କାଦୁଅ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ମାଲକାନଗିର,୮।୭ (ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ମାଲକାନଗିରି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କୁ ମିଳୁନାହିଁ। ଜିଲାର ୭ଟି ଗ୍ରାମର ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ମାଲକାନଗିରି ଜିଲା ପୌର ପରିଷଦ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏମ.ଭି-୧୧୧, ତାଳଗୁଡା, ପରଜାଗୁଡା, କେନ୍ଦୁଗୁଡା, ରିଜାରିଗୁଡା, ଭିମାରାଙ୍ଗେଣି ଓ ମୁଶା ଗ୍ରାମବାସୀ ରାସ୍ତା ଯୋଗୁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ପ୍ରତିବାଦରେ ରବିବାର ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି।
ଖବରରୁ ଜଣାପଡିଛି ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାଠାରୁ ମାତ୍ର ୨ କିଲୋମିଟର ଏମ.ଭି-୧୧୧ ଗ୍ରାମର ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଗ୍ରାମାବାସୀଙ୍କ ସହ ସତୀଗୁଡା କନ୍ୟାଶ୍ରମର ଛାତ୍ରୀ ଏବଂ ଅବିଭାବକମାନେ ଯାତାୟାତ କରନ୍ତି । ମୁଖ୍ୟ ରାସ୍ତାଠାରୁ ୪ କିଲୋମିଟର ଦୂରରେ ଥିବା ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକମାନେ ସତୀଗୁଡା ନଦୀ ବନ୍ଧ ଦେଇ ଯାତାୟାତ କରନ୍ତି। ଫଳରେ ନଦୀବନ୍ଧର ପିଚୁ ନଷ୍ଟ ହୋଇ ଅନେକ ସ୍ଥାନରେ ଗାତ ହୋଇଯାଇଥିବାରୁ ସେହି ରାସ୍ତାରେ ଆଉ ଯାତାୟାତ କରିବା ସମ୍ଭବ ହେଉନାହିଁ। ସତୀଗୁଡା ଜଳଭଣ୍ଡାରର ବଳକା ଜଳ ନିଷ୍କାସନ ଏମ.ଭି -୧୧୧ ଓ ତାଳଗୁଡ଼ା ମଝିରେ ହେଉଥିବାରୁ ୨୦୦୯ରେ ଗ୍ରାମୀଣ ଉନ୍ନୟନ ବିକାଶ ସଂସ୍ଥା ୯ ଲକ୍ଷ ଟଙ୍କା ବ୍ୟୟରେ ଜଳ ନିଷ୍କାସନ ନାଳ ଉପରେ ଏକ ବ୍ରିଜ୍‌ ତିଆରି ହୋଇଥିଲା। ବର୍ଷା ଦିନେ ବ୍ରିଜ୍‌ ରାସ୍ତା ସହ ଉପରୋକ୍ତ ଗ୍ରାମଗୁଡିକୁ ଯିବା ଲାଗି ରହିଥିବା ରାସ୍ତା କାଦୁଅ ହୋଇଯାଇଥାଏ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଲୋକେ ମାଲକାନଗିରି ସହରକୁ ଯାତାୟାତ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ରାସ୍ତା ନିର୍ମାଣ ପାଇଁ ପୂର୍ବତନ ଏମପି, ବିଧାୟକ, ଜିଲାପାଳ ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସିନ୍ଧ୍ରିମାଳର ପୂର୍ବତନ ସରପଞ୍ଚ ଘାସିରାମ ନାୟକ କହିଛନ୍ତି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନ ନେବାରୁ ଏହାର ପ୍ରତିବାଦରେ ରବିବାର ଗ୍ରାମବାସୀ ସେହି ରାସ୍ତାର ବ୍ରିଜ୍‌ ଉପରେ ଥିବା କାଦୁଅରେ ଧାନ ରୋଇ ନିଜ ପ୍ରତିବାଦ ଜଣାଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ ନେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ୭ଟିଯାକ ଗ୍ରାମର ଗ୍ରାମବାସୀ ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବେ ବୋଲି ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri