କାଲ ହେଲା ଖରାଦିନିଆଁ ଧୁକାଗରେଲ: ଭଂଗା କୁରିଆରେ ୭ ଅସାହା ଜୀବନ୍‌

ନୂଆପଡା ଅଫିସ/କୋମନା,୭ା୬- କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖ, ନିଆଁ ସିମାନକୁ ପକାଘର ଯୁଗେଇ ଦେବାର ଲାଗି ଅନେକ ପରକାର ଆବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀମାନକର ଉଦାସୀନତା ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା କୋମନା ବ୍ଲକ ସଦର ମହକୁମାନୁ ୧ କି.ମି. ଦୂରେ ଥିବାର ସିଙ୍ଗାରୀ ଗଁାରେ। ଗଁାର ଗୁଟେ ପରିବାର ବଛର ବଛର ହେଲା ଭଂଗା ଘରେ ରହିଆସୁଥିଲେ। ଏନ୍‌ତାଥି ଦିନାକେତେ ତଲେ ହେଇଥିବାର ଖରାଦିନିଅଁା ଧୁକାଗରେଲ ପରିବାରଟାକେ ବାସହରା କରିଦେଇଛେ। ଏହେଦେ ଇ ଗରିବ୍‌ ପରିବାରଟା ଗଁାରେ ଭିନେ ଭିନେ ଲୁକ୍‌କର ପିଁଢ଼ାରେ ଦିନ୍‌ ବିତଉଛନ୍‌। ଇ ଦୁଖି ପରିବାରର ଦୁରଦଶା ଦେଖ୍‌ଲେ ଯେକେହି ସରକାରୀ ଯୋଜନାର ଗତି କେନ୍‌ଆଡ଼େ ଠହରେଇ ପାରବା।
ସୂଚନା ଅନ୍‌ସାରେ ସିଙ୍ଗାରୀ ଗଁାର ବରୁଣ ନାଏକକଁର ପରିବାର କହିଲେ ତାକର ମାଏକିନା ନୀଲାଙ୍କ ଆର ୫ ଝି’ପୁଓ। ବରୁଣକଁର ନଁାରେ ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ଏନ୍‌ତାଥି ଫେର ପରିବାଟା ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଘର କହେଲେ ଗଁାମୁଡ଼େ ଥିବାର ଝାଟିମାଟିର କୁରିଆଟେ। ବରୁଣକଁର କହିବାର ହିସାବେ ଗଁାମୁଡୁ ଦେଖ୍‌ଲେ ବ୍ଲକ ଅଫିସ ଦିଶ୍‌ସି। ସବୁଦିନ ବଡ଼ବଡ଼ିଆ ଅଧ୍‌କାରୀମାନେ ସଖାଲୁ ବେଲବୁଡ଼ା ତକ୍‌ ଗଁାକେ ଟହଲି ଆସୁଛନ୍‌। ହେଲେ କାହାରି ଦୁରୁଷ୍‌ଟି ତାକର ଉପରେ ନାଇଁ ପଡ଼ବାର। ପରିବାର ଲୋକ ଅନେକ ଥର ନେତା, ଅଧ୍‌କାରୀକୁଁ ଗୁହାରୀ କରିଛନ୍‌। ହେଲେ ଆବାସ ଯୋଜନା ତାଲିକାରେ ଠାନ୍‌ ନାଇଁ ପାଇପାରବାର। ଏନ୍‌ତା ବିଷମ୍‌ ପରିସ୍ଥିତିରେ ଦିନାକେତେ ତଲେ ହେଇଥିବାର ଧୁକାଗରେଲ ତାକର କୁରିଆକେ ଖିନ୍‌ଭିନ୍‌ କରିଦେଇଛେ। ଏହେଦ୍‌କା ପରିବାରଟା ବାରଦୁଆର ବୁଲି ମୁଡ଼ ଗୁଁଜୁଛନ୍‌। ଆଗ୍‌କେ ବରଷା ଦିନ୍‌ ମାଡ଼ିଆସୁଛେ। ଏନ୍‌ତାଥି ପରିବାରଟା କେନ୍‌ଠାନେ ରହିବେ ଆର ସରକାରକଁର ତରଫୁ ଘରଖଁଡ଼େ ମିଲବା କି ନାଇଁ ସଁଧେରେ ରହିଛନ୍‌। ଇ ଗରିବ୍‌ ନିଅଁାସି ପରିବାର ଉପରେ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଜନସାଧାରନରେ ମତ ପରକାଶ ପାଉଛେ। ବରୁଣ ନାଏକ ଗୁଟେ ଉଦାହରନ୍‌ ଆଏ। ହେଲେ ଏନ୍‌ତା କେତେ ଯେ ବରୁଣ ବାସହରା ହେଇ ପରମାଦ ଗନୁଛନ୍‌ ତାର କିଛି ଠିକ୍‌ଠିକାନା ନାଇଁ। ଜିଲାରେ ଗୁଟେ ସର୍ଭେ କରି ଏନ୍‌ତା ବାସହରାମାନକୁ ଚିନ୍‌ହଁଟ କରବାର ସଂଗେ ତାହାକୁ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ନିହାତି ଜରୁରି ବଲି ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?