଶନରେ ଟ୍ରେନ କିଛି ସମୟ ଅଟକ ଯୋଗୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। କେତେକ ଲୋକ ବନ୍ଦର ସୁବିଧା ନେଇ ରାତି ୪ଟାରୁ ଲାଇନ ଟ୍ରକଗୁଡିକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆନ୍ଦୋଳନ ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ପିକେଟିଂ କରି ଅନେକ ସ୍ଥାନରେ ଦୋକାନ ଓ ଅଫିସ ବନ୍ଦ କରାଯାଉଥିବା ଅଭିଯୋଗ ହେଉଛି। ବିଭିନ୍ନ ସଂଗଠନ ସାମିଲ ଥିବାରୁ ବ୍ୟାଙ୍କ, ଡାକଘର, ଟେଲିଫୋନ ଆଦି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସରକାରୀ ଅଫିସ ଖୋଲା ଯାଇଥିଲେ ହେଁ, ବନ୍ଦ ଯୋଗୁ ବିଭିନ୍ନ କର୍ମଚାରୀ ଅଫିସରେ ପହଞ୍ଚି ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି...

ଫୁଲଚାଷକୁୁ କରୋନା ମାଡ଼

ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍‌ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ...

ଅଧା ଦେଲେ ଅଧା ଛାଡ଼ିଲେ

ନବରଙ୍ଗପୁର,୧୧।୧(ବି.ପ୍ର.): ନବରଙ୍ଗପୁର ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ଖାଲିଥିବା ଶିକ୍ଷକ ପଦବୀ ପୁରଣ ନେଇ ତାଲିକା ପ୍ରସ୍ତୁତି ଓ ନିଯୁକ୍ତି ନେଇ ପୁଣି ଥରେ...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ...

ଧାନମଣ୍ଡି ବନ୍ଦ ନେଇ ବଢୁଛି ଅସନ୍ତୋଷ

ଚମ୍ପୁଆ,୧୮।୧(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଅନ୍ତର୍ଗତ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଧାନମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଚାଷୀଙ୍କ ମଧ୍ୟରେ ଧାନ ବିକ୍ରିକୁ ନେଇ...

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ୧୦ ଦିନରେ ଗଲାଣି ୩ ଜୀବନ

ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାର ବିଚାରାଧୀନ ବନ୍ଦୀଙ୍କ ପାଇଁ ସତେ ଯେପରି ମରଣଯନ୍ତା ପାଲଟିଛି। ୧୦ ଦିନ ମଧ୍ୟରେ ୩ ଜଣଙ୍କ ଜୀବନ ଯାଇସାରିଲାଣି। ତେବେ...

ଗଞ୍ଜାମରେ ପୁଣି ୩୩ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଲା

ବ୍ରହ୍ମପୁର ଅଫିସ,୮ା୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲାରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ରେକର୍ଡ ବୃଦ୍ଧି ଘଟୁଛି। ସୋମବାର ଜିଲାରେ ପୁଣି ୩୩...

ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ...

Advertisement
Archives

Model This Week