କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା

ଘାସିରାମ ପଣ୍ଡା

ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଞ୍ଜନ ସାକ୍ସେନା’ ଅନେକ ବିତର୍କ ସୃଷ୍ଟି କରିଛି। ୧୯୯୬ରେ ଗୁଞ୍ଜନ ଭାରତୀୟ ବାୟୁ ସେନାରେ ପାଇଲଟ ଭାବେ ଯୋଗ ଦେଇଥିଲେ। କାରଗିଲ ଯୁଦ୍ଧରେ ସେ ଏକମାତ୍ର ମହିଳା ଥିଲେ। ସିନେମାରେ ତାଙ୍କର ସାହସ ଓ ବୀରତା ରୋମାଞ୍ଚ ସୃଷ୍ଟିି କରୁଛି। ଏହା ସହିତ ପୁରୁଷପ୍ରାଧାନ୍ୟ ଏକ ବୃତ୍ତିରେ ଜଣେ ମହିଳା ପାଇଁ ରହିଥିବା ଆହ୍ବାନ ମଧ୍ୟ ବିଶେଷ ଭାବେ ପ୍ରତିଫଳିତ ହୋଇଛି। ଯଦିଓ ଭାରତୀୟ ବାୟୁସେନା, ରକ୍ଷା ମନ୍ତ୍ରଣାଳୟ ଓ ତାଙ୍କର କିଛି ମହିଳା ସହକର୍ମୀ ଏଥିରେ ଅସହମତି ଜାହିର କରିଛନ୍ତି, ତଥାପି କର୍ମସ୍ଥଳୀରେ ମହିଳାଙ୍କ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଏହା ସୁଯୋଗ ସୃଷ୍ଟି କରିଛି। ଶାରୀରିକ ଭିନ୍ନତା ଓ ମହିଳାଙ୍କ ପ୍ରତି ସମାଜର ଭିନ୍ନ ଦୃଷ୍ଟିଭଙ୍ଗି ଯୋଗୁ ସେମାନଙ୍କର ଆବଶ୍ୟକତା ମଧ୍ୟ ଭିନ୍ନ ହୋଇପାରେ। ମହିଳାମାନେ କାର୍ଯ୍ୟକରୁଥିବା ଅନେକ ଅନୁଷ୍ଠାନ ଓ କାର୍ଯ୍ୟାଳୟ କିନ୍ତୁ ଏନେଇ ସଚେତନ ନ ଥାନ୍ତି। ଏ ସମ୍ପର୍କରେ ସେମାନେ ଅଧିକାରୀଙ୍କୁ ଅବଗତ କଲେ ବିଶୃଙ୍ଖଳିତ ଓ କାମ ନ କରିବାର ବାହାନା କରୁଛନ୍ତି ବୋଲି ଧରାଯାଏ। ଯଦି ବାହାରେ ଏହା ଚର୍ଚ୍ଚା ହୁଏ ଅନୁଷ୍ଠାନର ମର୍ଯ୍ୟାଦାହାନି ବୋଲି ବିବେଚନା କରାଯାଏ। ପରିଣାମ ସ୍ବରୂପ ନିଜର ବଦନାମୀ ଓ ଚାକିରି ହରେଇବାର ଭୟରେ ମହିଳାକର୍ମୀମାନେ ଚୁପ ରହିବାକୁ ବାଧ୍ୟ ହୁଅନ୍ତି। କାର୍ଯ୍ୟରତ କର୍ମଚାରୀଙ୍କ ଆବଶ୍ୟକତାକୁ ସ୍ବୀକାର କଲେ ଅନୁଷ୍ଠାନର ଗରିମାରେ କେବେ ଆଞ୍ଚ ଆସେ ନାହିଁ, ବରଂ ସମ୍ବେଦନଶୀଳ ହେଲେ ଉପତ୍ାଦକତା ବଢେ।
ଉପାର୍ଜନ କରି ପରିବାର ଚଳେଇବାର ଦାୟିତ୍ୱ ଆମ ସମାଜ ପୁରୁଷଙ୍କ ଉପରେ କାହିଁ କେତେ କାଳରୁ ନ୍ୟସ୍ତ କରିଛି। ଏଣୁ କର୍ମସ୍ଥଳୀଗୁଡିକ ପୁରୁଷ ପ୍ରାଧାନ୍ୟ ହେବା ସ୍ବାଭାବିକ। ସମୟର ପରିବର୍ତ୍ତନରେ ଏବେ ମହିଳାମାନେ ବିଭିନ୍ନ ବୃତ୍ତିରେ ଯୋଗଦେଲେଣି। ଅଥଚ କିଛି ସମ୍ବେଦନଶୀଳ ଅନୁଷ୍ଠାନକୁ ଛାଡିଦେଲେ ଅନେକ କର୍ମସ୍ଥଳୀର ଆଚରଣରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ ଭିତ୍ତିଭୂମିର ପ୍ରଶ୍ନ ନୁହେଁ। ମହିଳା ସହକର୍ମୀଙ୍କ ପ୍ରତି ଆମର ଦୃଷ୍ଟିଭଙ୍ଗୀ ଓ ମାନସିକତାରେ ପରିବର୍ତ୍ତନ ନ ହେବା ଯାଏ ଏ ସ୍ଥିତିରେ ପରିବର୍ତ୍ତନ ହେବନାହିଁ। ମହିଳା ସହକର୍ମୀଙ୍କୁ ନିଜଠାରୁ ହୀନ ମନେକରିବା, କୌଣସି ପୁରୁଷ ସହକର୍ମୀଙ୍କ ସହ ହସି କଥାହେଲେ କିମ୍ବା ସାଙ୍ଗରେ ଯାତ୍ରା କଲେ ଚରିତ୍ରକୁ ନେଇ ଚର୍ଚ୍ଚା କରିବା ସେମାନଙ୍କ ପାଇଁ ଅସ୍ବସ୍ତିକର ହୁଏ। ଉଚ୍ଚ ପଦରେ ଥିବା ମହିଳାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଅନେକେ ପୌରୁଷରେ ହାନି ବୋଲି ଭାବନ୍ତି। ତଳିଆ ପଦବୀରେ ଥିବା ମହିଳାଙ୍କୁ କଥା କଥାରେ ଅଶାଳୀନ ବ୍ୟବହାର କିଛି ଲୋକଙ୍କୁ ଆମୋଦିତ କରେ। ପ୍ରସବକାଳୀନ ସବୈତନିକ ଛୁଟି ସେମାନଙ୍କର ଆଇନଗତ ଅଧିକାର ହୋଇଥିଲେ ବି ଅନେକ ଟାହି ଟାପରା ଶୁଣିବାକୁ ମିଳେ। ଅସହାୟତାର ସୁଯୋଗ ନେଇ ସେମାନଙ୍କ ସହ ଯୌନାଚାର କରିବାର ମଧ୍ୟ ଅନେକ ଉଦାହରଣ ରହିଛି। ଯେଉଁଠି ପରିବାର ସଦସ୍ୟ, ସାଙ୍ଗ ଓ ସହକର୍ମୀଙ୍କ ସହଯୋଗ ମିଳେ ସେଠାରେ ପୀଡିତା ହୁଏତ କଥାଟିକୁ ଲୋକଲୋଚନକୁ ଆଣନ୍ତି। ଅନ୍ୟଥା ଲୋକଲଜ୍ଜାକୁ ଏଡାଇବାକୁ ଯାଇ ଏହାକୁ ଦେହସୁହା କରି ନିଅନ୍ତି।
କର୍ମସ୍ଥଳୀକୁ ମହିଳାଙ୍କ ପାଇଁ ସୁରକ୍ଷିତ କରିବା ପାଇଁ ୨୦୧୩ରେ ଭାରତ ସରକାର ‘କର୍ମସ୍ଥଳୀରେ ମହିଳାଙ୍କ ପ୍ରତି ଯୌନ ଉପତ୍ୀଡନ – ନିବାରଣ, ନିଷେଧ ଓ ପ୍ରତିକାର ଆଇନ’ ପ୍ରଣୟନ କରିଛନ୍ତି। ଏହି ଆଇନ ଅନୁସାରେ କୌଣସି ବି ମହିଳା କର୍ମୀ ଅସହଜ ଅନୁଭବ କଲେ, ଅନ୍ୟ ସହକର୍ମୀଙ୍କଠାରୁ ଅଶୋଭନୀୟ ବ୍ୟବହାର ପାଇଲେ, କ୍ଷମତାର ବ୍ୟବହାର କରି କେହି ମହିଳା କର୍ମୀଙ୍କଠୁ ଅଯଥା ଅନୁଗ୍ରହ ଆଶାକଲେ ପୀଡିତା ଏହି ଆଇନ ଅନୁଯାୟୀ ଅଭିଯୋଗ କରିପାରିବେ। କର୍ମସ୍ଥଳୀକୁ ଅନୁକୂଳ ପରିବେଶ କରିବା ଓ କର୍ମଚାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ସଚେତନ କରିବାର ଦାୟିତ୍ୱ ମଧ୍ୟ ନିଯୁକ୍ତିଦାତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଜିଲାସ୍ତରରେ ସ୍ଥାନୀୟ ଅଭିଯୋଗ କମିଟି ଗଠନ ପାଇଁ ଆଇନରେ ଉଲ୍ଲେଖ ଅଛି। କମିଟି ସଦସ୍ୟଙ୍କ ଫଟୋ ଓ ସମ୍ପୂର୍ଣ୍ଣ ଠିକଣା ଲୋକଙ୍କ ଅବଗତି ନିମନ୍ତେ ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ପ୍ରଦର୍ଶିତ ହେବା ଉଚିତ। ଅଭିଯୋଗ ପାଇବାର ନବେ ଦିନ ମଧ୍ୟରେ କମିଟି ବିବାଦର ଫଇସଲା କରିବେ। ପ୍ରତ୍ୟେକ କାର୍ଯ୍ୟାଳୟ ଏ ସମ୍ପର୍କିତ ଏକ ବାର୍ଷିକ ରିପୋର୍ଟ ଜିଲା ଅଧିକାରୀଙ୍କ ପାଖରେ ଦାଖଲ କରିବେ। ଏସବୁ ନ କରିପାରିଲେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ବିଧାନ କରାଯାଇ ପାରିବ। ପରିତାପର ବିଷୟ ଯେ ଉଭୟ ସରକାରୀ ଓ ବେସରକାରୀ ନାମକରା ଅନୁଷ୍ଠାନମାନେ ମଧ୍ୟ ଏ ବିଷୟରେ ଜାଣନ୍ତି ନାହିଁ। କିଛିଦିନ ତଳେ ଭୁବନେଶ୍ୱରର କିଛି ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ ସଂଗଠନ, ବ୍ୟାଙ୍କ, ଗଣମାଧ୍ୟମ, ନିର୍ମାଣସ୍ଥଳିକୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ସେମାନଙ୍କ ଭିତରୁ ବହୁତ ଲୋକ ଏହାକୁ ଗୁରୁତ୍ୱ ଦେଲେନାହିଁ ଓ ଏ ବିଷୟରେ କଥା ହେବାକୁ ଚାହଁିଲେ ନାହିଁ। ଅନେକ ଅନୁଷ୍ଠାନରେ କମିଟି ଗଠନ ହୋଇନାହିଁ। ଯେଉଁଠି ବି ନାମକୁ ମାତ୍ର ଗଠିତ ହୋଇଛି, ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ପ୍ରଦର୍ଶିତ ହୋଇ ନାହିଁ। ପ୍ରାୟ କେହି ବାର୍ଷିକ ବିବରଣୀ ପ୍ରସ୍ତୁତପୂର୍ବକ ଜିଲା ଅଧିକାରୀଙ୍କ ପାଖରେ ଦାଖଲ କରି ନାହାନ୍ତି। ଏସବୁ କରି ନ ଥିଲେ ବି ପ୍ରଶାସନ ସେମାନଙ୍କୁ ତାଗିଦ ବା ଜରିମାନା କରି ନାହାନ୍ତି। ଆଇନର ଅନୁପାଳନ ମହିଳାଙ୍କୁ ସୁରକ୍ଷିତ କର୍ମସ୍ଥଳି ପ୍ରଦାନ ପାଇଁ ଏକ ଅଙ୍ଗୀକାରବଦ୍ଧତା ଓ ଆଇନଗତ ଉତ୍ତରଦାୟିତ୍ୱ। ଏଣୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ମହିଳା କମିଶନ ଭଳି ଅନୁଷ୍ଠାନ ଏହି ଆଇନର ଠିକ କାର୍ଯ୍ୟାନ୍ବୟନ ପାଇଁ ତଦାରଖ ବ୍ୟବସ୍ଥାକୁ ଦୃଢ କରିବାର ଆବଶ୍ୟକତା ରହିଛି।
ସମାନତାଭିତ୍ତିକ ସହଭାଗୀ ବିକାଶ ପାଇଁ ବିବିଧତାକୁ ଆଦରିବାକୁ ପଡିବ। ମହିଳା ଓ ଅନ୍ୟ ଲିଙ୍ଗର ଲୋକଙ୍କୁ ସମାନ ସୁଯୋଗ ପ୍ରଦାନ କରାଗଲେ ଦେଶର ପ୍ରଗତିରେ ସେମାନେ ଭାଗୀଦାରି ହୋଇପାରିବେ। ଅପମାନିତ କରିବା ବଦଳରେ ଉତ୍ସାହିତ କରାଗଲେ ଆଗାମୀ ଦିନରେ ସେମାନଙ୍କର ବିଶେଷ ଉପଲବ୍ଧିରେ ଆମେ ସମସ୍ତେ ଗର୍ବ କରିପାରିବା।
ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?