ଏଇ ଭାରତରେ

କର୍ନାଟକର ୪୧ ବର୍ଷୀୟ ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ ଯାହା କରୁଛନ୍ତି ତାହା ଦେଖିବାର ବିଷୟ। ସେ ଏକସାଙ୍ଗରେ ତିନୋଟି କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ସହ ଲୋକଙ୍କ ସେବାରେ ଖର୍ଚ୍ଚ କରିଥାନ୍ତି। ମଞ୍ଜୁନାଥ ରହନ୍ତି ବେଙ୍ଗାଲୁରୁରେ ।
ପ୍ରତିଦିନ ସେ ତିନୋଟି କାମ କରିଥାନ୍ତି। ସକାଳ ୬ଟାରୁ ଉଠି ଲୋକମନଙ୍କୁ ଅଟୋରେ ନେବା ଆଣିିବା କରନ୍ତି। ୯ଟା ଯାଏ ଏହି କାମ କରିବା ପରେ ସେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଅଫିସ୍‌ରେ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି। ସେଠାରୁ ସନ୍ଧ୍ୟା ୬ଟା ୩୦ରେ ଫେରିବା ପରେ ଆଉ ଏକ ଜାଗାରେ ପାର୍ଟଟାଇମ ଜବ୍‌ କରନ୍ତି। ସେଠାରୁ ରାତି ୯ଟାରେ ଫେରି ଖାଇ ସାରିବା ପରେ ପୁଣି ରୋଗୀମାନଙ୍କୁ ହସ୍ପିଟାଲ ନେଇଥାନ୍ତି। ଅଫିସରୁ ଯାହା ଦରମା ପାଆନ୍ତି ସେଥିରେ ପରିବାର ଚଳାନ୍ତି ଏବଂ ଅଟୋ ଓ ପାର୍ଟଟାଇମ ଜବ୍‌ରୁ ଯାହା ରୋଜଗାର କରନ୍ତିି ତାହାକୁ ଲୋକମାନଙ୍କ ସେବାରେ ଖର୍ଚ୍ଚ କରିବା ପରେ ଆଉ କିଛି ଏକ ଏନ୍‌ଜିଓକୁ ଦାନ କରିଥାନ୍ତି। ରାତିରେ ରୋଗୀମାନଙ୍କୁ ହସ୍ପିଟାଲ ନେଉଥିବାରୁ ଲୋକେ ତାଙ୍କୁ ରାତିର ଅଟୋ ଆମ୍ବୁଲାନ୍ସ ମ୍ୟାନ ବୋଲି କୁହନ୍ତି। ଏହି ସେବା ଯୋଗାଇ ଦେଇ ସେ ୩୦୦ ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri