କର୍ନାଟକର କୋଭିଡ୍‌ ମୁକାବିଲା : ୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା

ବେଙ୍ଗାଲୁରୁ,୭ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହାୟତା ଲାଗି କର୍ନାଟକ ସରକାର ବୁଧବାର ୧୬୧୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର କୃଷକ, ଫୁଲଚାଷୀ, ଧୁଲେଇ କର୍ମଚାରୀ, ଅଟୋରିକ୍ସା ଓ ଟ୍ୟାକ୍ସି ଚାଳକ, ଏମ୍‌ଏସ୍‌ଏମ୍‌ଇ, ବୃହତ୍‌ ଶିଳ୍ପ, ବୁଣାକାର, ନିର୍ମାଣ ଶ୍ରମିକ ଓ ବାରିକମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ପ୍ୟାକେଜ୍‌ ଘୋଷଣା କରିବା ଅବସରରେ କହିଛନ୍ତି। ରାଜ୍ୟ ସରକାର ଉତ୍ପାଦ ଶୁଳ୍କକୁ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି। ଫୁଲଚାଷୀମାନଙ୍କୁ ହେକ୍ଟର ପିଛା ୨୫,୦୦୦ ଟଙ୍କା କ୍ଷତିପୂରଣ ଯୋଗାଇଦିଆଯିବ। ସେହିପରି ରଜକ, ବାରିକ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ ୫୦୦୦ ଟଙ୍କା ଲେଖାଏ ମିଳିବ। ବୁଣାକାରମାନଙ୍କର ୨୯ କୋଟି ଟଙ୍କା ଋଣ ଛାଡ଼ ହୋଇଥିବାବେଳେ ଆଉ ୮୦ କୋଟି ତୁରନ୍ତ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ଟ୍ରେନ୍‌ ଯୋଗାଇଦେବା ଅନୁରୋଧକୁ ସରକାରର ପ୍ରତ୍ୟାହାର କରିନେଇଛନ୍ତି। ଶ୍ରମିକମାନେ ପଳାଇଗଲେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ବିଲ୍ଡରମାନେ କହିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିବ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ରିପୋର୍ଟ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର କ୍ୟାବିନେଟ୍‌ରେ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଏନ୍‌ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଅଂଶ ଭାବରେ ଆସନ୍ତା ସପ୍ତାହେ, ଦୁଇ...

ଭାରତ ଜି-୭ର ଅଂଶ ନୁହେଁ, ତଥାପି ଇଟାଲୀରେ କିଭଳି ସେଣ୍ଟର ପଏଣ୍ଟରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଜି୭ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲିରୁ ଭାରତ ଫେରି ଆସିଛନ୍ତି। ହେଲେ ଗତ ୨ ଦିନ ମଧ୍ୟରେ ବିଶ୍ୱନେତାଙ୍କ...

ପ୍ରବଳ ଖରା ଯୋଗୁ ବଢିଲା ଖରାଛୁଟି, ଏହିଦିନ ଖୋଲିବ

ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ...

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ

ନୂଆଦିଲ୍ଲୀ,୧୬ା୬: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ...

ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ...

ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି...

ଓଲଟିଲା ଡଙ୍ଗା, ଗୋଟିଏ ପରିବାରର ୫ ନିଖୋଜ

ପାଟନା, ୧୬।୬: ବିହାରର ରାଜଧାନୀ ପାଟନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ଦଶହରା ଚାଲିଥିବା ବେଳେ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି ।...

ଲୋକ ସଭାରେ କିଏ ହେବେ ବାଚସ୍ପତି? ଉପ ବାଚସ୍ପତି ପଦ ନ ମିଳିଲେ, ବାଚସ୍ପତି ପାଇଁ ପ୍ରାର୍ଥୀ ଘୋଷଣା କରିବ ଇଣ୍ଡିଆ

ନୂଆଦିଲ୍ଲୀ,୧୬।୬: ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଦାବି କରାଯାଇଛି। ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri