Posted inଜାତୀୟ

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ ପରିଣତ ହେଲେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବ। ଜମ୍ମୁ-କଶ୍ମୀର ପାଇଁ ବିଧାନସଭା ରହିବାକୁ ଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅଞ୍ଚଳ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଅଧୀନରେ ରହିବ ଏବଂ ବର୍ତ୍ତମାନର ରାଜ୍ୟପାଳ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ହେବେ। ଜମ୍ମୁ-କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ରହିବ। ଏହାର ବିଧାୟକ ସଂଖ୍ୟା ୧୦୭ ରହିବାକୁ ଥିବାବେଳେ ସେଥିରୁ ୨୪ଟି ଆସନ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଅଞ୍ଚଳ ପାଇଁ ଖାଲି ରହିବ। ଜମ୍ମୁ-କଶ୍ମୀର ରାଜ୍ୟ ବିଧାନସଭାରେ ୧୧୧ ବିଧାୟକ ଥିବାବେଳେ ସେଥିରୁ ୮୭ ଜଣ ନିର୍ବାଚିତ ଓ ୨ ଜଣ ମନୋନୀତ ହେଉଥିଲେ। ବାକି ୨୪ ଆସନ ପିଓକେ ପାଇଁ ଖାଲି ରହୁଥିଲା। ଜମ୍ମୁ-କଶ୍ମୀରରୁ ରାଜ୍ୟ ସଭାକୁ ୪ ଜଣ ଏମ୍‌ପି ନିର୍ବାଚିତ ହେଉଥିବାବେଳେ ତାହା ଅପରିବର୍ତ୍ତିତ ରହିବ। ଲୋକ ସଭାକୁ ନିର୍ବାଚିତ ହେଉଥିବା ୬ ଏମ୍‌ପିଙ୍କ ମଧ୍ୟରୁ ଜମ୍ମୁ-କଶ୍ମୀରରୁ ୫ ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରୁ ଜଣେ ଏମ୍‌ପି ନିର୍ବାଚିତ ହେବେ। ବିଧାନସଭାରେ ଗୃହୀତ ବିଲ୍‌ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ। ତେବେ ଉପରାଜ୍ୟପାଳ ଚାହଁଲେ ଏହାକୁ ସ୍ବୀକୃତି ଦେବେ, ଅଟକାଇ ରଖିବେ କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର,୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଘେରିଛନ୍ତି। ସ୍ଥାନୀୟ ଶ୍ରୀନଗରର ପାରିମ୍‌ ପୋରା ଚେକ୍‌ ପୋଷ୍ଟ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨...

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଶଶି ଥରୁର୍‌, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଥିରୁଭାନନ୍ତପୁରମ୍‌, ୨୭।୮: କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ପଡିଯାଇଛନ୍ତି। କେରଳ ପ୍ରଦେଶ କଂଗ୍ରେସ...

ସୋମବାର ସିସୋଡିଆଙ୍କୁ ସିବିଆଇ ପଚରାଉଚରା, ସମନ ଜାରି…

ନୂଆଦିଲ୍ଲୀ,୧୬।୧୦ : ଦିଲ୍ଲୀ ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ପଚରାଉଚରା କରିବ। ଏନେଇ ସିସୋଡିଆଙ୍କୁ ସମନ ଜାରି କରାଯାଇଛି। ସିବିଆଇର...

ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧ : ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ବୋଲି କହିଛନ୍ତି। ସେ କହିଛନ୍ତି ଯେ...

ଗୁଜରାଟରେ ୬୮ ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ଗୁଜରାଟର ନିମ୍ନ ଅଦାଲତର ୬୮ ବିଚାରପତିଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ ଲଗାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ...

ବେଡ୍‌ରୁମ ପାଲଟିଛି ଆଇସିୟୁ, କାର୍‌ ହୋଇଛି ଆମ୍ବୁଲାନ୍ସ; ପୂରା ଘଟଣା ଜାଣିଲେ ହେବେ ଭାବୁକ

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜବଲପୁରରେ ଅବସରପ୍ରାପ୍ତ ଇଞ୍ଜିନିୟର ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ତାଙ୍କ ଘରର ସମସ୍ତ ମାନଚିତ୍ର ପରିବର୍ତ୍ତନ କରି ଦେଇଛନ୍ତି। ସେ ତାଙ୍କ ବେଡ୍‌ରୁମକୁ ଆଇସିୟୁରେ...

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ...

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...

Advertisement
Archives

Model This Week