କୃଷିଭିତ୍ତିକ ପର୍ବ ବିହନ ଛିନା

ଚନ୍ଦାହାଣ୍ଡି, ୧୮ା୪ (ଡି.ଏନ.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ମୋହରା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ କୃଷିଭିତ୍ତିକ ପର୍ବ ବିହନ ଛିନା ପାଳନ କରାଯାଇଛି । ଏହି ବ୍ଲକରେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ଭାବରେ ତିଥି ବାର ଦେଖି ପୂଜାରୀଙ୍କ ନିର୍ଦ୍ଦେଶରେ ବିହନ ଛିନା ଅନୁଷ୍ଠିତ ହୋଇଥାଏ। ଚାଷର ପ୍ରଥମ ପର୍ବ ହେଉଛି ବିହନ ଛିନା । ଆଦିବାସୀ ସଂପ୍ରଦାୟରେ ଏହା ବିଶେଷ ଭାବେ ପାଳିତ ହେଉଥିବାବେଳେ ଗାଁର ସମସ୍ତ ସଂପ୍ରଦାୟର ଲୋକେ ଏଥିରେ ଭାଗ ନେଇଥାଆନ୍ତି । ଏହା ଗାଁ ଗହଳିରେ ବିଶେଷ ଭାବରେ ଦୁଇଦିନ ଧରି ପାଳିତ ହୁଏ । ପ୍ରଥମ ଦିନରେ ଗାଁରେ ଥିବା ମାଟିଦେବତାଙ୍କ ପୀଠରେ ପିତାବିହନ ପାଳିତ ହୁଏ । ଗାଁ ପୂଜାରୀ ପାରମ୍ପରିକ ରୀତିରେ ମାଟିଦେବତାଙ୍କୁ ପୂଜା କଲା ପରେ ସେଠାରେ ଘୁଷୁରୀ ଏବଂ କୁକୁଡା ବଳୀ ଦିଆଯାଇଥାଏ। ଘୁଷୁରି ଏବଂ କୁକୁଡା ମୁଣ୍ଡକୁ ମାଟିଦେବତାଙ୍କ ପୀଠରେ ପୋତି ଦେବା ପରେ ତାର ଅନ୍ୟ ଅଂଶକୁ ନେଇ ଗାଁ ବାହାରେ ରାନ୍ଧି ଖିଆଯାଇଥାଏ । ମାଟି ଦେବତାଙ୍କ ପୂଜା ବିଶେଷତଃ ରାତିରେ କରାଯାଇଥାଏ। ତା’ ପରଦିନ ଗାଁ ବାହାରେ ଥିବା ବିହନ ଛିନା ଗୁଡି ପାଖରେ ଗାଁର ସମସ୍ତେ ଏକତ୍ରିତ ହୋଇଥାଆନ୍ତି । ସେଠାରେ ପୂଜାରୀ ପୂଜାପାଠ ପରେ ମେଣ୍ଢା ବଳୀ ଦିଆଯାଇଥାଏ ।ଉକ୍ତ ରକ୍ତଭିଜା ଚାଉଳକୁ ସମସ୍ତ ଚାଷୀ ମୁଣ୍ଡରେ ଟିକା ଦେଇଥାନ୍ତି । ଏହା ପରେ ସେଠାରେ ପିପଳ ଗଛର ପତ୍ରରେ ପୋଢ କରାଯାଏ । ଡାଳରେ ଲଙ୍ଗଳ କରାଯାଇ ସେଠାରେ ଏକ ସ୍ଥାନରେ କାଦୁଅ କରାଯାଏ । ଚାଷୀମାନେ ଘରୁ ନେଇଥିବା ଧାନବିହନକୁ ପୂଜାରୀ ପୂଜା କରିଥାଏ । ପୂଜା ପରେ କାଦୁଅ ବୋଳା ପର୍ବ ଅନୁଷ୍ଠିତ ହୁଏ । ଚାଷୀମାନେ ନୂଆ ବସ୍ତ୍ରରେ ପୂଜାରୀ ଦେଇଥିବା ଧାନକୁ ନେବା ପରେ ସେଠାରେ ସମସ୍ତେ କାଦୁଅ ଖେଳିଥାନ୍ତି । ସମସ୍ତଙ୍କ ପଛପଟେ କାଦୁଅ ବୋଳାଯାଏ । ଏହା ପରେ ବଳି ଦିଆଯାଇଥିବା ମେଣ୍ଢାକୁ ଗ୍ରାମବାସୀ ସମସ୍ତେ ରାନ୍ଧି ଖାଇଥାଆନ୍ତି । ପରେ ପୂଜାରୀଙ୍କୁ ଧରି ସମସ୍ତେ ଗ୍ରାମକୁ ଫେରନ୍ତି । ଗାଁ ପୂଜାରୀ ଘରେ ଏକ ବୈଠକ ହୋଇଥାଏ । ଗାଁର ସମସ୍ତ ଚାଷୀଙ୍କୁ ଚଳିତବର୍ଷ ଭଲ ଫସଲ ହେଉ ବୋଲି ଆଶ୍ୱାସନା ଦେଇଥାନ୍ତି। ପୂଜାରୀଙ୍କ ଦ୍ୱାରା ପୂଜା କରାଯାଇଥିବା ଧାନକୁ ଚାଷୀ କ୍ଷେତରେ ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ଅନୁକୂଳ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତରୁ ମିଳିଲା ନବଜାତ ଶିଶୁର ମୃତଦେହ

ଟିକିରି,୯।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ସଦରସ୍ଥିତ ନୂଆସାହି ନିକଟ ଜମିରୁ ଏକ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି। ଏ ନେଇ କାଶୀପୁର ଥାନାରେ...

କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ

ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ...

୧୯ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର,୧୩ା୩(ଡି.ଏନ.ଏ):ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଦେଖାଦେଇଛି। ଏଠାରେ ୧୯ ଜଣ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୩ ଜଣ।...

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ...

କପା ମିଲର୍ସଙ୍କୁ ବଜାର ଫି ଛାଡ଼ ନିର୍ଦ୍ଦେଶ

ରାୟଗଡ଼ା,୨୪ା୧(ସ୍ବ.ପ୍ର.):ରାୟଗଡ଼ା ଜିଲାରେ କପା ମିଲର୍ସଙ୍କୁ ବଜାର ଫି ଛାଡ଼ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପକ୍ଷରୁ ଜିଲାର...

ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା...

କନ୍ୟା ସନ୍ତାନ ଜନ୍ମଦେଲେ ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଫେରୁଥିବା ପ୍ରବାସୀ ମହିଳା

ରାୟଗଡ଼ା ଅଫିସ,୧୩।୬: ଦକ୍ଷିଣ ଭାରତରୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଫେରିବାରେ ଲାଗିଛନ୍ତି ପ୍ରବାସୀ। ଶୁକ୍ରବାରଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ୬ଟି ସତନ୍ତ୍ର ଟ୍ରେନରେ ବିଭିନ୍ନ...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

Advertisement
Archives

Model This Week