କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍‌ କରିବାରେ ଉସ୍ତାଦ୍‌। ‘ବାକି ବାତେଁ ପିନେ ବାଦ୍‌’ରେ ହଜାର ହଜାର ଯୁବପିଢିଙ୍କୁ ଝୁମାଇଥିବା ଅର୍ଜୁନ ୨୦୧୩ରେ ‘ଗୋ ଗୋଆ ଗନ୍‌’ରେ ‘ଖୁନ୍‌ ଚୁସ୍‌ ଲେ’ ଗୀତ ମାଧ୍ୟମରେ ପ୍ରଥମେ ଲାଇମ୍‌ଲାଇଟ୍‌କୁ ଆସିଥିଲେ। କ୍ଲାସିକାଲ ଗୀତରେ ପ୍ରଶିକ୍ଷଣ ନେଇଥିବା ଏହି କଣ୍ଠଶିଳ୍ପୀ ‘ଫୁର୍‌ସତ୍‌’ ଓ ‘ଏକ୍‌ ଦଫା’ ସିଙ୍ଗିଲ୍ସରେ ହଇଚଇ କରିଦେଇଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ନେହା କକ୍କରଙ୍କ ସହ ତାଙ୍କ ଡୁଏଟ୍‌ ‘ଲା ଲା ଲା’ ୟୁଟ୍ୟୁବ୍‌ରେ ୭୫ ମିଲିୟନ୍‌ରୁ ଅଧିକ ଭ୍ୟୁ ସାଉଁଟିଛିି। ପ୍ରସିଦ୍ଧ ପାକିସ୍ତାନୀ କଣ୍ଠଶିଳ୍ପୀ ମୋମିନା ମୁସ୍ତେହସନ୍‌ଙ୍କ ସହ ସେ ଗାଇଥିବା ‘ଆୟେ ନା ତୁ’ ବି ସୁପରହିଟ୍‌ ହୋଇଥିଲା। ଏକାଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଥିବା ଅର୍ଜୁନ ଜଣେ ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ଭାବେ ଯେତିିକି ପରିଚିତ, ନିଜ ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ସେତିକି ପ୍ରସିଦ୍ଧ। ନିକଟରେ ଭୁବନେଶ୍ୱରଠାରେ ଆୟୋଜିତ ମାକ୍‌ଡୋଏଲ୍ସର ବହୁଚର୍ଚ୍ଚିତ ନମ୍ବର ୱାନ୍‌ ୟାରି ଜାମ୍‌ ଫେଷ୍ଟ୍‌ରେ ଯୋଗଦେବାକୁ ଓଡ଼ିଶା ଆସିଥିବା ଅବସରରେ ତାଙ୍କ ସହ ସଂକ୍ଷିପ୍ତ ଆଳାପ।

ଗୁଗଲ୍‌ ଏବଂ ଓ୍ବିକିପିଡ଼ିଆରେ ଆପଣଙ୍କ ଘର ଓଡ଼ିଶା ବୋଲି ଲେଖା ଅଛି। ଓଡ଼ିଶା ସହ କି ସମ୍ପର୍କ ଅଛି?
*ମୁଁ ବି ବେଳେବେଳେ ଏହାକୁ ନେଇ କନ୍‌ଫ୍ୟୁଜ୍‌ ହୋଇଯାଏ। କାନୁନ୍‌ଗୋ ବୋଲି ମୋତେ ସମସ୍ତେ ଓଡ଼ିଆ ଭାବନ୍ତି। ହେଲେ ବାସ୍ତବରେ ମୁଁ ଓଡ଼ିଆ ନୁହେଁ। ମୋ ଘର ରାଜସ୍ଥାନରେ ଏବଂ ମୋ ପରିବାର ରାଜସ୍ଥାନରେ ହିଁ ରୁହନ୍ତି। ମୁଁ ବମ୍ବେରେ ଜନ୍ମହୋଇଛି ଓ ସେଠାରେ ବଡ଼ ହୋଇଛି। ହେଲେ ଓ୍ବିକିପିଡ଼ିଆରେ ମୋ ଘର ଓଡ଼ିଶା ଲେଖା ଅଛି ବୋଲି ମୁଁ ଜାଣି ନଥିଲି। ଆଜି ଜାଣିବାକୁ ପାଉଛି। ଏହାକୁ ବଦଳାଇବାକୁ ପଡ଼ିବ।
ଓଡ଼ିଶା ବିଷୟରେ କେତେ ଜାଣିଛନ୍ତି?
*ଓଡ଼ିଶାକୁ ଆଗରୁ ଆସିଛି। ହେଲେ ଶୋ’ ପାଇଁ ଆସିଲେ ବାହାରକୁ ଯାଇହୁଏନା କି ବୁଲିହୁଏନା। ଫାଙ୍କା ସମୟରେ ଏଠାକୁ ଆସି କିଛି ସମୟ ରହିବାକୁ ମୋର ଯୋଜନା ଅଛି। ସପ୍ତାହେ, ଦୁଇ ସପ୍ତାହ ରହି ଓଡ଼ିଶାର ପ୍ରସିଦ୍ଧ ସ୍ଥାନ ବୁଲିବି। ଏଠାକାର ମନ୍ଦିର ଓ ତା’ର ଆର୍କିଟେକ୍‌ଚର୍‌ ବହୁ ସୁନ୍ଦର ବୋଲି ଶୁଣିଛି। ତେଣୁ ସେଗୁଡ଼ିକ ଦେଖିବାକୁ ବହୁତ ଆଗ୍ରହ ଅଛି। ଖୁବ୍‌ଶୀଘ୍ର ଏକ ଟ୍ରିପ୍‌ ପ୍ଲାନ୍‌ କରିବି।
ଅନେକ ସେଲିବ୍ରିଟି ଏଠାକୁ ଆସି ଓଡ଼ିଆ ଖାଦ୍ୟ ମୋହରେ ପଡ଼ିଯାଆନ୍ତି। ଆପଣ କ’ଣ ଖାଇଛନ୍ତି?
*ମୁଁ ଏବେ ନୁହେଁ, ବହୁ ଆଗରୁ ଓଡ଼ିଆ ଖାଦ୍ୟ ଖାଇଛି। ଓଡ଼ିଶାର ଟ୍ରାଡିଶନାଲ ଫୁଡ୍‌ ମୋତେ ବହୁତ ଭଲଲାଗେ। ବିଶେଷକରି ଫ୍ରାଏଡ୍‌ ମାଛ ମୋର ଫେଭରାଇଟ୍‌। ଓଡ଼ିଶାରେ ଯେଉଁ ଫ୍ରେଶ ଓ୍ବାଟର୍‌ ଫିସ୍‌ ମିଳେ ତାହା ଆଉ କେଉଁଠି ମିଳେନା।
ଆଜିକାଲିର ରିମିକ୍ସ ଟ୍ରେଣ୍ଡ୍‌କୁ କେମିତି ଦେଖୁଛନ୍ତି?
*ମୁଁ ଏହାକୁ ଖୋଲାଖୋଲି ବିରୋଧ କରେ। ଗୋଟିଏ ଦୁଇଟି ଗୀତ ଠିକ୍‌ ଅଛି। ହେଲେ ଏବେ ଯେଉଁ ମାତ୍ରାରେ ରିମିକ୍ସ ହେଉଛି ସେମିତି ହେବା ଉଚିତ୍‌ ନୁହେଁ। ଆଜିକାଲି ପ୍ରତ୍ୟେକ ଫିଲ୍ମରେ ଯାହା ବି ହେଲେ ଗୋଟିଏ ରିମିକ୍ସ ରହୁଛି। ସବୁ ଫିଲ୍ମରେ ପ୍ରଥମେ ଏକ ରିମିକ୍ସ, ତା’ପରେ ଏକ ଲଭ୍‌ ସଙ୍ଗ୍‌ ଓ ଶେଷରେ ଏକ ପାର୍ଟି ସଙ୍ଗ୍‌ ରହୁଛି। ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ହେଲାଣି। ଫଳରେ ନୂଆ ଗୀତ ଆଉ ଆସୁନି କି ଭଲ ଗୀତ ତିଆରି ହେଉନି। ରିମିକ୍ସ କରିବା ଲୋକକୁ କ୍ରେଡିଟ୍‌ ମିଳୁଛି କିନ୍ତୁ ଯିଏ ଗୀତକୁ ବାସ୍ତବରେ କରିଛି ତାକୁ କ୍ରେଡିଟ୍‌ ମିଳୁନି। ଯେଉଁମାନେ ରିମିକ୍ସ କରୁଛନ୍ତି ସେମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ କରିବି ଯେ ୧୦ବର୍ଷ ପରେ ତୁମେ କ’ଣ କରିବ। ସେତେବେଳେ ରିମିକ୍ସ କରିବାକୁ ଆଉ କିଛି ନଥିବ।
ଏତେ ଭଲ ଭଲ ପାର୍ଟି ଆନ୍ଥେମ୍‌ କରିବା ପଛର ସିକ୍ରେଟ୍‌ କ’ଣ?
*ସିକ୍ରେଟ୍‌ ତ ନାହିଁ। ହେଲେ ଏତିକି କହିବି ନିଜେ ପାର୍ଟି କଲେ ଆନ୍ଥେମ୍‌ ଆପେ ଆପେ ହୋଇଯିବ।
ଆଗକୁ କ’ଣ କରିବାର ଯୋଜନା ରଖିଛନ୍ତିି?
*ସମାନ କାମ ବହୁତ କରିସାରିଲିଣି। ଏବେ କିଛି ନୂଆ କରିବାର ଅଛି। ନିକଟରେ ୩ଟି ଫିଲ୍ମ ପାଇଁ ଗୀତ ରେକର୍ଡ କରିଛି। ତାହା ଏବେଯାଏଁ ରିଲିଜ୍‌ ହୋଇନି। ଡିସେମ୍ବରରେ ଏକ ସିଙ୍ଗିଲ୍‌ ରିଲିଜ ହେବ। ଆଶାକରୁଛି ପାର୍ଟି ଲଭର୍‌ଙ୍କ ପାଇଁ ତାହା ଏକ ଭଲ ଗୀତ ହେବ।
କେବଳ ହିନ୍ଦୀ ନା ଆଉ କେଉଁ ଭାଷାରେ ଗୀତ ଗାଇବାର ଆଗ୍ରହ ଅଛି?
*ମୋତେ ସବୁ ଭାରତୀୟ ଭାଷାରେ ଗାଇବାର ଆଗ୍ରହ ଅଛି। ଯଦି ଓଡ଼ିଆରେ ବି ଅଫର୍‌ ମିଳେ ତାହେଲେ ନିଶ୍ଚୟ ଗାଇବି।
ସାମ୍ପ୍ରତିକ ସମୟରେ ରିଆଲିଟି ଶୋ’ଗୁଡ଼ିକ ପ୍ରତିଭାମାନଙ୍କୁ ଭଲ ପ୍ଲାଟ୍‌ଫର୍ମ ଦେଉଛି ନା ଏକ ନେଗ୍‌ଟିଭ୍‌ ବାତାବରଣ ସୃଷ୍ଟିକରୁଛି?
*ନିଶ୍ଚିନ୍ତଭାବେ ଏହା ଭଲ ପ୍ଲାଟ୍‌ଫର୍ମ। ଆଜିକାଲିର ରିଆଲିଟି ଶୋ’ରେ ପ୍ରତିଯୋଗିତା ବଢିଗଲାଣି। ଏକ୍ସପୋଜର୍‌ ବି ଭଲ ହେଲାଣି। ତେଣୁ ଯେଉଁମାନେ ଗାଇବାର ସୁଯୋଗ ପାଉନାହାନ୍ତି ସେମାନଙ୍କୁ ମୁଁ ଏତିକି କହିବି ରିଆଲିଟି ଶୋ’କୁ ଯାଅ। ସେଠାରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଅ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍‌ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ

ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍‌ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ...

ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର...

ଭଉଣୀଙ୍କ ମେହେନ୍ଦୀ ସେରିମନିରେ ସିଗାରେଟ୍‌ ଟାଣୁଥିବା ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସମ୍ପର୍କୀୟ ଅଲାନା ପାଣ୍ଡେଙ୍କ ମେହେନ୍ଦୀ ସମାରୋହରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ମେହେନ୍ଦୀ ସମାରୋହର କିଛି ଫାଟୋ ସୋସିଆଲ...

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

ରେଖାଙ୍କୁ କାଳି, ମୋଟି କହିଥିଲେ ଏହି ଲୋକପ୍ରିୟ ଅଭିନେତା, ଆଉ ତା’ ପରେ…

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା...

ବଲିଉଡ୍‌ରେ ୧୦ ବର୍ଷ ପୂରଣ କଲେ ଆଲିଆ

ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି। ଏହା ସହିତ ସେ ବ୍ୟକ୍ତିଗତ ଜୀବନରେ ଗର୍ଭଧାରଣ ପର୍ଯ୍ୟାୟ ଉପଭୋଗ କରୁଛନ୍ତି। ଆଲିଆ...

ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍‌ ଡଗ୍‌’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍‌ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ରବିବାର ୭୫ତମ ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍‌ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର...

୯୫୦ କୋଟି ରୋଜଗାର କଲାଣି ‘ପଠାନ’

ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ...

Advertisement
Archives

Model This Week