କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଅନଶନରୁ ଉଠିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ପରୀକ୍ଷା ଫି’ ୭୪୦ ଟଙ୍କା ରଖାଯାଇଥିବା ବେଳେ ଦ୍ୱିତୀୟ ବର୍ଷର ଫି’ କିନ୍ତୁ ୩୯୦ ଟଙ୍କା ରଖାଯାଇଛି। ଏହି ଫି’ କୁ କମାଇବା ପାଇଁ ଛାତ୍ର ନେତା ଚିତେଶ୍ୱର ବେହେରାଙ୍କ ନେତୃତ୍ୱରେ ଛାତ୍ରନେତା ମନୀଷ ଗିରି, ଆକାଶ ମହାନ୍ତି, ଅସଲାମ ମହମ୍ମଦ, ଲୋକନାଥ ମହାନ୍ତ, ରାଜେଶ ସାହୁ, ରାଜକିଶୋର ସ୍ବାଇଁ, ସମୀର ଲେଙ୍କା, ଗୁଣନିଧୀ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ସେମାନେ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ। ଶୁକ୍ରବାର ସନ୍ଧ୍ୟାରେ କୁଳପତି ଚାନ୍ଦ ଛାତ୍ରମାନଙ୍କ ସହିତ ଆଲୋଚନା କରି ପରୀକ୍ଷା ଫି’ କମାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ କୁଳାଧିପତିଙ୍କ ପ୍ରିନ୍ସିପାଲ ସେକ୍ରେଟେରୀଙ୍କୁ ପତ୍ର ଲେଖିଥିବା ଜଣାଇବା ପରେ ଛାତ୍ରମାନେ ଆମରଣ ଅନସନରୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରୁ କଳାବାଘର ମୃତଦେହ ଜବତ: ସନ୍ଦେହରେ ଶିକାରୀ ଓ କର୍ମଚାରୀ

ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ  କଳା ବାଘର ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭୁବନେଶ୍ୱର...

ପିଇଓଙ୍କୁ ଅଟକ ରଖିଲେ ହିତାଧିକାରୀ

ବାରିପଦା ଅଫିସ,୫ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା...

ବାଘ ଛାଲ ଜବତ ଘଟଣା: ୪ କୋର୍ଟ ଚାଲାଣ

ଠାକୁରମୁଣ୍ଡା ,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଧୀନସ୍ଥ ଟଙ୍ଗାବିଲାଠାରେ ଥିବା ଏକ ପରିତ୍ୟକ୍ତ ଘରେ କଲରାପତରିଆ ବାଘ ଚମଡ଼ାକୁ ବିକ୍ରି ପାଇଁ...

୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ...

ନିଖୋଜ ଶିଶୁ କନ୍ୟା ଉଦ୍ଧାର

ବଡ଼ସାହି,୧୩ା୨(ସ୍ବ.ପ୍ର)-ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ନିଖୋଜ ଥିବା ଶିଶୁକନ୍ୟାଙ୍କୁ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ପୋଲିସ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା...

ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ

ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ...

ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

୨୫ରେ ମୟୂରଭଞ୍ଜ ବନ୍ଦ

ବାରିପଦା ଅଫିସ,୨୪।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ ଶୁକ୍ରବାର ଭାଜପା କର୍ମୀମାନଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଭାଜପା ପକ୍ଷରୁ...

Advertisement
Archives

Model This Week