କରୋନା ସଙ୍କଟରେ ପୃଥିବୀ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରୁଷ୍‌ର ପ୍ରସ୍ତୁତି ଆରମ୍ଭ

ମସ୍କୋ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଚାଇନା ଏବଂ ଆମେରିକା ମଧ୍ୟରେ ନୂଟନୈତିକ ସମ୍ପର୍କ ଖରାପ ହେବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ହୁଏତ ଆଗାମୀ ଦିନରେ ଆମେରିକା ଚାଇନା ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ଥିତ୍ବା ନେଇ ଚର୍ଚ୍ଚା ହେଉଛି। ଚାଇନା ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ସୁପର ପାଓ୍ବାର ହେବାର ଆଶା ରଖିଛି। ସେହିପରି ଆମେରିକା ମଧ୍ୟ ପ୍ରସ୍ତୁତି ଜାରି ରଖିଛି। ଆମେରିକା ଏବଂ ଚାଇନାର ଏଭଳି ପ୍ରସ୍ତୁତି ହୁଏତ ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁଇ ଦେଶର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ରୁଷ୍‌ ପ୍ରସ୍ତୁତି ଆରମ୍ଭ ରହିଛି। ସମ୍ପ୍ରତି ରୁଷ୍‌ ପୃଥିବୀର ସର୍ବବୃହତ୍‌ ବୋମାର ଡିଜାଇନିଂ କରିଛି। ଏହି ବୋମାକୁ ରୁଷ୍‌ର ସ୍କିଫ୍‌ ମିଜାଇଲ୍‌ରେ ସ୍ଥାପନ କରାଯିବ ବୋଲି କୁହାଯାଉଛି। ଅନ୍ତର୍ଜାତୀୟସ୍ତରରେ ହେଉଥିବା ଆଲୋଚନାକୁ ଦୃଷ୍ଟିରେ ରଖି ରୁଷ୍‌ କହିଛି ଯେ, ଏହି ବୃହତକାୟ ବୋମା ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ନିର୍ମାଣ କରାଯିବ। ବୋମାର ନିର୍ମାଣ କାର୍ଯ୍ୟ ନେଇ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଅବଗତ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଲ୍ଟ ଆଣ୍ଡ ରୋଡ୍‌ର ରିବ୍ରାଣ୍ଡିଂ କରୁଛି ଚାଇନା

ବେଜିଂ, ୧୪ା୧୧: ଆମେରିକାର ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ (ବି୩ଡବ୍ଲ୍ୟୁ) ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଚାଇନା ଏହାର ମଲ୍ଟି-ବିଲିୟନ-ଡଲାର ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌...

ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକାର ବାୟୁସେନା ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା...

କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି...

ଚାଇନା ବିରୋଧରେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆର ସାମରିକ ମେଣ୍ଟ, ନିର୍ମାଣ ହେଉଛି ପରମାଣୁ ସବ୍‌ମେରାଇନ୍‌…

ଓ୍ବାଶିଂଟନ,୧୬।୯: ଚାଇନାକୁ ଘେରିବା ପାଇଁ ଆମେରିକା, ବିଟ୍ରେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାମରିକ ମେଣ୍ଟ ଗଠନ ହୋଇଛି। ଏହା ଅନ୍ତର୍ଗତ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ...

୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା...

ପୋଲାଣ୍ଡକୁ ତୈଳ ଯୋଗାଣ ବନ୍ଦ କଲା ରୁଷିଆ

କ୍ୱିଭ,୨୬ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କୌଣସି ରାସ୍ତା ଏପର୍ଯ୍ୟନ୍ତ ନଜର ଆସୁନାହିଁ । ଏବେ ଏହି ଯୁଦ୍ଧର ପ୍ରଭାବ ବିଭିନ୍ନ...

‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ

ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା...

ପୁଟିନ୍‌ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…

ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର...

Advertisement
Archives

Model This Week