କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ

ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୩ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ବାନାର୍ଜୀ ପ୍ରଥମେ କଳାହାଣ୍ଡି ଜିଲାର ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରାଉରକେଲାର ଅତିରିକ୍ତ ଜିଲାପାଳ ତଥା ରାଉରକେଲା ମହାନଗର ନିଗମର କମିଶନର ଥିଲେ। ପରବର୍ତ୍ତୀ ସମୟରେ ରାଉରକେଲା ସ୍ମାର୍ଟ ସିଟିର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଅନୌପଚାରିକ ଆଲୋଚନା ସମୟରେ ପ୍ରଥମ ଥର ଜିଲାପାଳ ଦାୟିତ୍ୱ ଗ୍ରହଣ କରିଥିବା ବାନାର୍ଜୀ ଜିଲାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଯେପରି ଯୋଗ୍ୟ ହିତାଧିକାରୀ ପାଇବେ ତାହା ସୁନିଶ୍ଚିତ କରିବାକୁ ଦୃଷ୍ଟି ଦେବେ। ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ସହ ବିଜୁଳି, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଓ ରାସ୍ତାଘାଟର ଉନ୍ନତିକରଣ ପାଇଁ ପଦକ୍ଷେପ ନେବେ। ମନ୍ଦିର ମାଳିନୀ, ସଂସ୍କୃତି ସମ୍ପନ୍ନ ଏହି ଜିଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ। ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବା ସହିତ ସମସ୍ତ ବିଭାଗ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ ବୋଲି ନୂତନ ଜିଲାପାଳ କହିଛନ୍ତି। ଏହି ଅବସରରେ ଏସ୍‌ପି ଦେବୀପ୍ରସାଦ ଦାଶ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ ଓ ବୀରମହାରାଜପୁର ଉପଜିଲାପାଳ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ଗଣ ସଂଗଠନ ଓ କର୍ମଚାରୀ ସଂଘ ପକ୍ଷରୁ ନୂତନ ଜିଲାପାଳଙ୍କୁ ସ୍ବାଗତ କରାଯାଇଥିଲା। ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଜିଲାପାଳ ଏହି ସୌଜନ୍ୟମୂଳକ ବୈଠକରେ ସମସ୍ତଙ୍କ ସହିତ ପରିଚିତ ହୋଇଥିଲେ। ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ସହିତ ଟେବୁଲରେ ଫାଇଲକୁ ପକାଇ ନ ରଖିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡାରେ କଂଗ୍ରେସ, ଭାଜପାର ୧୨ଘଣ୍ଟିଆ ବନ୍ଦ

କୁଚିଣ୍ଡା,୪।୧୧(ଡି.ଏନ.ଏ.): ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ କଂଗ୍ରେସ ନେତାଙ୍କୁ ଆକ୍ରମଣ ପ୍ରତିବାଦରେ ବୁଧବାର ଭାଜପା ଓ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ...

ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ, ବୃଦ୍ଧ ଗୁରୁତର

ଲୋଇସିଂହା, ୧୪।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଗାଣ୍ଡପଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।...

ଡିଏଚ୍‌ଏଚ୍‌ରେ ଠିକା ସଂସ୍ଥା ନିଯୁକ୍ତିରେ ବିଳମ୍ବ

ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ...

ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌ ଖୋଲିଲା

ସମ୍ବଲପୁର,୧୪।୯(ବ୍ୟୁରୋ): ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବା କାରଣରୁ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ...

ମାନେଶ୍ୱର ରାବଣ ପୋଡ଼ି: ରାମଙ୍କ ବଦଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ; ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ସମ୍ବଲପୁର,୯।୧୦ (ବ୍ୟୁରୋ): ସମ୍ବଲପୁର ସହର ଉପକଣ୍ଠ ସାର୍ବଜନୀନ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ପାଇଁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ସରିଥିଲା...

ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଲୁଟ୍‌

ବଲାଙ୍ଗୀର ଅଫିସ, ୧୭ା୫: ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଲୁଟ୍‌ କରାଯାଇଥିତ୍ତ୍ବା ଅଭିଯୋଗ ହୋଇଛି ା ଶିକ୍ଷକ ଜଣକ...

ଲୋପ୍‌ ପାଉଛେ ଯଁତାର ବେଭାର:ଦିହିପା ସମସିଆରେ ଛଁଦି ହେଉଛନ୍‌ ମହିଲା

ଲାଠୋର, ୧୨ା୬ (ଡି.ଏନ୍‌.ଏ): ଆଜିର ମୁନୁଷ ନିଜକେ ଆଧୁନିକତା ଭିତରେ ହଜେଇ ଦେଇଛେ। ଯୁଗର ସଂଗେ ତାଲ ଦେଇ ଆଗ୍‌କେ ବଢ଼ୁଛେ। ନିଜର ସୁଖ୍‌ ସୁବିଧାର...

Advertisement
Archives

Model This Week