Posted inଜାତୀୟ

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ସିଦ୍ଧାର୍ଥଙ୍କ ଉପରେ ୭ ହଜାର କୋଟି ଟଙ୍କାର ଋଣ ବୋଝ ଥିବା କୁହାଯାଉଛି। ସେ ମାଙ୍ଗାଲୋର୍‌ ଯିବା ବାଟରେ ନେତ୍ରାବତୀ ନଦୀ ଉପରେ ଥିବା ଜେପିନା ମୋଙ୍ଗାରୁ ଜାତୀୟ ରାଜପଥ ଉପରେ କାର୍‌ରୁ ଓହ୍ଲାଇଥିଲେ। ସେ ମୋବାଇଲ୍‌ରେ କଥା ହୋଇ ପୋଲ ଉପରେ ଚାଲବୁଲ୍‌ କରୁଥିଲେ। ତେବେ ଅଧଘଣ୍ଟାରୁ ଅଧିକ ସମୟ ବିତିଗଲେ ମଧ୍ୟ ସଦ୍ଧାର୍ଥ ନ ଫେରିବାରୁ ଡ୍ରାଇଭରଙ୍କର ସନ୍ଦେହ ହୋଇଥିଲା। ସେ ସିଦ୍ଧାର୍ଥଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଖୋଜାଖୋଜି କରିବା ସହ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏସମ୍ପର୍କରେ ଏନେଇ ଦକ୍ଷିଣ କନ୍ନଡ଼ ପୋଲିସ ତଦନ୍ତ ଜାରି ରଖିଛି। ଖବର ପାଇ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା, କଂଗ୍ରେସ ନେତା ଡି.କେ.ଶିବକୁମାର ଏବଂ ବି.ଏଲ୍‌.ଶଙ୍କର ପ୍ରମୁଖ ଏସ୍‌.ଏମ୍‌. କୃଷ୍ଣାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନାଧ୍ୟକ୍ଷଙ୍କ ସିଏଏ ମନ୍ତବ୍ୟକୁ ନେଇ ବିବାଦ:ଅବସର ବେଳେ ଅଡ଼ୁଆ

ନୂଆଦିଲ୍ଲୀ,୨୭-୧୨(ପି.ଟି.):ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ ଗୁରୁବାର କହିଛନ୍ତି। ଉଗ୍ର...

ବିମାନ ବନ୍ଦରରେ ନାଚିଲେ ପ୍ରଧାନମନ୍ତ୍ରୀ

ଜୟପୁର,୮ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି । ଇତି ମଧ୍ୟରେ ହାସିନା ଗୁରୁବାର ରାଜସ୍ଥାନର ରାଜଧାନୀ ଜୟପୁରରେ...

ଭାରତର ଆଥଲେଟ ଝିଅଙ୍କୁ କାହିଁକି ଭାଜପା ଶିକାରୀଙ୍କଠାରୁ ରକ୍ଷା କରାଯାଇ ପାରିବ ନାହିଁ: ମହୁଆ ମୈତ୍ର

ନୂଆଦିଲ୍ଲୀ, ୩୦।୪: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଉପରେ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି...

୫ରୁ ୧୮ ବୟସ୍କ ପିଲାଙ୍କ ପାଇଁ ଶୀଘ୍ର ଆସିବ ନାଜାଲ ଭାକ୍ସିନ, ଭାରତ ବାୟୋଟେକ ଲୋଡିଲା ଅନୁମତି…

ନୂଆଦିଲ୍ଲୀ, ୧୧।୯ : ପାଞ୍ଚରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାଜାଲ କରୋନା ଭାକ୍ସିନ ମଧ୍ୟ ଉପଲବ୍ଧ ହେବ। ଏନେଇ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ...

ଦେଶରେ ଆଜି ୯୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯ ନୂଆ...

ସୀମା ବିବାଦ ସହିତ କର୍ନାଟକ ନିର୍ବାଚନର କୌଣସି ସମ୍ପର୍କ ନାହିଁ: ବୋମ୍ମାଇ…

ବେଙ୍ଗାଲୁରୁ,୬।୧୨ : ମହାରାଷ୍ଟ୍ର ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଉଭୟ ରାଜ୍ୟବାସୀଙ୍କୁ ସଦଭାବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।...

ରାମଲଲାଙ୍କ ଲଡୁ: ପୁଲଓ୍ବାମା କେଶର-କେରଳ କାଜୁ-ଅଷ୍ଟ୍ରେଲିଆ ବେସନ ଆଉ…

ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ। ଏନେଇ ରାମଲଲାଙ୍କୁ ଲାଗିହେବାକୁ ଥିବା ଲଡୁ...

ଜେଲରୁ ମୁକୁଳିବା ପରେ କମିଲା ସିଦ୍ଧୁଙ୍କ ସୁରକ୍ଷା

ଚଣ୍ଡିଗଡ଼,୩।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ କମାଇ ଦେଇଛନ୍ତି। ପୂର୍ବରୁ...

Advertisement
Archives

Model This Week