କରୋନା ପରେ ପୁଣି ମାଡ଼ିଆସୁଛି ବଡ଼ ବିପଦ; ଭୋକରେ ୨୫ କୋଟି ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା: ଜାତିସଂଘ

ଜେନେଭା,୨୨।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। କରୋନା ପରେ ପୃଥିବୀ ଉପରେ ପୁଣି ବଡ଼ ବିପଦ ମାଡ଼ି ଆସିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। କରୋନା ପରବର୍ତ୍ତୀ ସମୟରେ ପୃଥିବୀର ୧୩ କୋଟି ୫୦ ଲକ୍ଷରୁ ଆରମ୍ଭ କରି ୨୫ କୋଟି ପର୍ଯ୍ୟନ୍ତ ଲୋକଙ୍କର ଖାଦ୍ୟ ଅଭାବରୁ ଭୋକରେ ମୃତ୍ୟୁ ଘଟିବ ବୋଲି ବିଶ୍ୱ ଖାଦ୍ୟ ସଙ୍କଟ ରିପୋର୍ଟରେ ପ୍ରକାଶ ପାଇଛି। କାମଧନ୍ଦା ନ ମିଳିବାରୁ ଲୋକଙ୍କ ପାଖରେ ଖାଦ୍ୟ କିଣିବାକୁ ଅର୍ଥ ରହିବ ନାହିଁ। ଫଳରେ ବହୁ ଲୋକ ଭୋକ ଉପାସରେ ରହିବେ। ଏହା ଯୋଗୁ ପୃଥିବୀର ୟେମେନ୍‌, କଙ୍ଗୋ,ଆଫଗାନିସ୍ତାନ, ଭେନଜୁଏଲା, ଇଥୋପିଆ, ସୁଦାନ, ସିରିଆ, ନାଇଜେରିଆ, ହାଇତି ଆଦି ୧୦ଟି ଦେଶ ଅଧିକ ପ୍ରଭାବିତ ହେବେ। ବହୁ ବିକଶିତ ଦେଶରେ ମଧ୍ୟ ଖାଦ୍ୟ ସଙ୍କଟ ସୃଷ୍ଟି ହେବ ବୋଲି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ମୁଖ୍ୟ ଡେଭିଡ୍‌ ବିସ୍‌ଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି...

ଦୁବାଇରେ ଭାରତୀୟ ଛାତ୍ରୀଙ୍କୁ କରୋନା

ଦୁବାଇ,୬ା୩(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ କରୋନା ରୋଗୀସଂଖ୍ୟା ୨୮କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଛାତ୍ରୀ ରହିଛନ୍ତି। ଦୁବାଇର ଭାରତୀୟ ସ୍କୁଲରେ...

ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

ଭୁବନେଶ୍ୱରରୁ ଆଜି ପୁଣି ୮୮ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୮୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଯୁବତୀ-ଯୁବକଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲେ ଜଣେ ବ୍ୟକ୍ତି, କାନ କାମୁଡ଼ି ଛିଡ଼ାଇ ଦେଲେ

ଓ୍ବାଶିଂଟନ,୯ା୮: ଆମେରିକା ପୋର୍ଟ ସେଣ୍ଟ୍‌ ଲୁସିରେ ଜଣେ ଯୁବକ ଯାହା କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୫ ବର୍ଷୀୟ ଜେମ୍ସ ଲେନ୍‌ ଓ୍ବିଲିୟମ୍ସ ନାମକ ଜଣେ...

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ସୋମବାର ସକାଳୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ...

Advertisement


Archives

Model This Week