କିରୋସିନରେ ଲୋକଙ୍କୁ ଠକେଇ

ବଡଗାଁ, ୨୭।୪ (ଡି.ଏନ.ଏ.): କରୋନା ମହାମାରି ଯୋଗୁ କାମ ହରାଇ ଶ୍ରମିକ, ଦିନ ମଜୁରିଆମାନେ ହାତବାନ୍ଧି ଘରେ ବସିଛନ୍ତି । ଏମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ଅଗ୍ରିମ ୩ ମାସର ଚାଉଳ ଓ ୧ ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ଲୋକେ କିପରି ନିର୍ଦ୍ଧାରିତ ମୂଲ୍ୟରେ ଦୋକାନରୁ ସାମଗ୍ରୀ ପାଇବେ ଓ କଳାବଜାର ନ ହେବ ସେଥିପାଇଁ ଅଧିକାରୀମାନେ ରାସନ ଦୋକାନ ଗୁଡିକୁ ଯାଞ୍ଚ କରୁଛନ୍ତି। ହେଲେ ସରକାର ବଣ୍ଟନ କରିବାକୁ ଦେଇଥିବା ଖାଉଟି ସାମଗ୍ରୀକୁ ଲୋକଙ୍କ ଆର୍ଥତ୍କ ସ୍ଥିତି ଖରାପ ବେଳେ ମଧ୍ୟ ଅଧିକ ଦରରେ ବିକ୍ରି କରାଯାଛଉଛି। ଗରିବଙ୍କୁ ଶୋଷଣ କରାଯିବା ଭଳି ଘଟଣା ସୁନ୍ଦରଗଡ ଜିଲା ବଡଗାଁ ପଞ୍ଚାୟତରେ ଦେଖା ଦେଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମର କେତେକ ବ୍ୟକ୍ତି ସୁନ୍ଦରଗଡ ଉପଜିଲାପାଳ ଏବଂ ପିଡିଙ୍କଠାରେ ଏ ନେଇ ଅଭିଯୋଗ ମଧ୍ୟ କରିଛନ୍ତି।
ଏପ୍ରିଲ ୧୮ ତାରିଖ ୨ ହଜାର ଲିଟର କିରୋସିନ ପାଇଁ ୫୪ ହଜାର ୭୫୪ ଟଙ୍କା ଟ୍ରାଫ୍ଟ ଦାଖଲ କରାଯାଇଥିଲା । ସେହି ଅନୁସାରେ ଲିଟର ପିଛା ୨୮ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି କରାଯିବା କଥା । କିନ୍ତୁ ଲିଟର ପିଛା ୪୦ ଟଙ୍କାରେ ଖାଉଟିଙ୍କୁ ବିକ୍ରି କରାଯାଇଛି। ଅନ୍ୟପକ୍ଷେ ଏହି ପଞ୍ଚାୟତରେ ଦର ତାଲିକା ଲଗା ଯାଇ ନାହିଁ। ଯୋଗାଣ ବିଭାଗ ମଧ୍ୟ କେବେ ନିରୀକ୍ଷଣ କରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ସରପଞ୍ଚ ସୁଶୀଲା ଡନସନା ଓ ନାଏବ ସରପଞ୍ଚ କେଶବ କର୍ସେଲଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, କିରୋସିନ ଲିଟର ପିଛା ୧୦ ଟଙ୍କା ଅଧିକ ନିଆଯାଇଛି। ବିଡିଓ କ୍ଷମାନିଧି ଭୋଇ ବି ମାନିଛନ୍ତି ଯେ, କିରୋସିନ ଲିଟର ୩୦ ଟଙ୍କାରେ ବିକ୍ରି କରିବା କଥା। ଏହା ଉପରେ ଅଭିଯୋଗ ହୋଇଥିବା ସେ ସୂଚନା ଦେଇଛନ୍ତି। ସେହିଭଳି ପଞ୍ଚାୟତ ଇଓ ମୌଜିଲାଲ ଡନସନାଙ୍କୁ ପଚାରିବାରୁ ତାଙ୍କ ନାଁରେ ଲାଇସନ୍ସ ଥିଲେ ମଧ୍ୟ ଯୋଗାଣ ବିଭାଗ ଆବଣ୍ଟନ ଚିଠା ଦେଉ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?