କଳାବଜାର ରୋକିବାକୁ ଦୋକାନ ଆଗରେ ଲାଗିଲା ଦର ତାଲିକା

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ସବୁଠି ଲାଗିଛି କଟକଣା। ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା ପରେ ଜରୁରୀ ଖାଦ୍ୟ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଶନ ଦୋକାନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିସବୁ ଦୋକାନ ନିୟମିତ ନିର୍ଦ୍ଧିଷ୍ଟ ସମୟରେ ଖୋଲା ଯାଉଥିଲେ ମଧ୍ୟ କିଛି ଲୋକ ଆଗକୁ ଖାଦ୍ୟ ସାମଗ୍ରୀ ଅଭାବ ଆଶଙ୍କା କରି ଆବଶ୍ୟକଠାରୁ ଅଧିକା ସାମଗ୍ରୀ କିଣି ଗଚ୍ଛିତ ରଖିବାକୁ ପ୍ରୟାସ କରୁଛନ୍ତି। ଫଳରେ କଳାବଜାର ଆଶଙ୍କା ଦେଖା ଦେଇଛି। ଦରଦାମ ଅହେତୁକ ବୃଦ୍ଧି ସମ୍ଭାବନାକୁ ଦୃଷ୍ଟିରେ ରଖି ରାଇକିଆ ପୋଲିସ ତରଫରୁ ବିଭିନ୍ନ ଦୋକାନରେ ଦରଦାମ ତାଲିକା ଲଗାଇବାକୁ କୁହାଯାଇଛି। ଏ ନେଇ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି, ଆମେ ପ୍ରତ୍ୟେକ ଦୋକାନରେ ଦରଦାମ ତାଲିକା ଲଗାଇବା ସହ ଲୋକେ ଯେପରି ଅନାବଶ୍ୟକ ଭିଡ଼ ନ କରି ସୁବିଧାରେ ସାମଗ୍ରୀ କିଣି ପାରିବେ ସେ ନେଇ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ପୋର୍ଟକୁ ଆର୍‌ଟିଓଙ୍କ ନୋଟିସ

ଛତ୍ରପୁର,୧୬।୫(ଡି.ଏନ.ଏ.): ମୋଟର ଯାନ ଆଇନ ଉଲ୍ଲଂଘନ ନେଇ ଗୋପାଳପୁର ପୋର୍ଟ ଲିମିଟେଡ୍‌କୁ ନୋଟିସ ଜାରି ହୋଇଛି। ଗଞ୍ଜାମ ଆର୍‌ଟିଓ ମାନସ ରଞ୍ଜନ ସାହୁ ମୋଟର ଯାନ ଆକ୍ଟ...

ୟୁନିଫାଏଡ୍‌ ପଲିସି, ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮: ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର...

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ୨ ନାବାଳିକା, ୨ ନାବାଳକ

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ...

ମଉଳୁଛି କୁମ୍ଭକାରଙ୍କ ଆଶା

ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି...

ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ...

ପୁରୀରୁ ୩ କେଜି ବ୍ରାଉନ୍‌ସୁଗାର ଜବତ

ପୁରୀ ଅଫିସ, ୧୪।୫ : ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଶନିବାର ୩ କେଜି ୧୯୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ...

ମୃତକଙ୍କ ସାଥୀ ପାଲଟିଛନ୍ତି ମହମ୍ମଦ ନୁହ

କେନ୍ଦ୍ରାପଡ଼ା ଅଫିସ,୩ା୧: କେନ୍ଦ୍ରାପଡ଼ା ସହର ଫକୀରାବାଦ ଗ୍ରାମର ମହମ୍ମଦ ନୁହ। ବୟସ ୬୬। ୧୬ ବର୍ଷ ଧରି ନିଃସ୍ବାର୍ଥପର ଭାବେ ନିଜ ସମ୍ପ୍ରଦାୟ ମୃତକଙ୍କ ସାଥୀ...

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍‌ ଗଲେ ଦେଢ଼ଶୁର

ରୂପ୍‌ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ...

Advertisement
Archives

Model This Week