Posted inଫୁରସତ

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ୟୁରୋପରେ କାଓ ଥେରାପି ବହୁ ଲୋକପ୍ରିୟ ବୋଲି ପୂର୍ବରୁ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ଆମେରିକାରେ ମଧ୍ୟ ଏପରି ଦେଖିବାକୁ ମିଳିଛି। କାଓ ଥେରାପି କରିବାକୁ ହେଲେ ଜଣେ ମହିଳାଙ୍କୁ ଗୋଟିଏ ଘଣ୍ଟା ପାଇଁ ୭୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୫ ହଜାର ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏପରି କଲେ ମାନସିକ ଅବସାଦ ଦୂର ହୋଇଥାଏ। ନ୍ୟୁୟର୍କର ୩୩ ଏକର ପରିମିତି ଜାଗାରେ ନିର୍ମିତ ମାଉଣ୍ଟେନ୍‌ ହାଉସ ଫାର୍ମରେ ଏବେ ଏହି ସୁବିଧା ଉପଲବ୍ଧ ହେଉଛି। ଉକ୍ତ ଫାର୍ମରେ ୯ ବର୍ଷ ତଳେ ଘୋଡ଼ାଙ୍କ ସହିତ ଓ୍ବେଲ୍‌ନେସ୍‌ ସେସନ ଚାଲିଥିଲା। ବର୍ତ୍ତମାନ କାଓ ଥେରାପି ଚାଲିଛି। ସୁଇଜରଲ୍ୟାଣ୍ଡ ଏବଂ ନେଦରଲାଣ୍ଡରେ ଦୁଃଖ ଦୂର ପାଇଁ କାଓ ଥେରାପି ସେସନ ଚାଲିଛି। ଫାର୍ମର ମାଲିକ ସୁଜନ ମୁଲର୍ସ କୁହନ୍ତି, ମହିଳାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଫାର୍ମକୁ ଆଉ ଦୁଇଟି ଗାଈ ନେଦରଲାଣ୍ଡରୁ ମଗାଯାଇଛି। ଗାଈର ଶାନ୍ତ ବ୍ୟବହାର ମହିଳାଙ୍କୁ ରିଲାକ୍ସ କରିଥାଏ। ଗୋଟିଏ ଶାନ୍ତ ଗାଈ ସହ କିଛି ସମୟ କାଟିଲେ ସମସ୍ତ ଦୁଃଖ ଦୂର ହୋଇଥାଏ। ଗାଈଙ୍କୁ ଗେହ୍ଲା କଲେ ବା ଆଉଁସିଲେ ମହିଳାଙ୍କୁ ଖୁବ୍‌ ଭଲ ଲାଗିଥାଏ। ସୁଜନ କୁହନ୍ତି, ତାଙ୍କ ଫାର୍ମରେ କାଓ ଥେରାପି ପାଇଁ ଦୁଇଟି ସେସନ ଚାଲିଛି। ଏଥିପାଇଁ ବହୁ ମହିଳା ତାଙ୍କ ଫାର୍ମକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଉପନିର୍ବାଚନ ପାଇଁ ୪ ସେଟ୍‌ ଫର୍ମ କିଣିଲେ ଉପାସନା: ଆରମ୍ଭ ହୋଇଗଲାଣି ଚର୍ଚ୍ଚା

ଭୁବନେଶ୍ୱର,୨।୬(ରବିନାରାୟଣ ଜେନା):ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭାର ଆସନର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ଜାରି ହେବାର ପ୍ରଥମ ଦିନରେ ୪-ସେଟ୍‌ ଫର୍ମ ବିକ୍ରି ହୋଇଛି।…

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ…

ଭାରତ ସହ କଲେ ଫ୍ରି ଟ୍ରେଡ ଡିଲ, ହେଲେ ପାକିସ୍ତାନକୁ କଲେ ପ୍ରଶଂସା, କାହିଁକି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୬: ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସମାପ୍ତ ହେବା ପରେ, ୟୁରୋପୀୟ ସଂଘ (EU)ର ବୈଦେଶିକ ବ୍ୟାପାର ପ୍ରତିନିଧି କାଜା କାଲାସ ପଡ଼ୋଶୀ ପାକିସ୍ତାନ ସମ୍ପର୍କରେ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଆସୁଛି ବଡ଼ ‘ବିପର୍ଯ୍ୟୟ’: ଏଲ ନିନୋ ତାଣ୍ଡବ ସୃଷ୍ଟି କରିବାକୁ ପ୍ରସ୍ତୁତ, ଭାରତ ଉପରେ ପକାଇବ‘ଗମ୍ଭୀର’ ପ୍ରଭାବ

ନୂଆଦିଲ୍ଲୀ,୨।୬: ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (NOAA)ର ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ବର୍ଷର ଆଟଲାଣ୍ଟିକ ବାତ୍ୟା ଋତୁ ସାଧାରଣ ଅପେକ୍ଷା…

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri