କାର୍ଯ୍ୟକାରୀ ହେଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ: କୁଡିପୁଞ୍ଜା ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ ଅଫିସ,୯ା୧୨- କନ୍ଧମାଳ ଜିଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାସେ ପୂର୍ବରୁ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ସମୟରେ ଫୁଲବାଣୀ ବ୍ଲକ ମିଣିଆସ୍ଥିତ କୁଡିପୁଞ୍ଜା ସେବାଶ୍ରମରେ ଅନିୟମିତତା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ଜିଲାପାଳ ଡା. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ସେ ଏବେ ଫୁଲବାଣୀ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବେ ା ଉପ ଜିଲାପାଳଙ୍କ ବିନା ନିର୍ଦ୍ଦେଶରେ ସେ ହେଡ୍‌କ୍ୱାର୍ଟର ଛାଡି କେଉଁଆଡେ ଯାଇ ପାରିବେ ନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଥିବାରୁ ଉକ୍ତ ସେବାଶ୍ରମରେ ମମତାମଞ୍ଜରୀ ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ସାରକା କୁଡିପୁଞ୍ଜା ସେବାଶ୍ରମ ପରିଦର୍ଶନରେ ଯାଇଥିବାବେଳେ ପିଲାମାନଙ୍କୁ ତଳେ ବସାଇବା, ମିଥ୍ୟା ଉପସ୍ଥାନ ଆଦି ଦେଖି ବିରକ୍ତି ହୋଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚଳିତମାସର ପହିଲି ଶୀତ, ଖସିଲା ପାରଦ

ଦାରିଙ୍ଗବାଡି,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଚଳିତ ମାସର ଏହା ପ୍ରଥମ ଶୀତ ହୋଇଥିବାବେଳେ ତାପମାତ୍ରା ୧୨ଡିଗ୍ରୀରୁ ଖସି ଆସି ବୁଧବାର...

କନ୍ଧମାଳ ୧୦ ଦିନ ଲକ୍‌ଡାଉନ୍‌: ଜାଣନ୍ତୁ..

ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବାକୁ...

ଶ୍ରମିକଙ୍କ ପାଇଁ ମାସ୍କ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ରାଇକିଆ,୩୦ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସତ୍ତ୍ବେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଶ୍ରମିକମାନେ କାମ କରିବା ପାଇଁ କଟକଣା କୋହଳ କରାଯାଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ ମଧ୍ୟ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ପୋଲିସର ତଦନ୍ତ ଆରମ୍ଭ

କେ.ନୂଆଗାଁ,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କେ ନୂଆଗାଁର ପିପିଳପଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଯୋଗେଶ୍ୱର ପ୍ରଧାନ...

ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଲେ ସ୍ବାମୀ

ବାଲିଗୁଡ଼ା,୭ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକକୁ...

ଅଙ୍ଗଦଙ୍କ ହାତ ଆକ୍ରମଣ ନୁହେଁ, ଦୁର୍ଘଟଣାରେ କଟିଛି: ପୋଲିସ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସୀ ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ବାଇ କାମ କରିବାକୁ ଯାଇଥିବା ବେଳେ...

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଗର୍ଭବତୀ ହଟହଟା

ଦାରିଙ୍ଗବାଡ଼ି,୧୦।୯(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ପରିବେଶ ଓ ନିୟମିତ ଡାକ୍ତର ରହୁ ନ ଥିବା ପୂର୍ବରୁ ଅଭିଯୋଗ...

Advertisement
Archives

Model This Week