କୁକୁର ବେଲ୍ଟରେ କ୍ୟାମେରା

ନୂଆଦିଲ୍ଲୀ, ୨୮।୧: ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଥାଏ। ତେବେ ଏବେ ଏହି ସ୍କ୍ବାଡ୍‌ର ପ୍ରତି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇ ସେମାନଙ୍କୁ କାର୍ଯ୍ୟ ଲଗାଯିବ। ଯେଉଁ ସ୍ଥାନକୁ ସୁରକ୍ଷାକର୍ମୀ ଯାଇପାରିବେ ନାହିଁ ସେଠାକୁ କ୍ୟାମେରା ଲାଗିଥିବା କୁକୁର ସହଜରେ ଯାଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ। ଜାନୁୟାରୀ ୨୬ଠାରୁ ବିଶାଖାପଟ୍ଟନମ୍‌ ଆର୍‌ପିଏଫ୍‌ ଏହି ସ୍କ୍ବାଡ୍‌କୁ ମୁତୟନ କରାଯାଇଛି। ପରୀକ୍ଷାମୂଳକ ଭାବେ ୪ଟି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ସମୟରେ ଏହା ଦେଶର ଅନ୍ୟ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେବ ବୋଲି ରେଲଓ୍ବେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଜେଶ ଦତ୍ତ ସୂଚନା ଦେଇଛନ୍ତି। ଏହି କ୍ୟାମେରା ଦ୍ୱାରା ସନ୍ଦିଗ୍ଧ ବସ୍ତୁର ପାଖକୁ ନ ଯାଇ ଡଗ୍‌ ସ୍କ୍ବାଡ୍‌ ୧୦ ମିଟର ଦୂରରୁ କାର୍ଯ୍ୟ କରି ପାରିବ। କ୍ୟାମେରାର ଦାମ ୧୭ ହଜାର ଟଙ୍କା ଥିବାବେଳେ ଏହାକୁ ରେଳ ବିଭାଗରେ କାର୍ଯ୍ୟ କରୁଥିବା ୨୯୮ କୁକୁରଙ୍କ ବେଲ୍ଟରେ ଲଗାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଶି ଥରୁର୍‌ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…

ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ...

୧୦ ଷଣ୍ଢକୁ ଡରାଇଲା ଗୋଟିଏ ବତକ:ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ନିଜ ପାଇଁ ବର ଖୋଜୁଛନ୍ତି ଏହି ଯୁବତୀ, ମନପସନ୍ଦର ସାଥୀ ମିଳିଲେ ତାଙ୍କୁ ଦେବେ ୬୫ କୋଟି ଟଙ୍କା

ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ। ବିବାହ ପ୍ରସଙ୍ଗରେ ଝିଅ ହେଉ କି ପୁଅ କାହାକୁ ଏଥିରେ ତରବରିଆ ପଦକ୍ଷେପ ନେବା ଉଚିତ୍‌ ନୁହେଁ।...

ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…

ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି...

ଦେଶରେ ୨ ହଜାର ତଳେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୯୭ ନୂଆ...

୬ ମାସ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ୬ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଲଗାତାର ୪ ଦିନ ଧରି ଦୈନିକ...

ଗବେଷଣା ସମୟରେ ଏହି ବୈଜ୍ଞାନିକମାନଙ୍କର ଘଟିଥିଲା ମୃତ୍ୟୁ

କୌଣସି ନୂଆ ଜିନିଷ ଉଦ୍ଭାବନ କରିବା ସହଜ କଥା କିମ୍ବା କାମ ନୁହେଁ। କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନଙ୍କୁ ଶହ ଶହ ବର୍ଷ ମଧ୍ୟ...

ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ

ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ...

Advertisement
Archives

Model This Week