କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ ବିଶ୍ୱରଞ୍ଜନ ନାୟକ କରୋନା ଭାଇରସ ଲାଗି ହୋଇଥିବା ସରକାରୀ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବାକୁ ବାମରା ପହଞ୍ଚତ୍ଥିଲେ । ଗୋବିନ୍ଦପୁର ଥାନାରେ ଉପଜିଲାପାଳଙ୍କ ଆବାହକତ୍ୱରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ବାମରା ତହସିଲଦାର ଅନୀଲ କୁମାର କୁଲୁ, ବିଡିଓ ଗୋବିନ୍ଦ ଡନସନା, ସମ୍ବଲପୁର ଏଡିଏମଓ ପଞ୍ଚାନନ ନାଏକ, ଗୋବିନ୍ଦପୁର ଥାନା ଆଇଆଇସି ପିକେ ରଣା, ଏସଆଇ ଥୋମାସ କେର୍କେଟା ପ୍ରମୁଖ ଉପସ୍ଥିତ ରହି ବାମରା ଅଞ୍ଚଳରେ କରୋନାକୁ ନେଇ ହୋଇଥିବା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ରାଜ୍ୟ ତଥା ବିଦେଶରୁ ଆସିଥିବା ଲୋକଙ୍କ ଉପରେ ନଜର ରଖି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରାମର୍ଶ ଦିଆଯାଇଥିଲା । ପ୍ରତିଦିନ ସନ୍ଧ୍ୟା ୫ଟାରେ ଏନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି । ବାମରା ବସଷ୍ଟାଣ୍ଡ ଛକକୁ ଯାଇ ଯାନବାହାନ ଯାଞ୍ଚ କରି ଲୋକଙ୍କୁ ବିନା କାରଣରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ପରେ ଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ କରୋନା ବିଚ୍ଛିନ୍ନତା ଗୃହ ପରିଦର୍ଶନ କରିଥିଲେ । ସେଠାରେ ଡାକ୍ତର ପିକେ ମହାନ୍ତି, ଡା. କେବି ଡୁଙ୍ଗଡୁଙ୍ଗ, ଡା. ଶ୍ୱେତାମ୍ବରି ଆଚାର୍ଯ୍ୟ, ଡା. ସମ୍ବିତ ପ୍ରଧାନ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଉପ ଜିଲାପାଳ ବୁଝିଥିଲେ । ପରେ ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥର ଅଞ୍ଚଳକୁ ଯାଇ କୁଚିଣ୍ଡା ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ କାମରେ ଆସୁନି ମେଗା ଜଳସେଚନ ପ୍ରକଳ୍ପ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ପ୍ରକଳ୍ପ ନିର୍ମାଣ ହୋଇଛି, କିନ୍ତୁ ଚାଷୀଙ୍କ କାମରେ ଆସିପାରୁନି । ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ...

ଏଏସ୍‌ଆଇ ଅନୁମତି ଦେଇନି

ପୁରୀ ଅଫିସ,୧୦।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲାଗି ରହିଥିବା ବିବାଦ ସୋମବାର ନୂଆ ମୋଡ଼ ନେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଅନୁମତି ଅନୁସାରେ...

ଶିକ୍ଷକ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର

ନାଉଗାଁ,୨୨।୮(ସ୍ବ.ପ୍ର.): ଜଗତସିଂହପୁର ଜିଲା ଅନ୍ତର୍ଗତ ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଗୋପାଳଜିଉ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ବୁଧବାର ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶକୁ...

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ...

ପଥର ଅଭାବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ

ପୁରୀ ଅଫିସ,୯।୬:କୋଭିଡ୍‌ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର

ସାରସକଣା,୨୭।୨: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପାଙ୍କ ଏତଲାକୁ...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ...

Advertisement
Archives

Model This Week