କିଙ୍ଗଫିଶର ଦଶା ଭୋଗିପାରେ ଜେଟ୍‌; ଉଡାଣ ସାମୟିକ ବନ୍ଦ ଲାଗି ମ୍ୟାନେଜମେଣ୍ଟର ପ୍ରସ୍ତାବ

ନୂଆଦିଲ୍ଲୀ,୧୭-୪: କିଙ୍ଗଫିଶର ଏୟାରଲାଇନ୍ସ ଭଳି ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଯାହା ଜଣାପଡୁଛି ବିଜୟ ମାଲ୍ୟାଙ୍କ କମ୍ପାନୀ ଭଳି ନରେଶ ଗୋୟଲଙ୍କ କମ୍ପାନୀ ମଧ୍ୟ ବନ୍ଦ ହେବାକୁ ଯାଉଛି। କାରଣ ଜେଟ୍‌ର ଅଂଶଧନ ବିକ୍ରି ପ୍ରୟାସ ସଫଳ ହେଉନାହିଁ। ବିରୋଧ କାରଣରୁ ଗୋୟଲଙ୍କ ନେତୃତ୍ୱାଧୀନ ୩ କମ୍ପାନୀ ବିଡିଂ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି। ଗୋୟଲଙ୍କୁ ବିଡିଂ ପ୍ରକ୍ରିୟାରୁ ନ ହଟାଇଲେ ସେମାନେ ଏଥିରୁ ଓହରି ଯିବେ ବୋଲି ଏଥିପୂର୍ବେ ଏଟିହାଦ ଏୟାରଓ୍ବେଜ ଏବଂ ଟିପିଜି କ୍ୟାପିଟାଲ ଧମକ ଦେଇଥିଲା। ଏହା ଜାଣିବା ପରେ ଗୋୟଲ ବିଡିଂ ପ୍ରକ୍ରିୟାରୁ ଦୂରେଇ ଯାଇଛନ୍ତି।

ଏହାରି ଭିତରେ ଜେଟ୍‌ ମ୍ୟାନେଜମେଣ୍ଟ ନିଜ ବୋର୍ଡ ନିକଟରେ କମ୍ପାନୀର କାରବାରକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛି। ପାଣ୍ଠି ଯୋଗାଡ ପର୍ଯ୍ୟନ୍ତ କାରବାର ବନ୍ଦ ସପକ୍ଷରେ ମ୍ୟାନେଜମେଣ୍ଟ ଯୁକ୍ତି ବାଢ଼ିଛି। କାରଣ ବ୍ୟାଙ୍କରୁ ପାଣ୍ଠି ମିଳିବାର ଆଉ ଆଶା ନାହିଁ ବୋଲି କୁହାଯାଇଛି। ପାଣ୍ଠି ଅଭାବରେ ଜେଟ୍‌ର ଏବେ ମାତ୍ର ୭ ବିମାନ ଉଡ଼ାଣ ଭରୁଛି। କାରଣ ବହୁ କଷ୍ଟରେ ବିମାନ ଇନ୍ଧନ ପାଇଁ ଖର୍ଚ୍ଚ କରାଯାଇପାରୁଛି। ମଙ୍ଗଳବାର ମୁମ୍ବାଇରେ ଜେଟ ଏୟାରଓ୍ବେଜ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଏଥିରେ ମ୍ୟାନେଜମେଣ୍ଟ ପକ୍ଷରୁ ଉକ୍ତ ପ୍ରସ୍ତାବ ଦିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଜେଟ୍‌ ଏହାର ଗ୍ରାହକଙ୍କୁ ଠକିବାକୁ ଚାହୁଁନାହିଁ। କାରଣ ଏବେ ଉଡ଼ାଣ ଭରିବା କଥା କହିବା ହାସ୍ୟାସ୍ପଦ ହେବ। ସୂଚନାଥାଉ କି, ଗୋୟଲଙ୍କ ଜେନେରାଲ ସେଲ୍ସ ଏଜେନ୍ସି ଜେଟ ଏୟାର ଏକ ଆମେରିକୀୟ କମ୍ପାନୀ ଫ୍ୟୁଚର ଟ୍ରେଣ୍ଡ କ୍ୟାପିଟାଲ ଏବଂ ଲଣ୍ଡନସ୍ଥିତ ଏକ କମ୍ପାନୀ ଏଡି ପାର୍ଟନର୍ସ ସହାୟତାରେ ଜେଟ୍‌ ଅଂଶଧନ କିଣିବା ଲାଗି ଶୁକ୍ରବାର ସନ୍ଧ୍ୟା ୬.୦୮ଟାରେ ଆଗ୍ରହ ପତ୍ର ଦାଖଲ କରିଥିଲା। କିନ୍ତୁ ଏହା ଜମା କରିବାର ସମୟସୀମା ସନ୍ଧ୍ୟା ୬ଟା ଯାଏ ଧାର୍ଯ୍ୟ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅଂଶଧନ ବଢ଼ାଇବା ଲାଗି ଏଟିହାଦ ପକ୍ଷରୁ ଦୁଇଟି ସର୍ତ୍ତାରୋପ କରାଯାଇଛି।

ପ୍ରଥମତଃ ଜେଟ୍‌ରୁ ଗୋୟଲଙ୍କୁ ସମ୍ପୂର୍ଣ୍ଣ ବିଦା କରିବା ଏବଂ ଦ୍ୱିତୀୟରେ ଶେୟାର ବଜାରରେ ଓପନ ଅଫର ଦେବାରୁ ରକ୍ଷା କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ପିଏନ୍‌ବି, ଆଇସିଆଇସିଆଇ ଓ ୟେସ ବ୍ୟାଙ୍କ ଜେଟ୍‌କୁ ଜରୁରୀ ପାଣ୍ଠି ଦେବା ସପକ୍ଷରେ ନ ଥିବା ବେଳେ ଏସ୍‌ବିଆଇ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କ ପାଣ୍ଠି ଦେବା ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି। ଫଳରେ ପାଣ୍ଠି ଦେବା ନେଇ ନିଷ୍ପତ୍ତି ନିଆଯାଇପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦାମ୍‌ ବଢ଼ିଲା, ଜାଣନ୍ତୁ ଲିଟର ପିଛା କେତେ…

ଭୁବନେଶ୍ୱର,୨୧ା୬: ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା...

PM Awas Yojna: ଜାରି ହେଲା ପିଏମ୍‌ ଆବାସ ଯୋଜନାର ପ୍ରଥମ କିସ୍ତି; ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଲାଭ…

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୦ ତାରିଖରେ ବିହାରର ସିୱାନରୁ ୫୩,୬୦୦ ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) ଅଧୀନରେ ପ୍ରଥମ...

ନୂଆ ଦୁଇ ଚକିଆ ଗାଡ଼ି ପାଇଁ ABS, ଡବଲ୍ ହେଲମେଟ୍ ବାଧ୍ୟତାମୂଳକ: ପରିବହନ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୬: ଭାରତରେ ରାସ୍ତା ଦୁର୍ଘଟଣା ଏବଂ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟରେ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୦୨୬...

ଆଇଫୋନ୍ ବ୍ୟବହାରକାରୀଙ୍କୁ YouTube ଅନଇନଷ୍ଟଲ୍ କରିବାକୁ କହିଲା ଗୁଗୁଲ୍, ତାଜୁବ୍ ହେଲେ ଲୋକେ

ନୂଆଦିଲ୍ଲୀ,୨୦ା୬: ଗୁଗଲ୍‌ ଆଇଫୋନ୍‌ ବ୍ୟବହାରକାରୀଙ୍କୁ YouTube ଆପ୍‌କୁ ଅନଇନଷ୍ଟଲ୍‌ କରି ପୁନର୍ବାର ଇନଷ୍ଟଲ୍‌ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍‌ରେ ଏକ ଗୁରୁତର ତ୍ରୁଟି...

ଗାଡ଼ି ବୀମା କିଣିବା ପୂର୍ବରୁ: ମନେ ରଖନ୍ତୁ ୫ଟି ଜରୁରୀ କଥା

ଗାଡ଼ି ବୀମା କିଣିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅନେକ ଲୋକ ଏପରି ଭୁଲ କରନ୍ତି ଯାହା ଅତିରିକ୍ତ ଖର୍ଚ୍ଚ କିମ୍ବା ଖରାପ କଭରେଜ୍ ସୃଷ୍ଟି କରେ। ଗବେଷଣାକୁ...

ରାଫେଲ ନିର୍ମାଣକାରୀ କମ୍ପାନୀ ସହିତ ହାତ ମିଶାଇଲା ରିଲାଏନ୍ସ ଇନଫ୍ରା, ଶେୟାର ବଜାରରେ ଚମକିଲେ ଅନିଲ ଅମ୍ବାନୀ

ମୁମ୍ବାଇ,୧୮।୬: ଅନିଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ ଏକ ଐତିହାସିକ ଚୁକ୍ତି ଜରିଆରେ ପୁଣି ଥରେ ଶେୟାର ବଜାରରେ ଚର୍ଚ୍ଚାରେ ରହିଛି। କମ୍ପାନୀର ସହାୟକ...

ଭାଙ୍ଗିଲା ସବୁ ରେକର୍ଡ, ପ୍ରଥମ ଥର ପାଇଁ ₹୧,୦୯ ଲକ୍ଷ ଟଙ୍କା ଛୁଇଁଲା ରୂପା

ମୁମ୍ବାଇ, ୧୭।୬: ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୂପାର ମୂଲ୍ୟ ପ୍ରଥମ ଥର ପାଇଁ କିଲୋଗ୍ରାମ ପିଛା ₹୧,୦୯ ଲକ୍ଷ ଅତିକ୍ରମ କରି ଏକ ନୂଆ...

୧୦ ସେକେଣ୍ଡରେ ହେବ ଟ୍ରାନଜାକ୍ସନ: ଏହି ଦିନଠାରୁ ଆହୁରି ଦ୍ରୁତ ହେବ UPI କାରବାର

ନୂଆଦିଲ୍ଲୀ,୧୭।୬: ଭାରତର ସବୁଠାରୁ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ସିଷ୍ଟମ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ (UPI) ଏବେ ଆହୁରି ଦ୍ରୁତ ଓ ସୁଗମ ହେବାକୁ ଯାଉଛି। ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri